-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
15-Sep-2024
ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୂଆ ମାଲପଡ଼ା ପଞ୍ଚାୟତ ସ୍ଥିତ ଡଙ୍ଗର ଗାଁର ଦୁଇ ବାଘ ଶିକାରୀଙ୍କୁ ସିନାପାଲି ବନ ବିଭାଗ କର୍ମଚାରୀ ମାନେ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘର କଳା ଦାନ୍ତ ଓ ୬ଖଣ୍ଡ ବାଘ ହାଡ଼ ଜବତ କରାଯାଇଥିଲା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଡଙ୍ଗର ଗାଁ ଗ୍ରାମର ବୁଟୁରାମ ମାଝୀ ବୟସ (୩୮) ଓ ପଦୁ ମାଝୀ ବୟସ (୨୭) ବୋଲି ଜଣା ପଡିଛି lଉଭୟ ଅଭିଯୁକ୍ତ ଙ୍କ ଠାରୁ ଜବତ ଦେହାବଶେସ ର ଓଜନ ୫୮୦୦ଗ୍ରାମ ବୋଲି ବନବିଭାଗ ପକ୍ଷରୁ ଯାହା ସୂଚନା ମିଳିଛି l ଏହି ଚଡ଼ାଉ ବେଳେ ଖଡ଼ିଆଳ ଏସିଏଫ ମହମ୍ମଦ ସାଲିହା, ସିନାପାଲି ରେଞ୍ଜର ଜୟଦେବ ମାଝୀ , ଫରେଷ୍ଟର ରଞ୍ଜନ କୁମାର ସାହୁ, ତିବିକ୍ରମ୍ ନାଏକ, ରମା ରଞ୍ଜନ ରାଉତ, ଚୁଡ଼ାନାଥ ସରାଫ ସହ ଖଡ଼ିଆଳ ଡ଼ିଭିଜନ ମୋବାଇଲ ସ୍କ୍ୱାଡ଼ ଓ ସିନାପାଲି ରେଞ୍ଜର ଅନେକ କର୍ମଚାରୀ ସାମିଲ ଥିଲେ l
ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ମାସ ତଳେ ସିନାପାଲି ବ୍ଲକ ସୀମାନ୍ତ ଛତିଶଗଡ଼ - ଓଡ଼ିଶା ସୀତା ନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲ ଜବତ କରାଯାଇଥିବା ବେଳେ ସେତେବେଳ ବନ ବିଭାଗ ଏକ ମାମଲା ରୁଜୁ କରି ୩ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଆଜି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ l
(ବିଶି ଚନ୍ଦନ ମାଝୀଙ୍କ ରିପୋର୍ଟ )