-+91-9937148622 |
prerana_bgr@rediffmail.com |
Tuesday 18th March 2025 |
R.N.I. Regd No. ODIODI/2010/46693
Breaking News
12-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ରୁ ନିୟମିତ ଭାବେ ଶ୍ରୀଯୁକ୍ତ ପ୍ରଦୀପ୍ତ ଭାନୁ ମହାନ୍ତିଙ୍କ ସମ୍ପାଦନା ରେ ପ୍ରକାଶିତ ହୋଇ ଆସୁଥିବା ଶିଶୁ ଓ କିଶୋର ପତ୍ରିକା ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶାରଦୀୟ ପୂଜା ସଂଖ୍ୟା 'ଆଶା କିରଣ' ନିକଟସ୍ଥ ତପୋବନରେ ମହା ଉତ୍ସାହ ଉଦ୍ଦୀପନା ସହ ଲୋକାର୍ପିତ ହୋଇ ଯାଇଛି। ଏ ଶୁଭ ଅବସରରେ ସ୍ୱାମୀ ନିତ୍ୟ ବୋଧାନନ୍ଦଜୀ ଙ୍କ କୋମଳ ହସ୍ତରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀଙ୍କ ଉପସ୍ଥିତରେ ଲୋକାର୍ପିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ତୀର୍ଥବାସୀ ଦେବତା ଯୋଗଦାନ କରି ସମ୍ପାଦକଙ୍କ ଏଭଳି ପ୍ରୟାସ କୁ ସାଧୁବାଦ ଦେବା ସଙ୍ଗେ ସଙ୍ଗେ ବରଗଡ଼ରୁ ନିୟମିତ ଭାବେ ପ୍ରକାଶିତ ହେଉଥିବା ଯୁଗୋପଯୋଗୀ ସୁବର୍ଣ୍ଣଦୀପ ପତ୍ରିକାରେ ସମ୍ପାଦକ ମହାଶୟ ଯେଉଁ ଭଳି ଭାବେ ନୂତନ ପିଢ଼ିର ଲେଖକ, ଲେଖିକା ମାନଙ୍କ ନିଜସ୍ୱ ଲେଖାକୁ ସ୍ଥାନୀତ କରି ଲେଖକ ଲେଖିକାଙ୍କୁ ଲୋକଲୋଚନ ତଥା ପାଠକ ମାନଙ୍କ ଦୃଷ୍ଟିକୁ ଆଣିବା ପ୍ରୟାସ ତାହା ସତରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏପରିକି ବହୁ ଝଡଝଞ୍ଜା କୁ ଖାତିରି ନକରି ପ୍ରକାଶନ ପ୍ରତି ଯତ୍ନଶୀଳ ହୋଇ ପ୍ରତି ସଂଖ୍ୟା ପ୍ରକାଶ ପାଉଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ତପୋବନର ସଦସ୍ୟ ତଥା ସମାଜସେବୀ ସର୍ଦ୍ଦାର ପ୍ରିତମ ସିଂ ଏବଂ ଟ୍ରଷ୍ଟି ଚନ୍ଦ୍ର ଶେଖର ରାଓ ଯୋଗଦାନ ଅବସରରେ ଯୁଗପୋଯୋଗୀ ସୁବର୍ଣ୍ଣଦୀପ ଶିଶୁ ଓ କିଶୋର ପତ୍ରିକା ବରଗଡ଼ ଜିଲ୍ଲାରୁ ପବିତ୍ର ଶାରଦୀୟ ସଂଖ୍ୟା ପ୍ରକାଶକ ଓ ଇନଟନେଟ, ମୋବାଇଲ ଯୁଗରେ ଶାନ୍ତି ଶୃଙ୍ଖଳା ସାମାଜିକ ଚେତନା ଜାଗ୍ରତ ପାଇଁ ଛୋଟିଆ ଛୋଟିଆ ଗପ ଓ କବିତା ମାଧ୍ଯମରେ ସଚେତନତା ପାଠକ ଓ ଶିଶୁଙ୍କ ମଧ୍ୟରେ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ସ୍ୱାମୀ ଜୀ ନିତ୍ୟ ବୋଧାନନ୍ଦ ଏକ ଆଧ୍ୟାତ୍ମିକ, ଯୋଗଶିକ୍ଷା ପରିବେଶରେ ଶାରଦୀୟ ଦୂର୍ଗାପୂଜା ଅବସରରେ ସୁବର୍ଣ୍ଣଦୀପ ଲୋକାର୍ପିତ ହୋଇଥିବାରୁ ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତି ଏବଂ ସହ ସମ୍ପାଦକ ନବକୃଷ୍ଣ ମିଶ୍ରଙ୍କ ଉଦ୍ୟମ କୁ ବେଶ ତାରିଫ୍ କରିଥିଲେ।