-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
28-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବରପାଲି ସ୍ଥିତ ଜଗନ୍ନାଥ ନଗର ଦୂର୍ଗାପୂଜା କମିଟି ତରଫରୁ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଗଲା ଏବଂ ବରପାଲି ରେଲୱେ ଓଭର ବ୍ରିଜ ର କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ଅନୁରୋଧ କରାଗଲା, ମଣ୍ଡପ ର କାର୍ଯ୍ୟ କୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅନୁରୋଧ କରାଗଲା ଏବଂ ଆସନ୍ତା ବର୍ଷ ୨୦୨୫ ରେ ହେବାକୁ ଥିବା ସ୍ଵର୍ଣ୍ଣ ଜୟନ୍ତୀ ୫୦ ବର୍ଷ ପାଳନ ପାଇଁ ତାଙ୍କର ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଥିଲୁ ଏବଂ ସେ ମଧ୍ୟ ସମସ୍ତ ଦାବି କୁ ପୂର୍ଣ୍ଣ ମାତ୍ରା ରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ଜଗନ୍ନାଥ ନଗର ଦୁର୍ଗା ପୂଜା କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ବରପାଲି ଜଗନ୍ନାଥ ନଗର ଦୁର୍ଗା ମଣ୍ଡପ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା l ଜଗନ୍ନାଥ ନଗର ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ସଭାର ସଭାପତିତ୍ଵ କରିଥିଲେ ସାଧାରଣ ସମ୍ପାଦକ ଶ୍ରୀ ଯଦୁମଣି ତ୍ରିପାଠୀ, ଉପସଭାପତି ଶ୍ରୀ କୈଳାଶ ଗହୀର, ଭୈରବ ମେହେର, ସହ ସମ୍ପାଦକ ଶ୍ରୀ ସନ୍ତୋଷ ଗୁପ୍ତା ପ୍ରମୁଖ ପୁଷ୍ପମାଲ୍ୟ ଓ ଉପଧୌକଣ ଦେଇ ସ୍ୱାଗତ କରିଥିଲେ l ଉକ୍ତ ସଭାରେ ଜଗନ୍ନାଥ ନଗର ର ବିଭିନ୍ନ ସମସ୍ୟା ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ତାର ସମାଧାନ ଉପରେ ଆଲୋକପlତ କରିଥିଲେ l ଉକ୍ତ ସଭାରେ ଶ୍ରୀ ସଞ୍ଜୟ ଅଗ୍ରୱାଲ, ଜିତେନ୍ଦ୍ର ଅଗ୍ରୱାଲ, ନରେନ୍ଦ୍ର ଅଗ୍ରୱାଲ, ଅବଧୂତ ଖମାରି, ରାଜୁ ଗୁପ୍ତା, ମୁକେଶ ବେହେରା, ଅଜିତ ପଧାନ, ସୁରେନ୍ଦ୍ର ପଣ୍ଡା, ଶିବ ମେହେର, କମଲ ଅଗ୍ରୱାଲ, ସୁଶାନ୍ତ ଗହୀର,ସୁଶୀଲ ବେହେରା ଚୀନ ପ୍ରଧାନ, ରାଜା ସାହୁ ଗୋଲୁ ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ରହିଥିଲେ l