-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
11-Oct-2024
ନବରଙ୍ଗପୁର (:ମିହିର ଶଙ୍କର ପାତ୍ର,) ସବୁ ଆଡେ ଏବେ ଚଲଚଞ୍ଚଳ ହୋଇଉଠିଛି ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ପାଇଁ। ଏହି ଅବସରରେ ନବରଙ୍ଗପୁର କିନ୍ନର ସମାଜର ପ୍ରମ୍ମୁଖ ଗୁରୁ ଲକ୍ଷ୍ମୀ, ଚୁମକି କିନର ସହ କିନର ସମାଜର ସଦସ୍ୟ ମାନେ।ଡାବୁଗାଁ ଠାରେ ମା ଦୁର୍ଗାଙ୍କ ପୂଜା କମିଟିର ସଦସ୍ୟ ସୁରେନ୍ଦ୍ର ମିଶ୍ର, ଟୁକୁ ବିଷୟୀ, ରାଜେଶ ଅଗ୍ରୱାଲ, ତାତା ରାଓଙ୍କୁ ଭେଟି ସ୍ୱଇଚ୍ଛାରେ ମାଙ୍କ ପୂଜାପାଇଁ ତିନିହଜାର ଏକୋଇସ (Rs-୩୦୨୧) ଟଙ୍କା ଅର୍ଥ ରାଶି
ସହଯୋଗ କରି ଥିଲେ ଏହି ସମୟରେ ଉପସ୍ଥିତି ଥିଲେ ବୋଲବ ପଣ୍ଡା, ରାମ ଜାନି ସହ ଅନେକେ ଗ୍ରାମବାସୀ । ଯାହାବି ହେଉ ରାମ ସେତୁ ନିର୍ମାଣ ସମୟରେ ଗୁଣ୍ଡୁଚି ମୂଷାର ଅବଦାନଭଳି କିନ୍ନର ସମାଜର ପ୍ରୟାସ ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ। କାରଣ ମାଙ୍କ ପୂଜାରେ ସହଯୋଗ କରିବା ପାଇଁ ଏଭଳି ଇଚ୍ଛାଶକ୍ତି ସମସ୍ତଙ୍କ ଠାରେ ନଥାଏ। ଯାହାଙ୍କ ପାଖରେ ହିନ୍ଦୁଧର୍ମ ପ୍ରତି ସଂମ୍ମାନ ଏଵଂ ମାଙ୍କ ପ୍ରତି ଭକ୍ତିଥିବ ସେ ଏଭଳି ସ୍ୱଇଚ୍ଛାରେ ପୂଜା ପାଇଁ ସାହାଯ୍ୟର ହାତ ବଢାଇବ ବୋଳି ସ୍ଥାନୀୟ ଅଞ୍ଚଳ ରେ ଆଲୋଚନା ର କେନ୍ଦ୍ର ବିନ୍ଦୁ ପାଳିଠିଛି । କିନ୍ନର ସମାଜର ଏଭଳି ପ୍ରୟାସ ପ୍ରକୃତରେ ସ୍ୱାଗତଯୋଗ୍ୟ।