-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ହରଭଙ୍ଗା(ଦେବବ୍ରତ ଦାଶ ରିପୋର୍ଟ ):-ଦୁର୍ଗ ସଜାଡି ବଳ ଗୋଟାଉଛି ବିଜେଡି । ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ । ଏକାଠି ହେଲେ ଶତାଧିକ ବିଜେଡି କର୍ମୀ । ଯୋଗ ଦେଲେ ଜିଲ୍ଲାର ବିଜେଡି ମୁଖିଆ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ । ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । ଅକ୍ଟୋବର ୨ ତାରିଖ ରୁ ବିଜେଡି ରାଜ୍ୟ ବ୍ୟାପି ହେବ ପଦଯାତ୍ରା ତେଣୁ ଆସନ୍ତା ୭ତାରିଖ ରେ ହରଭଙ୍ଗା ବ୍ଲକରେ ଜିଲ୍ଲା ବିଜେଡି କରିବ ବିଶାଳ ପଦଯାତ୍ରା କହିଲେ ପ୍ରଦୀପ ଅମାତ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୂର୍ତ୍ତ ଡାକବଙ୍ଗଳା ଠାରେ ଜିଲ୍ଲା ବିଜେଡି ର କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ସମ୍ମିଳନୀ ବୈଠକ ରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ସମସ୍ତ ବିଜେଡି କର୍ମୀ ଙ୍କୁ ମନବଳ ଦୃଢ କରିବା ସହ ଲୋକଙ୍କ ପାଇଁ କାମ କରିବା ବୋଲି କହିଥିଲେ । ଅନ୍ୟପଟେ ବିଜେପି ସରକାର ଙ୍କ ରାଜ୍ୟ ଓ ଜିଲ୍ଲାରେ ଶହେ ଦିନ ପୂରଣ ହୋଇଛି କିନ୍ତୁ କୌଣସି ଗାଁ ରେ ମାଟି ମୁଠାଏ ପଡିନାହିଁ ବୋଲି ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ବିକାଶ ନାଁ ରେ ବିଜେପି ସରକାର ଲୋକଙ୍କ ଭକୁଆ ବନାଉଛି। ତେଣୁ ବର୍ତ୍ତମାନ ର ସରକାର ର ବିଫଳତା କୁ ନେଇ ବୈଠକ ରେ ଆଲୋଚନା ହୋଇଥିଲା l ବିଜେଡି ଲୋକ ପାଇଁ କାମ କରୁଥିଲା ଏବଂ ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବ ଏଥିରେ କୌଣସି ତିଳେ ମାତ୍ର ଅବହେଳା ନାହିଁ ବୋଲି ମନ୍ତ୍ରୀ ଉପସ୍ଥିତ କର୍ମୀ ଙ୍କୁ ନିଜର ଗୁରୁମନ୍ତ୍ର ଦେଇଥିଲେ l ଏପରିକି ଆସନ୍ତା 7 ତାରିଖରୁ ତିଳେଶର ଠାରୁ ଚାରିଛକ ପର୍ଯ୍ୟନ୍ତ ବିଜେଡି ବିଶାଳ ପଦଯାତ୍ରା କରିବ । ଜିଲ୍ଲା ର ସ୍ୱାସ୍ଥ୍ୟ ଅବସ୍ଥା, କୃଷି କ୍ଷେତ୍ର ଜଳ ସେଚନ ବ୍ୟବସ୍ଥା, ସ୍କୁଲ ପିଲାଙ୍କ ଡ୍ରେସ, ଓ ମାଗଣା ବହି ବଣ୍ଟନ ଉପରେ ଉଦବେଗ ପ୍ରକାଶ କରିଥିଲେ lଏହି ବୈଠକ ରେ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଚିତ୍ତ ରଂଜନ କର୍ଣ, ବିଜେଡି ନେତା ଅବକାଶ ସାହୁ ଙ୍କ ସମେତ ବହୁ ବିଜେଡି ସରପଞ୍ଚ, ସମିତି ସଭ୍ୟ ଓ ତିନିଶହ ରୁ ଉର୍ଦ୍ଧ କର୍ମୀ ମାନେ ଯୋଗ ଦେଇଥିଲେ l