-+91-9937148622 |

prerana_bgr@rediffmail.com |

  Thursday 12th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||     

HOME   ଜିଲ୍ଲା

କୋଶଳ ଉଚ୍ଚ ବିଦ୍ୟାଳୟ ସୋନପୁର ର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

17-Sep-2024



ସୁବର୍ଣ୍ଣପୁର.( ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ସହର ସ୍ଥାନୀୟ ପଟାଭାଡ଼ି ଠାରେ ଗଢି ଉଠିଥିବା ଅଗ୍ରଣୀ କୋଶଳ ଉଚ୍ଚ ବିଦ୍ୟାଳୟରେ 5ମ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ | ମୁଖ୍ୟ ଅତିଥି ଶିଶୁଙ୍କ ବିଜ୍ଞାନ ପ୍ରତି ରୁଚି ଓ ପ୍ରୟୋଗ ବିଷୟରେ ସମସ୍ତ ଶିଶୁ ଭାଇ ଭଉଣୀଙ୍କୁ ଅବଗତ କରାଇଥିଲେ | ଠିକ ସେହିପରି ବିଦ୍ୟାଳୟର ସମ୍ପାଦକ ଶିଶୁଙ୍କ ଜ୍ଞାନ କୌଶଳ ର ପ୍ରତିଭାକୁ ବହୁମାତ୍ରେ ଉନ୍ନତ କରିବାର କଥା ଉପସ୍ଥାପନା କରି ସମସ୍ତଙ୍କୁ ଆଗ୍ରହୀ କରିଥିଲେ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପରମାନନ୍ଦ ନାଏକ ସମସ୍ତ ଅତିଥି ଦର୍ଶକ, ପ୍ରତିଭାଗୀ, କର୍ମଚାରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରି ବିଚାରକ ମାନଙ୍କ ଦ୍ୱାରା ଚୟନ କରାଯାଇଥିବା ଶିଶୁଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରିବାକୁ କହିଥିଲେ  | ଏହି ମେଳାଟି 4ଟି ବିଭାଗରେ ହୋଇଥିଲା ଯାହାକି ବାଳ ବର୍ଗ, ଶିଶୁ ବର୍ଗ ପ୍ରାକ ଶିଶୁ ବର୍ଗ ଓ କିଶୋର ବର୍ଗ | ଶିଶୁମାନଙ୍କ ଏହି ସୁନ୍ଦର ପ୍ରକଳ୍ପକୁ ଚୟନ କରିବା ପାଇଁ 4ଜଣ ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା ସ୍ଥାନୀୟ ବିଶ୍ୱଭାରତୀ ବିଦ୍ୟାଳୟ ପିପିଲିପାଲିର 2ଜଣ ବିଜ୍ଞାନ ଶିକ୍ଷକ ଶ୍ରୀମନ ଲୋକନାଥ ମିଷ୍ଟ୍ରେ , ଶୁଭାଶିଷ ଖେତୀ, କିଡ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀମନ ସୁରେଶ ମେହେର ଓ ବୀରମିତ୍ର ସିଂ ଦେଓ ସଂସ୍କୃତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରିଙ୍କୁ ପଧାନ ପ୍ରମୁଖ ବିଚାରକ ଭାବରେ ଯୋଗଦେଇଥିଲେ | ବିଜ୍ଞାନମେଳା ର  ଉଦଯାପନୀ ସଭାରେ ଉତ୍କୃଷ୍ଟ ମାନର ପ୍ରକଳ୍ପକୁ ବିଚାର କରାଯାଇ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୃଷିବିଜ୍ଞାନ ଅଧିକାରୀ ଡ଼. ବିଭୁତିଭୂଷଣ ମିଶ୍ର, ସମ୍ମାନିତ ଅତିଥି ଭାବରେ ଅମ୍ବାଗାଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁକଦେବ ପଣ୍ଡା ଓ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗତିକୃଷ୍ଣ ମିଶ୍ର ପ୍ରମୁଖ ଯୋଗଦେଇ ସମସ୍ତ ଶିଶୁ ଓ ଶିକ୍ଷକଙ୍କୁ ଉତ୍ସାହ କରିବା ସଙ୍ଗେ ବିଜ୍ଞାନ ପ୍ରତି ପ୍ରେରିତ କରିଥିଲେ | ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଜିତ ବିଶ୍ୱାଳ, ଶଙ୍କର୍ଷଣ ଭୋଇ, ପ୍ରଦାୟିନୀ ମହାଳିକ, ଆନିଷ ପୁଟେଲ,ତତ୍ତ୍ୱଦର୍ଶୀ ମେଣ୍ଡିଲି, ଗୌରୀ ବଗର୍ତ୍ତୀ, ଦୁଶିଲା ପ୍ରଧାନ, ରମିଲା ସାହୁ, ଦିପ୍ତିମୟୀ ପଳିଆ ଆଦି ଗୁରୁଜୀଗୁରୁମା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ |ସମସ୍ତ କାର୍ଯ୍ୟକ୍ରମକୁ ସହ ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସ୍ମିତାରାଣୀ ନାୟକ ସଂଯୋଜନା କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   11-Mar-2026
  ଜିଲ୍ଲା  
ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   11-Mar-2026
  ଜିଲ୍ଲା  
ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   11-Mar-2026
  ଜିଲ୍ଲା  
*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   11-Mar-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   11-Mar-2026
  ଜିଲ୍ଲା  
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   11-Mar-2026
  ଜିଲ୍ଲା  
ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   11-Mar-2026
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026

You Might Also Like