-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ ମ ସି ଏଚ ନୂତନ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁବର୍ଣ୍ଣପୁର ସଭା ଗୃହ ଠାରେ ଅ!ନ୍ତର୍ଜାତୀୟ ନିରାପଦ ଗର୍ଭ ପାତ ଦିବସ ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଜ଼ିଲ୍ଲା ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ା ପ୍ରକାଶ ଡନସେନା ଓ ଡ଼ା ମାନସରଞ୍ଜନ ଦଣ୍ଡପାଟ ,ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଓ ସୁଧାଂଶୁ ଶେଖର ନାୟକ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ତାଲିମ ପ୍ରାପ୍ତ ଚିକିତ୍ସିକ ଙ୍କ ଦ୍ୱାରା ହିଁ ଗର୍ଭ ପାତ କରାଇବା, ଅଣ ତାଲିମ ପ୍ରାପ୍ତ ବ୍ୟକ୍ତି ଙ୍କ ଦ୍ୱାରା ଗର୍ଭ ପାତ କରାଇଲେ ଅତ୍ୟଧିକ ରକ୍ତ ସ୍ରାବ ହେବା, ସଂକ୍ରମଣ ହେବା, ଜରାୟୁରେ କ୍ଷତ ହୋଇପାରେ, ପୁଣି ଗର୍ଭ ସଂଚାର ହେବାରେ ଅସୁବିଧା ହୋଇପାରେ ଏବଂ କେତେକ କ୍ଷେତ୍ରରେ ମୃତ୍ୟୁ ବି ହୋଇପାରେ l ଏଣୁ ସମସ୍ତ ଙ୍କୁ ଆଜିର ଦିବସ ରେ ସଚେତନତା ସୃଷ୍ଟି କରି କେବଳ ତାଲିମ ପ୍ରାପ୍ତ ଡାକ୍ତର ଙ୍କ ସହିତ ଯୋଗା ଯୋଗ କରି ନିରାପଦ ଗର୍ଭ ପାତ କରାଇ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l
ଉକ୍ତ ସଭାରେ ପ୍ରସୂତି ମା, ମାସ ମେମ୍ବର, ଆଶା,ଅଙ୍ଗନବାଡି, ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l