-+91-9937148622 |

prerana_bgr@rediffmail.com |

  Sunday 13th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର   (12-Jul-2025)       ||      କାହା ପାଇଁ ଯୋଜନା ? ସ୍ଵାମୀର ମୃତ୍ୟୁ ହୋଇ ୧୦ ବର୍ଷ ପରେ ମଧ୍ଯ ସରକାରୀ ସହାୟତାରୁ ବଞ୍ଚିତ ବିଧବା ପାନା   (12-Jul-2025)       ||      ଗର୍ଭ ରାଇ ଶୈବପୀଠରେ ବୃକ୍ଷ ରୋପଣ   (12-Jul-2025)       ||      ନିଜକୁ ଟ୍ରେଜେରୀ ଅଫିସର ର ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କର ଠକେଇ, ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ    (12-Jul-2025)       ||      ଜିଲ୍ଲାପରିଷଦ ଙ୍କ ଢିଲା କାମ, ଅମୃତଧାରାର କିଛି ନୁହେଁ କାମ   (12-Jul-2025)       ||      ନେସନାଲ ପିସ୍ ୟୁନିସନ୍ ଦ୍ୱାରା ପରିଚାଳିତ ଶାସ୍ତ୍ରୀ ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଦ୍ଧାରଣ କରାଗଲା    (12-Jul-2025)       ||      *ଆଲୋଚନା ଚକ୍ର ଓ ସାଂସ୍କୃତିକ କର୍ମଶାଳା*- *ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ* -   (12-Jul-2025)       ||      ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ    (12-Jul-2025)       ||      ସଇଁତଳା: ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ସମ୍ବିଳନୀ   (12-Jul-2025)       ||      ବିକାଶ ଭେଲି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (12-Jul-2025)       ||      ସୁବର୍ଣ୍ଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ତରଫ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Jul-2025)       ||      ହଡ଼ପ କରିଥିବା କାମ ଆରମ୍ଭ କରି ଦୁର୍ନୀତି ଚାପିବାକୁ ପ୍ରୟାସ, ଆରମ୍ଭ; ଅଭିଯୋଗ ପରେ ମଧ୍ଯ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ   (12-Jul-2025)       ||      *ସୋନପୁର ପୌରାଞ୍ଚଳ ରେ ରେ ଖାଦ୍ୟ ନିରାପତ୍ତା ସ୍କ୍ୱାର୍ଡ ର ଚଢାଉ*-27 ଟି ଦୋକାନ ରେ ଚଢାଉ*-   (12-Jul-2025)       ||      ମରଣଯନ୍ତା ପାଲଟିଛି ମନେଇପାଦ ରୁ ସେମେଲମୁଣ୍ଡା ରାସ୍ତା   (12-Jul-2025)       ||      ଦେଖେନ୍ ସୁନ୍ଦୁରି ଫଳସା ଫୁଲ ରୀତିରେ ମରାମତି ହେଲା ଶିଶୁ ମନ୍ଦିର ରାସ୍ତା   (12-Jul-2025)       ||      ଜନତା ହାଇସ୍କୁଲରେ ବନମହୋତ୍ସବ ଅବସରରେ" ମାଁ ପାଇଁ ଗଛଟିଏ -୨.୦ "   (12-Jul-2025)       ||      ଦାବ୍ରୀ ଗାଁ ରାସ୍ତା କାମ ରେ ଅନିୟମିତତା ଅଭିଯୋଗ, ସୂଚନା ଫଳକ ରେ କଂକ୍ରିଟ ରୋଡ ବାସ୍ତବ ରେ ନାହିଁ   (12-Jul-2025)       ||      ବରୀ-ବିଦୃପା ରାସ୍ତାରେ ଖାଲ ଧିରେ ଧିରେ ଚାଲ,ନିର୍ମାଣ ରେ ବିଳମ୍ବ    (12-Jul-2025)       ||      ୪୨ ନମ୍ବର ରାଜ୍ୟ ରାଜପଥ ତଥା ସିନ୍ଧେକେଲା - ଚାନ୍ଦୋତରା ମୁଖ୍ୟ ରାସ୍ତା ଉପରେ ଖାଳ ନା ଖାଳ ଉପରେ ରାସ୍ତା   (12-Jul-2025)       ||      *ସୋନପୁର ରେ ଆଜି ପ୍ରଦର୍ଶନ ହେବ ୪ ଗୋଟି ସୋ ଫିଲ୍ମ ମାଇଣ୍ଡ ଗେମ୍*-   (12-Jul-2025)       ||     

