-+91-9937148622 |
prerana_bgr@rediffmail.com |
Sunday 13th July 2025 |
R.N.I. Regd No. ODIODI/2010/46693
Breaking News
28-Sep-2024
ବଲାଙ୍ଗିର: ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ବାରା ଆୟୋଜିତ, ଜିଲ୍ଲା ପ୍ରଶାସନ ଓ ସମାଜ ମଙ୍ଗଳ ବିଭାଗ ମିଳିତ ସହଯୋଗ ତଥା ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ସହାୟତାରେ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୪ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ସମ୍ମାନୀତ ଅତିଥ୍ଭାବେ ଯୋଗଦାନ କରିଥିଲେ । ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଅଧ୍ୟାପିକ, ଫୁଡ ଓ ନିଉଟ୍ରିଶନ ବିଭାଗ, ହାଇ-ଟେକ ମେଡିକାଲ କଲେଜ ଓ ହସ୍ପିଟାଲ, ଭୁବନେଶ୍ବର, ଡ. ବର୍ଷା ରାନୀ ନାୟକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଡ. ଏନ ଟୁନା ସାହୁ, ପରାମର୍ଶଦାତା, ଓଡିଶା ରାଜ୍ୟ ମହିଳା ଆୟୋଗ ପ୍ରଭୃତି ବକ୍ତାଭାବେ ଯୋଗଦାନ କରିଥିଲେ । ଡ. ମିନତୀ ବେହେରା ନିଜ ଅଭିଭାଷଣରେ ଆୟୋଗଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ କୁପୋଷଣ ଦୂର କରି ମହିଳା, କିଶୋରୀ ଓ ଶିଶୁମାନଙ୍କ ସୁସ୍ଥ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଷମା ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା, କିଶୋରୀ ଓ ଶିଶୁମାନେ ଶିକାର ହେଉଥିବା କୁପୋଷଣ ଦୂର କରିବା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ଏନେମିଆ ମୁକ୍ତ ଭାରତ ନିର୍ମାଣ ପାଇଁ ଆହ୍ଵାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଷଣ ସଂଯୋଜକ ଶାଶ୍ବତ ପାଣିଗ୍ରାହୀ ଉପସ୍ଥିତ ରହି ଜିଲ୍ଲାରୁ କୁପୋଷଣ ଦୂର କରି ରକ୍ତହୀନତା ରୋଗ ଦୂର କରିବା ନିମିତ୍ତ ସଚେତନତା କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ବାରା ସୁଷମ ଖାଦ୍ୟର ପ୍ରଦର୍ଶିନୀ ଷ୍ଟଲ ଓ ବାର୍ତ୍ତା ପ୍ରଚାର କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରକଳ୍ପ ଅଧିକାରୀ, ପରିଦର୍ଶୀକା, ପୋଷଣ ସଂଯୋଜକ, ଅଙ୍ଗନୱାଡି କର୍ମୀ, ସହାୟୀକା, ମହିଳା, କିଶୋର ବାଳକ, ବାଳିକା ପ୍ରଭୃତି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଶାଶ୍ବତ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ରାଜ୍ୟ ମହିଳା ଆୟୋଗର ଶ୍ରୀ ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମର ସୁପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଶ୍ରୀମତୀ ମିନତୀ ମିଶ୍ର ଏବଂ ସୁଶ୍ରୀ ଶିବାନୀ ଠାକୁର ସଭା କାର୍ଯ୍ୟ ପରିଚାଳନରେ ସହଯୋଗ କରିଥିଲେ ।