-+91-9937148622 |
prerana_bgr@rediffmail.com |
Wednesday 9th July 2025 |
R.N.I. Regd No. ODIODI/2010/46693
Breaking News
10-Sep-2024
ନୂଆପଡ଼ା:(ନିରଞ୍ଜନ ତ୍ରିପାଠୀ)-ନୂଆପଡା ଏନଏସି ଅଞ୍ଚଳରେ ଥିବା ସତସଙ୍ଗ ବିହାର ୱାର୍ଡ ନଂ-୫,ଅଞ୍ଚଳର ଦୃଶ୍ୟ କହିଲେ ନସରେ। ସ୍ଥାନୀୟ ଉପରମୁଣ୍ଡ ତେଲିପଡା ଅଞ୍ଚଳରୁ ପାଣି ଆସି ସତସଙ୍ଗ ବିହାର ଅଞ୍ଚଳରେ ଜମା ହେବା ଫଳରେ ସତେ ଯେମିତି ସମୁଦ୍ର ମାଡି ଆସିଲା ଭଳି ଦୃଶ୍ୟମାନ ହେଉଛି।ଡ୍ରେନନେଜ ସିଷ୍ଟମ ନଥିବାରୁ ଏଭଳି ସମୁଦ୍ରର ଜୁଆର ମାଡ଼ି
ଆସିଲା ଭଳି ଲାଗୁଛି।ଏ ଭଳି ପରିସ୍ଥିତିରେ ଏଠାରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ପ୍ରଶାସନ ଜାଣିବା ସତ୍ୱେ ସ୍ଥାୟୀ ସମାଧାନ ଦିଗରେ ତତ୍ପରତା ନଦେଖାଇ ଅଜଣା ଚାଉଳରେ ଭାତ ଖାଉଥିବା ଅନୁମେୟ। ଏଣୁ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ସମାଧାନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଏଠାରେ ବସବାସ କରୁଥିବା ଜନସାଧାରଣ ଦାବି କରନ୍ତି