-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
21-Sep-2024
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ )
ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁରରେ ବିକାଶ ମେଳା ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ପ୍ରଗତିର ନୂତନ ସୂର୍ୟୋଦୟ - ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ, ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଓ ବିକାଶ ମେଳା ଉଦଘାଟିତ ହୋଇଯାଇଛି। ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ସହରର ରୟାଲ ପଡ଼ିଆ ଠାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରିବା ଲକ୍ଷ୍ୟ ରାଖାଯାଇଛି। ୩ ଦିନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକକଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଦଳ ମାଧ୍ୟମରେ ସାଂସ୍କୃତିକ ସନ୍ଧ୍ୟା ମଧ୍ୟ ଆୟୋଜନ କରାଯିବା ସହିତ ୩୦ ଗୋଟି ପ୍ରଦର୍ଶନୀ ମଣ୍ଡପ ଜରିଆରେ ବିଭିନ୍ନ ବିଭାଗର ଲୋକ ଯୋଜନା ସହ ଜିଲ୍ଲାର ସଫଳତା ଓ ଉତ୍କର୍ଷର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ସରକାରୀ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ସମାରୋହରେ ମାନ୍ୟବର ମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମଲ ପ୍ରମୁଖ ଯୋଗଦେଇଥିଲେ। ମାନ୍ୟବର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ଏହି ପରିପ୍ରେକ୍ଷୀରେ ସରକାରଙ୍କ ୧୦୦ ଦିନର କାର୍ଯ୍ୟକାରିତାର ସୂଚିତ କରି ସରକାରଙ୍କ ବିକାଶ ଯୋଜନା ଗୁଡିକର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଜିଲ୍ଲାର ସବୁ ବର୍ଗର ଜନସାଧାରଣ ଆଗାମୀ ୨୦୩୬ ସୁଦ୍ଧା ଓଡ଼ିଶା ବିକାଶର ଅଭ୍ୟୁଦୟ ରେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ସାରା ଦେଶ ତଥା ରାଜ୍ୟ ଓ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଚାଲୁରହିଥିବା ସ୍ୱଚ୍ଛ ଭାରତ ମିଶନ ଅବସରରେ ସ୍ୱଛତା ହିଁ ସେବା ପରିପ୍ରେକ୍ଷୀରେ ନିଜେ ଓ ସମାଜ କୁ ସ୍ୱଚ୍ଛ ରଖିବା ଓ ସୁସ୍ଥ ରଖିବା ନିମନ୍ତେ ମୁଖ୍ୟଅତିଥି ଉପସ୍ଥିତ ହଜାର ହଜାର ଜନସାଧାରଣ ଙ୍କୁ ସ୍ୱଛତା ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ଅବସରରେ ବିନିକା ବ୍ଲକର ୨ଟି, ବୀରମହାରାଜପୁର ଓ ତରଭା ବ୍ଲକ ର ପ୍ରତ୍ୟକ ଗୋଟିଏ ଲେଖାଏଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟକେନ୍ଦ୍ରର ଲୋକାର୍ପଣ କରିଥିଲେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ। ପରେ ପରେ ଅତିଥି ବୃନ୍ଦ ଉନ୍ନୟନ ପ୍ରଦର୍ଶନୀ ମଣ୍ଡପ ଉଦଘାଟନ କରି ଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।