-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ଜିଲ୍ଲା ସଂପାଦିକା ଓମି ଗୁପ୍ତା ପ୍ରାରମ୍ଭିକ ସୂଚନା ଦେଇ ଜିଲ୍ଲା ର ସମସ୍ତ ୧୪ ଗୋଟି ବ୍ଲକ ଓ ୪ଟି ସହରାଂଚଳ କମିଟିର କର୍ମକର୍ତ୍ତା ଏବଂ ଉପସ୍ଥିତ ଥିବା ସମସ୍ତ ସଦସ୍ୟ / ସଦସ୍ୟାଙ୍କୁ ସମ୍ମିଳନୀରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଂଘର ରାଜ୍ୟ ସଭାପତି ବିଜୟ ଜେନା ବକ୍ତବ୍ୟ ଦେଇ ଆଶା କର୍ମୀ ସଂଘ ଗଠନ ଠାରୁ ଏପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଆଶା କର୍ମୀଙ୍କ ଯୋଗଦାନକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସାଧାରଣ ସଂପାଦିକା ନମିତା ସାହୁ ତାଙ୍କ ବକ୍ତବ୍ୟରେ ଆଶା କର୍ମୀଙ୍କୁ ୱାର୍କର ମାନ୍ୟତା, ସର୍ବନିମ୍ନ ଭତ୍ତା ଓ ସାମାଜିକ ନିରପତ୍ତା ଉପରେ ସମ୍ମିଳନୀରେ ଆଲୋଚନା କରି ବ୍ୟାପକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ତତ୍ ସହିତ ବଲାଙ୍ଗିର ସହରାଂଚଳ ଆଶା କର୍ମୀଙ୍କୁ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳନା ପ୍ରଥାକୁ ପ୍ରତ୍ୟାହାର କରି ବିଭାଗ ଦ୍ୱାରା ପରିଚାଳନା କରିବା ପାଇଁ ଦାବୀ କରାଯାଇଥିଲା । ଦୁଇ ଦିନ ଧରି ହେବାକୁ ଥିବା ସମ୍ମିଳନୀରେ ପ୍ରଥମ ଦିନରେ ବିରାଟ ସଭାଯାତ୍ରା ସହ ଉଦ୍ଘାଟନି ସମରୋହ ଅନୁଷ୍ଠିତ ହେବ । ଉକ୍ତ ସମାରୋହରେ ବିଭାଗୀୟ ମନ୍ତ୍ରୀ, ଉପମୁଖମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ଅଧିକାରୀ ସହ ଏଆଇଟିୟୁସି ର କେନ୍ଦ୍ର, ରାଜ୍ୟ ନେତୃମଣ୍ଡଳି ଓ ସର୍ବ ଭାରତିୟ ଆଶା ଫେଡେରେସନର କର୍ମକର୍ତ୍ତା ଯୋଗ ଦେବା ପାଇଁ ସ୍ଥିରକୃତ ହୋଇଛି । ୩୦ଟି ଜିଲ୍ଲାରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗ ଦେବା ପାଇଁ ସ୍ଥିର ହୋଇଛି । ଏହି ବୈଠକରେ ସରସ୍ୱତି ଶର୍ମା, ଉଜୁଲି ମେହେର, ମାଧବୀ ବେହେରା, ଜୁଲି କେନେଡି, ବୃନ୍ଦାବତି ସରାଫ, ପ୍ରଭାସିନି ରାଏ, ମଦନା ନାଏକ, ଲଳିତ ବାଗ, ମଳୟ ବିଶ୍ୱାଲ, ସଂଗୀତା
ହରପାଲ, ମିନାକ୍ଷି ଜେନା, ମମତା ବାଗ, ପ୍ରେମଲତା ନାଗ, ସରୋଜିନୀ ରଣା, ବିଷ୍ଣୁପ୍ରୀୟା ନାଏକ, ମୈଥିଲି ମଲ୍ଲିକ, ସଫିରା ବାରିକ, ପୁଷ୍ପାଞ୍ଜଳି ବେହେରା, ସତ୍ୟବତି ବଗର୍ତ୍ତି, ମୁକ୍ତା ଠାକୁର, ସୌଦାମିନୀ ଅଦବରିଆ, ସବିତା ସେଠ, ଦେବାଙ୍ଗିନୀ ତରିଆ, ଅଯୋଧ୍ୟା ବରିହା, ଇଲାବତି ପଟେଲ, ସୁକାନ୍ତୀ ଭୁଏ, ହରିପ୍ରୀୟା କୁମ୍ଭାର, ମୁକ୍ତା ଉଦୁରକୁଲିଆ, କଲ୍ୟାଣି ସାହୁ, ତପିସା ନାଗ, ରଜନୀଗନ୍ଧା କୁଦେଇ, ଗୀତାଞ୍ଜଳି ଦାଶ, ବେବିତା ସେଠ, ଶାଶ୍ୱତା ଦାଶ, ସଂଜୁ ବାଗ, ଦମୟନ୍ତି ମହାନନ୍ଦ, ସାଏବୁ ନନ୍ଦ, ଦିଲିପ ଭୋଇ, ପ୍ରବିର କମ୍ପ, ଦୁର୍ଯୋଧନ ବିଶ୍ୱାଲ, ଝସକେତନ ଦିପ, କନ୍ଧର୍ପ ଦିପ, ମହେନ୍ଦ୍ର ରଣା ପ୍ରମୁଖ ବକ୍ତବ୍ୟ ଦେଇଥିଲେ ।