-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
18-Sep-2024
ବାୟୁମଣ୍ଡଳରେ ଥିବା ଓଜୋନ୍ ସ୍ତର ଆମ ପାଇଁ ବରଦାନ ସଦୃଶ ଭଳି କାର୍ଯ୍ୟ କରେ ।କିନ୍ତୁ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳକୁ ସବୁଜ କୋଠରୀ ବାଷ୍ପଗୁଡ଼ିକର ନିର୍ଗମନ ହୋଇ ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରକୁ କ୍ରମଶଃ କ୍ଷୟ କରିବାରେ ଲାଗିଛି । ଯାହା ଫଳରେ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ଓଜୋନ ସ୍ତରକୁ ଭେଦ କରି ପୃଥିବୀ ଉପରେ ସିଧାସଳଖ ପଡିବା ଦ୍ବାରା ଚର୍ମ କର୍କଟ ରୋଗ ସୃଷ୍ଟି ହେବା ସହ ଚକ୍ଷୁରେ ମୋତିଆ ବିନ୍ଦୁ ହେଉଛି ।ଜୀବଜଗତର ସୁରକ୍ଷା କବଚ ଓଜୋନ୍ ସ୍ତରର ସୁରକ୍ଷା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ବ ଓଜୋନ ଦିବସ’ ଭାବେ ପାଳନ କରାଯାଏ । ଚଳିତବର୍ଷ ବିଶ୍ବ ଓଜୋନ ଦିବସର ବିଷୟବସ୍ତୁ ରହିଛି -'ମଣ୍ଟ୍ରିଲ ରାଜିନାମା : ଜଳବାୟୁ ନିମନ୍ତେ କାର୍ଯ୍ୟକ୍ରମର ଆହ୍ୱାନ'।ଓଜୋନ ସ୍ତରର ସୁରକ୍ଷା ଆମର ନୈତିକ ଦାୟିତ୍ଵ। ଏହି ଆଭିମୁଖ୍ୟ ନେଇ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ହାଇସ୍କୁଲରେ ବିଶ୍ଵ ଓଜୋନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ଶକ୍ତି କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀ ବିଶ୍ଵ ଓଜୋନ୍ ଦିବସର ତାତ୍ପର୍ଯ୍ୟ ଏବଂ ସାଂପ୍ରତିକ ପରିସ୍ଥିତିରେ ଓଜୋନ୍ ସ୍ତରସୁରକ୍ଷାର ଆବଶ୍ୟକତା
ବିଷୟରେ ଆଲୋକପାତ କରିଥିଲେ। ଓଜୋନ ସ୍ତରର ସୁରକ୍ଷା ନିମନ୍ତେ ସମସ୍ତେ ଯଥାସାଧ୍ୟ ଉଦ୍ୟମ କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ଓଜୋନ ସ୍ତରର ସଂରକ୍ଷଣ ନିମନ୍ତେ ଛାତ୍ରାବସ୍ଥାରୁ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମାନସୀ ପଟେଲ, ଡଲି ପଟେଲ, କରିସ୍ମା ପଟେଲ,ଉମାକାନ୍ତ ମହାରଣା, ଅଙ୍କିତା ଦୁଆନ୍, ବର୍ଷା ଦେହେରୀ ଏବଂ ମଞ୍ଜୁ ନାୟକ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।ବିଦ୍ଯାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ଶକ୍ତି କ୍ଲବ ଓ ଜୁନିଅର୍ ରେଡ୍ କ୍ରସର ସଦସ୍ୟ,ଶିକ୍ଷକ ଶ୍ରୀପତି ସାହୁ, ତେଜରାମ ସା,ଅଙ୍କିତ ମହନ୍ତ, ସୁବାସ ଚନ୍ଦ୍ର ଖମାରୀ, ଆଶୁତୋଷ ଭୋଇ ,ବୋଧରାମ ବିଶ୍ବାଳ, ଅମୂଲ୍ୟ ଭୋଇ,ପ୍ରଶାନ୍ତ ମହାପାତ୍ର ,ଶିକ୍ଷୟିତ୍ରୀ ଅନୀତା ପଧାନ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।