-+91-9937148622 |
prerana_bgr@rediffmail.com |
Tuesday 18th March 2025 |
R.N.I. Regd No. ODIODI/2010/46693
Breaking News
19-Sep-2024
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପଲ୍ଲୀଶ୍ରି ନୋଡାଲ ହାଇସ୍କୁଲ ରେ ୫ ଟି ରୁପାନ୍ତରୀକରଣ ନାଁରେ ହରି ଲୁଟ୍ ହୋଇଥିବା ଜଳଜଳ ହୋଇ ଦେଖାଯାଉଛି। ସେଥିପାଇଁ ତ ପ୍ରେରଣା ସମେତ ବିଭିନ୍ନ ଖବରକାଗଜରେ ଯେତେବେଳେ ବାରମ୍ବାର ଖବର ପରିବେଷଣ ହେଲା ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀ ନିଜେ ବ୍ଲକର ଏଇ ଏବଂ ଜେଇ ମାନଙ୍କୁ ସାଙ୍ଗରେ ନେଇ ପଲ୍ଲୀଶ୍ରି ନୋଡାଲ ହାଇସ୍କୁଲକୁ ପହଞ୍ଚି ୫-ଟି କାମକୁ ନିଜେ ଦେଖିଥିଲେ। ବହୁ ପୁରୁଣା କୋଠା ମାନଙ୍କରେ ଚୁନ କଳର ଦେଇ କାମ ସାରିଦେଇ ଥିବା ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ପଚାରିବାରୁ ସୁଚନା ଦେଇ ସ୍ପଷ୍ଟ କରିଥିଲେ। ପରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ପହଞ୍ଚି ସମସ୍ତ କାମ ଦେଖିବାପରେ ସେ ସମୟରେ ଠିକାଦାର, ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା ସ୍କୁଲ କାମରେ ଜଳଜଳ ହୋଇ ଦେଖାଯାଉଛି ବୋଲି କହିଥିଲେ। ଏବଂ ଚଳିତ ଅଧିବେଶନରେ ଏ ବିଷୟରେ ଉଠାଇ ନିରପେକ୍ଷ ତଦନ୍ତ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ ଏବଂ ତାଙ୍କ କହିଥିବା କଥାରଖି ବିଧାନସଭାରେ ୫ ଟି ନାଁ ରେ ହୋଇଥିବା ଦୁର୍ନୀତି ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ। ସେପଟେ ୫ ଟି କୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ୫ ଟି କାମରେ ଗୋଟିଏ ଗୋଟିଏ ଟଙ୍କାର ହିସାବ ନିଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ କାହିଁକି କେଜାଣି ପ୍ରଶାସନିକ କଳ ଏଥିପାଇଁ ବୋଧହୁଏ ସଜବାଜ ହୋଇପାରିନାହିଁ। ପୁରୁଣା ସରକାର ବଦଳି ନୁଆ ସରକାର ଆସି ରାଜ୍ୟ ଶାସନ ଭାର ନିଜ ହାତକୁ ନେଇ ସାରିଥିଲେ ହେଁ କିଛି ପ୍ରଶାସନିକ ଅଧିକାରୀ କାହିଁକି କେଜାଣି ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି। ଫଳରେ ଏବେ ବି ଭାବୁଛନ୍ତି ବାବୁରାଜ ଚାଳିଛି। ସେପଟେ କିନ୍ତୁ ନିଜେ ମୁଖ୍ୟମନ୍ତ୍ରୀ ୫ ଟି ଉପରେ ଟିପ୍ପଣୀ କରିସାରିଲେଣି, ବିଧାୟକ ମଧ୍ୟ ବିଧାନସଭା ରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିସାରିଲେଣି। ହେଲେ ଏପଟେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଚୁପଚାପ୍। କିଛି ବୁଦ୍ଧିଜୀବି ଙ୍କ ମତରେ ଚୁପ୍ ରହିବା ପଛରେ ରହସ୍ୟ ରହିଛି। ଆଉ ସେ ରହସ୍ୟ ହେଉଛି ନିଜେ ନିଜ ପ୍ରଶାସନିକ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାର ମାନଙ୍କ ଉପରେ କିଭଳି ପଦକ୍ଷେପ ନେବେ। ଯଦି ପଦକ୍ଷେପ ନେବେ ତା ହେଲେ ସେମାନେ ଯୋଉ ଜିଲ୍ଲା, ଉପଖଣ୍ଡ କିମ୍ବା ବ୍ଲକରେ ସେ ସମୟରେ ଅବସ୍ଥାପିତ ଥିଲେ। ସେହି ସ୍ଥାନ ମାନଙ୍କରେ ମଧ୍ୟ
5-ଟି କାମ ହୋଇଛି। ତେଣୁ ଏବେ ନିଜ ଭାଇଚାରା ବଞ୍ଚାଇବେ ନା ନିଜ ନିଜ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିବେ। ଏବେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେଖିବାକୁ ରହିଲା ବର୍ତ୍ତମାନ ର ସରକାର ତ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ତତ୍ପରତା ଦେଖାଉଛନ୍ତି। ସେହିଭଳି ପ୍ରଶାସନିକ ଅଧିକାରୀ ମାନଙ୍କ ସ୍ତରରେ ତାହା ଲାଗୁ ହେବ ନା ନାହିଁ, ତାହା ଦେଖିବାକୁ ବାକି ରହିଲା।
ଏପଟେ କିନ୍ତୁ ବହୁ ପୁରୁଣା କୋଠା କୁ ଜାଣି ଶୁଣି କାହା ସ୍ବାର୍ଥରେ କାହାକୁ ଫାଇଦା ପହଞ୍ଚାଇବା ପାଇଁ ସେ ସମୟର ଯନ୍ତ୍ରୀ , ଅଫିସର ଏତେ ବଡ଼ ରିସ୍କ ଉଠାଇଥିଲେ ତାହା କେହି ପାଟି ଫିଟାଇବାକୁ ଏବେ ରାଜି ନୁହଁନ୍ତି । ଶୁଣିବାକୁ ମିଳିଛି ପାବାର କରିଡ଼ର ମଧ୍ୟରେ ରହିଥିବା ଜଣେ ଠିକାଦାରଙ୍କୁ ଏହି ୫ ଟି ସ୍କୁଲ କାମ କରିବାପାଇଁ କାଲେ ସେ ସମୟର ଯନ୍ତ୍ରୀ ଓ ଅଫିସର ଟେକିଦେଇ ଥିଲେ । ଏଇଥିପାଇଁ ତ ସ୍କୁଲରେ ପାଠ ପଢୁଥିବା ପ୍ରାୟ ୪ ଶହ ଛାତ୍ରଛାତ୍ରୀ ଙ୍କ ଜୀବନ କୁ ବାଜି ଲଗାଇଦେବା ଭଲି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି। ତେବେ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଖୋଲ ଭିତରେ ଥିବା ମୂଷା ଧରାପଡିଯିବା ଭୟରେ ଇତସ୍ତତଃ ଏପଟେ ସେପଟେ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଇଆଡୁ ସେଆଡୁ କହି ବୁଲୁଥିବା ଦେଖାଯାଇଛି।