-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
03-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା ) ସୁଭଦ୍ରା ଯୋଜନା ଫର୍ମ ନମିଳିବାରୁ ଉତ୍ୟକ୍ତ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ଗ୍ରାମପଞ୍ଚାୟତର ଡୁଙ୍ଗୁରିଗୋରା ଗ୍ରାମରେ l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଅଙ୍ଗନବାଡ଼ି କର୍ମୀ ଜ୍ୟୋତ୍ସ୍ନା ମହାଳିକ ବରପଦର୍ ଗ୍ରାମକୁ ବିବାହ ହୋଇ ଚାଲିଯିବା ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁନାହାନ୍ତି l କେନ୍ଦ୍ରର ସହାୟିକା ପ୍ରଜ୍ଞା ପରମିତା ପ୍ରଧାନ ହିଁ ଅଙ୍ଗନବାଡ଼ି କେନ୍ଦ୍ର ଚଳାଉ ଥିବା ଗ୍ରାମବାସୀ କହିଛନ୍ତି l ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ l ଗତକାଲି ଠାରୁ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଚାଲିଥିବା ବେଳେ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଆସୁ ନାହାନ୍ତି | ଯାହା ଫଳରେ ହିତାଧିକାରୀ ମାନେ ସୁଭଦ୍ରା ଫର୍ମ ପାଇ ପାରୁ ନାହାନ୍ତି | ଫର୍ମ ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କୁ କହିବାରୁ ବରପଦର୍ ଆସି ନେବାକୁ କହିଥିବା ହିତାଧିକାରୀ ମାନେ କହିଛନ୍ତି | ତେବେ ଅଙ୍ଗନୱାଡ଼ି କେନ୍ଦ୍ର ରେ ଫର୍ମ ଦେବାର ସରକାରୀ ନିୟମ ଥିବା ବେଳେ ସଂପୃକ୍ତ କର୍ମୀ ଏହାର ଖୋଲାଖୋଲି ଉଲଂଘନ କରୁଥିବା ଅଭିଯୋଗ ହୋଇଛି | ପ୍ରଶାସନ ଏହାର ତଦନ୍ତ କରି କେନ୍ଦ୍ରରେ ଫର୍ମ ଯୋଗାଇ ଦେବାକୁ ଗ୍ରାମର ମେଣ୍ଡିଲି ମହାକୁଡ଼, ବଳରାମ କ୍ଷେତୀ, ବାବୁଲୁ କ୍ଷେତୀ, ସୁଦାମ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ସୁରେନ୍ଦ୍ର ପାତ୍ର, ଗୋପୀନାଥ ଅମାତ, ପ୍ରଦୀପ କୁମାର କ୍ଷେତୀ, ପଞ୍ଚେଶ୍ୱର ନାୟକ, ମନବୁଦ୍ଧ ମହାଳିକ, ଟଙ୍କଧର କ୍ଷେ ତୀ ସମେତ ଗ୍ରାମବାସୀ ଦାବି କରଛନ୍ତି l