-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
16-Sep-2024
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ମଥୁରା ପଂଚାୟତ କେଳାକଟା ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗ୍ରାମର ନରୋତ୍ତମ ଦାସ ଡ଼ମ୍ବରୁଗଡ଼ ମଠର ସାକେତପ୍ରାପ୍ତ 1008 ତ୍ୟାଗୀ ମହନ୍ତଙ୍କ ଶିଷ୍ୟତ୍ୱ ଲାଭ କରି ବ୍ରହ୍ମଚାରୀ ହୋଇ ସିଦ୍ଧିଲାଭ କଲାପରେ ହିନ୍ଦୁଧର୍ମର ସନ୍ଥ ପରମ୍ପରା ଅନୁସାରେ ମହୋମାୟାକୁ ଟ୍ୟାଗ କରିବା ପାଇଁ ପରିବାର ଓ ଗ୍ରାମରୁ ଭିକ୍ଷା ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥାଏ l ଏହି ଅବସରରେ ସକାଳେ ନାମସଂକୀର୍ତ୍ତନ୍ୟ ସହ ଗ୍ରାମ୍ୟ ପରିକ୍ରମା କରି ଗ୍ରାମର ଓ ନିଜର ପରିବାର ସଦସ୍ୟଙ୍କ ଠାରୁ ଭିକ୍ଷା ଗ୍ରହଣ କରିଥିଲେ l ଏହି ଅବସରରେ ଡ଼ମ୍ବରୁଗଡ଼ ମଠର ମହନ୍ତ ସର୍ବେଶ୍ୱର ଦାସ, ମହନ୍ତ ଗୁନୁରାମ ଦାସ, ମହନ୍ତ ରାଘବ ଦାସ, ମହନ୍ତ ଗୋପାଳ ଦାସ,ମହନ୍ତ ଲକ୍ଷ୍ମଣ ଦାସ, ସାଧୁ ଅଯୋଧ୍ୟା ଦାସ ସମେତ ଶତାଧିକ ସାଧୁସନ୍ଥ ଯୋଗଦେଇଥିଲେ l ଏହି ଅବସରରେ ଏକ ସାଧୁସେବା ସହିତ ଜ୍ଞାନଯଜ୍ଞ, ନାମ ଯଜ୍ଞ, ଘୁତ ଯଜ୍ଞ ଓ ଅନ୍ନ ଯଜ୍ଞ ଆୟୋଜନ ହୋଇଥିଲା l ଶେଷରେ ଅଂଚଳବାସୀ, ସାଧୁସନ୍ଥ ଓ ଭକ୍ତ ମାନନୁ ନେଇ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ କମିଟିର ସଭାପତି ତଥା ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱ କରିଥିବାବେଳ ଯଜ୍ଞ କମିଟି ର ସମ୍ପାଦକ ତଥା ସାମାଜିକକର୍ମୀ କୃତ୍ତିବାସ ପଲିଆ ମଞ୍ଚ ପରିଚାଳନା କରିଥିଲେ l ଯଜ୍ଞ କମିଟି ସକ୍ରିୟ ସଦସ୍ୟ ମୟସେନ ରଣା ଓ ଶିବ କର୍ମୀ ଯୋଗଦେଇ ମାଳିକା ବର୍ଣିତ ସିଦ୍ଧ ପୀଠ ଡ଼ମ୍ବରୁଗଡ଼ ଠାରେ ଆସନ୍ତା କାର୍ତ୍ତିକ ମାସ ପଞ୍ଚକ ପାଞ୍ଚ ଦିନ ଧରି ହେବାକୁ ଥିବା ବିଶ୍ୱ ଶାନ୍ତି ବିଷ୍ଣୁ ମାହାଯଜ୍ଞରେ ଅଞ୍ଚଳର ସମସ୍ତ ଭକ୍ତ ଯୋଗଦାନ ନିମନ୍ତେ ଯଜ୍ଞ ଆୟୋଜନ କମିଟି ତରଫସରୁ ନିମନ୍ତ୍ରଣ କରିଥିଲେ l ଶେଷରେ ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ କେଳାକଟା, ମଥୁରା, ଗୋପପୁର, ବୃନ୍ଦାବନ ଓ ଅଞ୍ଚଳବାସି ସକ୍ରିୟ ସହଯୋଗ କରିଥିଲେ l