-+91-9937148622 |
prerana_bgr@rediffmail.com |
Thursday 7th November 2024 |
R.N.I. Regd No. ODIODI/2010/46693
Breaking News
03-Oct-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳ): ୩୧ଶହ ଟଙ୍କାରେ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ନଭେମ୍ବରରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନଥିଲେ ବି ବିଜେପି ଆଜି ଏନେଇ ସଙ୍କେତ ଦେଇଛି ।ସୋହେଲାରୁ ଆରମ୍ଭ ହେବ ଧାନକିଣା
ନଭେମ୍ୱରରୁ ୩୧ଶହ ଏମଏସପିରେ କିଣିବେ ସରକାର !
ବରଗଡ, ଓଡିଶାର ଭାତହାଣ୍ଡି । ଆଉ ବରଗଡ ସୋହେଲାରୁ କ୍ବିଣ୍ଟାଲ ପିଚ୍ଛା ୩୧ଶହ ଟଙ୍କାରେ ଧାନ କିଣିବେ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝି ଚାଷୀଙ୍କୁ ଏମଏସପିଠାରୁ ୮ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ । ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପରେ ଏବେ ଧାନ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ସରକାର ଏ ନେଇ କୌଣସି ଔପଚାରିକ ଘୋଷଣା କରିନଥିଲେ ବି ବିଜେପି ଆଜି ଏ ନେଇ ସଙ୍କେତ ଦେଇଛି ।
୨୦୨୪ ନିର୍ବାଚନରେ ଧାନର ଏମଏସପି ୩୧ ଶହ ଟଙ୍କା କରିବାକୁ ବିଜେପି ପ୍ରତିଶ୍ରୃତି ଦେଇଥିଲା । ଆଉ ସରକାରକୁ ଆସିବା ପରେ କ୍ୟାବିନେଟରେ ଏ ନେଇ ପ୍ରସ୍ତାବ ପାସ ହୋଇଛି । ଏବେ ଏ ଦିଗରେ ସରକାର ଆଉ ଏକ ପାଦ ଆଗକୁ ବଢିଛନ୍ତି ।
ସମବାୟ ସମିତି ଗୁଡିକରେ ଧାନ ବିକ୍ରି ଲାଗି ଚାଷୀଙ୍କ ପଂଜୀକରଣକୁ ଗୁରୁତ୍ବ l
ଏବେ ପ୍ରତି ପଂଚାୟତରେ ହେବ ସମବାୟ ସମିତି
ଧାନ କିଣା ପାଇଁ ସମବାୟ ସମିତିକୁ ସୀମିତ ରଖାଯିବ ନାହିଁ
ଆଳୁ ଓ ଅନ୍ୟ ଚାଷ ଲାଗି ସହାୟତା ଦେବ ସମିତି
କେନ୍ଦ୍ର ସରକାର ଧାନର ଏମଏସପି ୨୩ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ ସରକାର ସମୃଦ୍ଧ କୃଷକ ନୀତିରେ କୃଷକଙ୍କୁ ଆଉ ୮ ଶହ ଟଙ୍କା ବୋନସ ଦେଇ ଧାନ କିଣିବେ । ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ମୋହନ ସରକାର ।
୨୦୧୭ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଶହେ ଟଙ୍କା ଲେଖାଁଏ ବୋନସ ଦେବାକୁ ଘୋଷଣା କରିଥିଲେ, କିନ୍ତୁ ଦେଇନଥିଲେ । ଏବେ ଏହି ସ୍ଥାନରୁ ୩୧ଶହ ଟଙ୍କାରେ ଧାନ କିଣା ଆରମ୍ଭ କରି ଚାଷୀଙ୍କ ସମର୍ଥନ ପାଇବା ଲକ୍ଷ୍ୟରେ ରହିଛି ବିଜେପି ।