HOME   ଦେଶ ବିଦେଶ

ବିଶିଷ୍ଟ ଶିଳ୍ପପତି ରତନ ଟାଟା ଙ୍କ ୮୬ ବର୍ଷ ବୟସରେ ଦେହାନ୍ତ

10-Oct-2024



ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଯାଇଛି। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କୁ ଗତ ସୋମବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା। ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ପରେ ତାଙ୍କୁ ଆଇସିୟୁ କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମରଶରୀରକୁ ରାଷ୍ଟ୍ରୀୟ 

ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବା ପାଇଁ କୋଲାବା ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ରତନ ଟାଟା ଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।ତାଙ୍କ ଶେଷ ଦର୍ଶନ ନିମନ୍ତେ ଭିଡକୁ ଆଖି ଆଗରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି ବୋଲି ମୁମ୍ବାଇ ପୁଲିସର ଦକ୍ଷିଣ ଜୋନର ଅତିରିକ୍ତ କମିଶନର ଅଭିନବ ଦେଶମୁଖ ସୂଚନା ଦେଇଛନ୍ତି। ତାଙ୍କ ମୃତଶରୀରକୁ ଦର୍ଶନ ପାଇଁ ଏନ୍ ସି ପି ଏ ରେ ରଖାଯିବ।
ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଦୀପକ କେଶରକର କହିଛନ୍ତି, ଶିଳ୍ପପତି ରତନ ଟାଟା ଙ୍କ ଦେହାନ୍ତ ଯୋଗୁଁ ମୁମ୍ବାଇରେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।
୧୯୩୭ ମସିହା ଡିସେମ୍ବର ମାସ ୨୮ ତାରିଖରେ ଜନ୍ମିତ ରତନ ଟାଟା ମୁମ୍ବାଇର କ୍ୟାଥେଡ୍ରାଲ୍ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷlଗ୍ରହଣ କରିଥିଲେ। ଆମେରିକାର କର୍ଣ୍ଣେଲ ବିଶ୍ଵବିଦ୍ୟାଳୟରେ ସେ ତାଙ୍କ ଉଚ୍ଚଶିକ୍ଷା ଲାଭ କରି ସେଠାରେ ସେ ଅର୍କିଟେକ୍ଚର୍ ଏବଂ  ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ ହାସଲ କରିଥିଲେ।
୧୯୬୨ ମସିହାରେ ସେ ଟାଟା ଗ୍ରୁପରେ ଯୋଗ ଦେବା ପୂର୍ବରୁ ଆମେରିକାରେ କିଛି ସମୟ କାମ କରିଥିଲେ।୧୯୮୧ମସିହାରେ ସେ ଟାଟା ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ପଦବୀ ଅଳଙ୍କୃତ କରିଥିଲେ।୧୯୯୧ ରେ ଜେ.ଆର୍.ଡି ଟାଟା ଙ୍କ ଅବସର ପରେ ରତନ ଟାଟା ସନ୍ସ୍ ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।
୧୯୯୬ ମସିହାରେ ସେ ଟାଟା ଟେଲି ସର୍ଭିସେସ ପ୍ରତିଷ୍ଠା କରିଥିଲେ।ଫଳସ୍ୱରୁପ୍ ଟେଲିକମ କ୍ଷେତ୍ରରେ ଏହି ଗ୍ରୁପର ସମ୍ପ୍ରସାରଣ ହୋଇ ପାରିଥିଲା।
ଟାଟା ସଂସ୍ସ ରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟଲି, କୋରସ, ଏବଂ ଜାଗୁଆର ଲ୍ୟାଣ୍ଡ ରୋଭର ଭଳି କମ୍ପାନୀକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଏକ ଘରୋଇ କମ୍ପାନୀରୁ ଏକ ବିଶ୍ବସ୍ତରୀୟ ପାୱାର ହାଉସରେ ପରିଣତ କରିଥିଲେ।
୨୦୧୨ ରେ ରତନ ଟାଟା ଅବସର ନେଲାପରେ ତାଙ୍କ ସ୍ଥାନରେ 

