-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ନବରଙ୍ଗପୁର:- (ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୧୧ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ପ୍ରତିଯୋଗୀତାକୁ
ଉଦଘାଟନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମଲାଲ ନାୟକଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ସମାଜସେବୀ ଏମ୍. ଆପା ରାଓ, ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଓ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ |
ଏହି ପ୍ରତିଯୋଗୀତାରେ ୧୪ ଏବଂ ୧୭ ବର୍ଷରୁ କମ ବାଳକ ବାଳିକା ବିଭାଗରେ ପ୍ରଥମ ଦିନରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ୧୦୦ ମିଟର ଦୌଡ, ସଟଫୁଟ ଓ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ରବିବାର ଏହି ପ୍ରତିଯୋଗୀତା ଉଦଯାପାନ ହେବ | ଏଥିରେ ଖେଳ ଶିକ୍ଷକମାନଙ୍କ ସହ,ଡାବୁଗାଁ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ/ସଂଯୋଜିକା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ | ଏଥିରେ ଜିଲ୍ଲାର ୧୦ ବ୍ଲକରୁ ୪୦୦ ଜଣ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଛନ୍ତି