-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
11-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିକେଲ ସ୍ଥିତ ଲାଲାଜୀ ଗୋପାଲଜୀ ସଂସ୍କୃତ ମହାବିଦ୍ୟାଳୟରେ ରେଡ୍କ୍ରସର ରେଡ ରିବନ କ୍ଲବ ଆନୁକୂଲ୍ୟରେ ଏଚଆଇ/ଏଡ୍ସ ପ୍ରତିରୋଧ, ଓ ନିରାକରଣ ସଂପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ମିଶ୍ରଙ୍କ ପୌରୋହିତ୍ୟରେ ଆଯୋଜିତ ସଭାରେ ମୁଖ୍ୟ ବକ୍ତା ରବିନ୍ଦ୍ର ଦାସ ସାସ୍ଥ୍ୟ ପରିଦର୍ଶକ, ଜମଲା, ସାସ୍ଥ୍ୟ ହିଁ ସଂପଦ ଉପରେ ଆଲୋଚନା କରି ଏଡ୍ସର ପ୍ରତିରୋଧ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ସୁରେଶ ଚନ୍ଦ୍ର ଚୌହାନ ସୁସ୍ଥ ରହି ସମାଜ ସେବାରେ ବ୍ରତି ହେବାକୁ ଆହ୍ବାନ ଦେଇଥିଲେ ।
ସମ୍ମାନିତ ଅତିଥି ମନୋରଂଜନ ସାହୁ ସାସ୍ଥ୍ୟ ପରିଦର୍ଶକ, ଜମଲା ଓ ସୁଦନ ସେଠ ସାସ୍ଥ୍ୟ ପରିଦର୍ଶକ, ବରଗତ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଏଚ୍ଆଇରି ପ୍ରତିରୋଧ ବିଷୟରେ ଆଲୋଚନା କରିଥିଲେ । ସଂସ୍କୃତ ସାହିତ୍ୟ ଅଧାପକ ଭାଗିରଥୀ ପଣ୍ଡା ସାଗତ ସଂଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ୟୁଥ୍ ରେଡ୍କସ କାଉନସେଲର ଅଧ୍ୟାପକ ରମେଶ ଚନ୍ଦ୍ର ପୂଜାହାରୀ କର୍ମୀମାନଙ୍କୁ ସାସ୍ଥ୍ୟ ସଚେତନତା ଉପରେ ସଦୁପଦେଶ ପ୍ରଦାନ କରିବା ସହ ଅଧାପକ ସୀତାରାମ ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଅଧ୍ୟାପକ ପୌଲସ୍ତ୍ୟ ସାହା, ଅଧାପିକା ମନ୍ଦାକିନୀ ପାଢୀ,ସଂହିତା ବେହେରା, ବିସ୍ତୃତି ଗିରି ଏବଂ ସୁଜାନ୍ତି ସାହୁ, ବିଜୟ ରଂଜନ ମେହେର ତଥା ରାଜକୁମାର ମଲ୍ଲିକ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।