ସାଇରସ୍ ମିସ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା। ସେ ୨୦୨୨ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
ରତନ ଟାଟା ଙ୍କର ବଳିଷ୍ଠ ନେତୃତ୍ବ ଯୋଗୁଁ ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ବିଶ୍ବ ବ୍ୟବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଥିଲା। ସେ ଆଉ ଇହ ଜଗତରେ ନାହାନ୍ତି।

ପ୍ରେରଣା ପରିବାର ତରଫରୁ ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ଭକ୍ତିପୂତ ଅଶ୍ରୁଳ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରକ ଧକ୍କାରେ ପୁଅ ମୃତ,ବାପ ଝିଅ ଗୁରୁତର   12-Jul-2025
  ଜିଲ୍ଲା  
କାହା ପାଇଁ ଯୋଜନା ? ସ୍ଵାମୀର ମୃତ୍ୟୁ ହୋଇ ୧୦ ବର୍ଷ ପରେ ମଧ୍ଯ ସରକାରୀ ସହାୟତାରୁ ବଞ୍ଚିତ ବିଧବା ପାନା   12-Jul-2025
  ଜିଲ୍ଲା  
ଗର୍ଭ ରାଇ ଶୈବପୀଠରେ ବୃକ୍ଷ ରୋପଣ   12-Jul-2025
  ଅପରାଧ  
ନିଜକୁ ଟ୍ରେଜେରୀ ଅଫିସର ର ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷାଧିକ ଟଙ୍କର ଠକେଇ, ପୋଲିସ ହାତରେ ଗିରଫ ହେଲା ଅଭିଯୁକ୍ତ   12-Jul-2025
  ଜିଲ୍ଲା  
ଜିଲ୍ଲାପରିଷଦ ଙ୍କ ଢିଲା କାମ, ଅମୃତଧାରାର କିଛି ନୁହେଁ କାମ   12-Jul-2025
  ଜିଲ୍ଲା  
ନେସନାଲ ପିସ୍ ୟୁନିସନ୍ ଦ୍ୱାରା ପରିଚାଳିତ ଶାସ୍ତ୍ରୀ ନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଦ୍ଧାରଣ କରାଗଲା   12-Jul-2025
  ଜିଲ୍ଲା  
*ଆଲୋଚନା ଚକ୍ର ଓ ସାଂସ୍କୃତିକ କର୍ମଶାଳା*- *ପାଶ୍ଚାତ୍ୟ ବାଦ୍ୟ ଓ ଲୋକ ନୃତ୍ୟ* -   12-Jul-2025
  ଜିଲ୍ଲା  
ତରଭା ବ୍ଲକ ସହିତ ସଂଯୋଗ କରୁଥିବା କଦଳୀପାଲି ଛକ ରୁ ତେଳନଦୀ ପୋଲ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ   12-Jul-2025
  ଜିଲ୍ଲା  
ସଇଁତଳା: ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ସମ୍ବିଳନୀ   12-Jul-2025
  ଜିଲ୍ଲା  
ବିକାଶ ଭେଲି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   12-Jul-2025
  ଜିଲ୍ଲା  
ସୁବର୍ଣ୍ଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ତରଫ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ   12-Jul-2025
  ଜିଲ୍ଲା  
ହଡ଼ପ କରିଥିବା କାମ ଆରମ୍ଭ କରି ଦୁର୍ନୀତି ଚାପିବାକୁ ପ୍ରୟାସ, ଆରମ୍ଭ; ଅଭିଯୋଗ ପରେ ମଧ୍ଯ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଶୂନ   12-Jul-2025

You Might Also Like