-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
11-Oct-2024
ବରଗଡ଼/ଅତାବିରା(ଆକାଶ ମିଶ୍ର): ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ବରଗଡ଼ ଠାରେ ପାୱାର ଅଫ୍ ଦିବ୍ୟାଙ୍ଗ୍ସ ସଂଗଠନର ସଭାପତି ଶ୳୲ମସୁନ୍ଦର ଅଗ୍ରୱାଲଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସାଧାରଣ ସଂପାଦକ ମେଘନାଦ ସାହୁଙ୍କ ପ୍ରାରମ୍ଭିକ ସୂଚନା ପରେ ମଞ୍ଚାସୀନ ଅତିଥି ଭାବରେ ବରଗଡ଼ ମୁନସିପାଲଟିର ଭାଇସ ଚେୟାରମାନ ରାଜେଶ ଅଗ୍ରୱାଲ, ସମାଜସେବୀ ସର୍ଦାର ପ୍ରିତମ ସିଂହ, ଅନୁଷ୍ଠାନର ଉପସଭାପତି ଅଶୋକ ଅଗ୍ରୱାଲ, ମୁଖ୍ୟ ସଂଯୋଜକ ରତନ ଲାଲ ଅଗ୍ରୱାଲ, ଏଚଭର୍ସ ହେଲପିଂଗ ଫାଉନଡେସନର ସଭାପତି ଦିବାକର ମାଝି, ଜନତା ସଂଘର୍ଷ ସମିତି ର ସଭାପତି କିଶୋର ଚନ୍ଦ୍ର ସାହୁ, ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ ପଧାନ, ଜିଲ୍ଲା ସମାଜସେବୀ ସଂଗଠନ ର ବଳିଷ୍ଠ ଦୁର୍ଗା ମଞ୍ଚାସୀନ ଥିଲେ ।ଅତିଥିମାନେ ନିଜ ନିଜର ବକ୍ତବ୍ଯ ରଖିଥିବା ବେଳେ, ଦିବ୍ୟାଙ୍ଗ ସଂଘ ଭେଡେନ ର ସଭାପତି ବସନ୍ତ ଭୋଇ, ବରଗଡ଼ ଦିବ୍ୟାଙ୍ଗ ସଂଘ ର ସଭାପତି ଫକିର ମହାନଂଦ, ଅତାବିରା ସଂଘର ସଭାପତି ପ୍ରମୋଦ ଗର୍ଡିଆ, ଭଟଲି ସଂଘର ସଭାପତି ବୀର କିଶୋର ବାଦୀ, ଅମ୍ବାଭନା ସଂଘର ସଭାପତି ହୃଷିକେଶ ପଧାନ, ସୋହେଲା ସଂଘର ସଭାପତି ମଧୁସୂଦନ ବାଗ, ବିଜେପୁର ସଂଘର ସଭାପତି ସୁରେଶ ଯୋଶି ଏବଂ ଗିରିଜା କଠାର, ବଧିର ସଂଘ ବରଗଡ଼ ତଥା ଜିଲ୍ଲାର ଅନେକ ସଂଗଠନ ଏବଂ କାର୍ଯ୍ୟକର୍ତା ଯୋଗେନ୍ଦ୍ର କଠାର, କମଳ ସାହୁ, ସାନ ମେହେର, ଗୋପାଳ ସାହୁ, ଭଗବାନ ହରପାଲ,କୁନୀ କୁଦେଇ,ମୀନୁ ଶର୍ମା ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ପାରା ସନ୍ତରଣ ରେ ମେଡାଲ ପାଇଥିବା ଯାମିନୀ ସେଠ, ସୁମନ୍ତ ପଧାନ, ରବିକାନ୍ତ ସେଠ,ମଧୁସୂଦନ ବାଗ,ରବି କୁଦେଇ, ରାଧାକାନ୍ତ ସୁନାକୁ ସମ୍ମାନିତ କରାଯାଇଥିଲା।ଏହିଅବସରରେ ମୁନସିପାଲଟିର ଭାଇସଚେୟାରମ୍ୟାନ ରାଜେଶ ଅଗ୍ରୱାଲଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ସଂଗଠନର ମୁଖ୍ୟସଂଯୋଜକ ଅଗ୍ରୱାଲ କହିଲେ ଯେ, ଆମ ଜିଲ୍ଲା ଅଫିସ୍ କୁ କେତେଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ବାହାଘର କରିବା ପାଇଁ ପ୍ରସ୍ତାବ ଆସିଛି ।ତାହା ଉପରେ ମଧ୍ୟ ସଂଗଠନ ବିଚାରକୁ
ନିଆଯିବ ।ଆସନ୍ତା ଜାତୀୟ ସ୍ତରରେ ହେବାକୁ ଥିବା ସନ୍ତରଣ ପ୍ରତିଯୋଗିତାରେ ଯେଉଁ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଭାଗ ନେବେ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ ବୋଲି ସଂଗଠନର ଉପ ସଭାପତି ଶ୍ରୀ ଅଶୋକ ଅଗ୍ରଵାଲ ମତପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ଅଗ୍ରୱାଲ ଚେରିଟେବୁଲ ଟ୍ରଷ୍ଟ ର ଶ୍ରୀମତୀ କବିତା ଅଗ୍ରୱାଲ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ପରିଶେଷରେ ସଂଗଠନର ସମ୍ପାଦକ ମେଘନାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।