-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
16-Sep-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହର ସ୍ଥିତ ଟିକ୍ରାପଡା ଗାନ୍ଧି ପାଠାଗାର ରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି ପାଠାଗାର ସଭାପତି ପ୍ରକାଶ ନେପାକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ଉତ୍ସବ ରେ ମୁଖ୍ୟ ଅତିଥି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, ବରିଷ୍ଠ ସଭ୍ୟ ଭଗବାନ ବଗର୍ତି, ପୂର୍ବତନ ପୌରାଧ୍ୟାକ୍ଷା ଦମୟନ୍ତୀ ବାଗ, ମହିଳା ଶାଖା ସଭାପତି ବନେଶ୍ୱରୀ ବେହେରା
ପ୍ରମୁଖ ପଶ୍ଚିମ ଓଡିଶା ର ଗଣପର୍ବ ଆମ ସମାଜ ରେ ଭାଇଚାରା ର ବାର୍ତ୍ତା ବହନ କରିବା ସହ ଏକତା ର ସନ୍ଦେଶ ଦିଏ ବୋଲି ମତ ପ୍ରକାଶ କରିଥିଲେ l ଏହି ଉତ୍ସବ ରେ ମହିଳା ସଭ୍ୟା ସବିତା ବେହେରା, କଲ୍ୟାଣୀ ସାହୁ,,ମଞ୍ଜୁଳା ମିଶ୍ର, ସୀମା ପଣ୍ଡା, ପ୍ରତିମା ମଟାରୀ ଏବଂ ବରିଷ୍ଠ ସଭ୍ୟ ନୀଳମଣି ମିଶ୍ର, ନାଗରିକ କମିଟି ସମ୍ପାଦକ ମଧୁସୂଦନ ନାୟକ, ବୈଷ୍ଣବ ସାହୁ, ରାଜେନ୍ଦ୍ର ମିଶ୍ର, ରବି ବହିଦାର,ବାବୁଲା ରଥ,ହରିଶଙ୍କର ପଣ୍ଡା,ଅଜିତ ପଣ୍ଡା, ଦିଲୀପ ସାହୁ, ଋତୁରାଜ ସିଂ, ବିଧୁଭୂଷଣ ତ୍ରିପାଠୀ, ଚିତ୍ତରଞ୍ଜନ ସାହୁ, ରାଜେନ୍ଦ୍ର ପାଣି, ମୁନା ଖାନ,ପ୍ରମୋଦ ସାହୁ,ଶାନ୍ତିପ୍ରକାଶ ବଢିଆ, ରିଆଜ଼ ଖାନ, ଦୁର୍ଗା ସାହୁ, ସଂଗଠକ ବୁଲୁ ବେହେରା ନୁଆଁଖାଇ ଶୁଭେଚ୍ଛା ଜଣାଇଥିଲେ l ଏହି ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ
କରିବାରେ ଜିତେନ୍ଦ୍ର ନାଗ, ସୁରୁ ସାହୁ, ବାଦଲ ସାହୁ, ଦାଶରଥି ସାହୁ, ବାବୁ ଶ୍ରୀଚନ୍ଦନ ପ୍ରମୁଖ ବିଶେଷ ସହଯୋଗ କରିଥିଲେ l ଆସନ୍ତା ନବରାତ୍ର ଦୁର୍ଗାପୂଜା ରେ ସମସ୍ତ ସଭ୍ୟ ଏବଂ ସଭ୍ୟା ତଥା ଜନସାଧାରଣ ସହଯୋଗ କରିବା ପାଇଁ ପାଠାଗାର ସଭାପତି ପ୍ରକାଶ ନେପାକ ନିବେଦନ କରିଥିଲେ l ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ପାଠାଗାର ର ଶତାଧିକ ସଭ୍ୟ ଅଂଶ ଗ୍ରହଣ କରିଥିଲେ l