-+91-9937148622 |

prerana_bgr@rediffmail.com |

  Tuesday 18th March 2025 |

| | | |

R.N.I. Regd No. ODIODI/2010/46693

Breaking News

ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର    (17-Mar-2025)       ||      ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   (17-Mar-2025)       ||      ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   (17-Mar-2025)       ||      ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   (17-Mar-2025)       ||      ବକଟି ରେ ଧନୁଯାତ୍ରା ମହୋତ୍ସବ    (17-Mar-2025)       ||      ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   (17-Mar-2025)       ||      କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   (17-Mar-2025)       ||      ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   (17-Mar-2025)       ||      *କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   (17-Mar-2025)       ||      ୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   (17-Mar-2025)       ||      ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଉମେଶ ଜେନାଙ୍କ ଶୋକ   (17-Mar-2025)       ||      ୪୨ ମୌଜl ଶାନ୍ତି କମିଟିର କାର୍ଯ୍ୟକାରୀ କମିଟି ବୈଠକ   (17-Mar-2025)       ||      ଜନ ଆରୋଗ୍ୟ ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ   (17-Mar-2025)       ||      ପ୍ରେରଣାର ସ୍ଵନକ୍ଷତ୍ର ଦିବସ ପାଳନ ପୂର୍ବରୁ ଆରମ୍ଭ ହେଲା ବିଭିନ୍ନ ପ୍ରତିଯୋଗିତା    (17-Mar-2025)       ||      ମାମୁନୀ ପାଇଲେ ରାଜ୍ୟପାଳ ପୁରସ୍କାର ଡେଙ୍ଗ ବିଦ୍ୟାଳୟ ପାଇଁ ଗୌରବ ଆଣିଲେ   (09-Mar-2025)       ||      ପିକଅପ ସହ ଦୁଇ ସ୍କୁଟି ଧକ୍କା, ଜଣେ ମୃତ ଦୁଇ ଗୁରୁତର   (17-Mar-2025)       ||      *ପାପଡାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସମାପ୍ତି ସୂଚକ ଆକଳନ -୨ ସୁପରିଚାଳନା ପାଇଁ ବିଇଓ ଏବଂ ସିଆରସି ଙ୍କ ପରିଦର୍ଶନ*   (17-Mar-2025)       ||      ତହଁକ ତିହାର ଉଦଯାପିତ   (17-Mar-2025)       ||     

HOME   ଅପରାଧ

ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ

02-Sep-2024



ବଲାଙ୍ଗୀର:- ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ଚତୁର୍ଥ ପ୍ରତିଷ୍ଠା ଦିବସ ନୂତନ ଶିକ୍ଷ୍ୟା ସୌଧ ଠାରେ ଥିବା ସମ୍ମିଳନୀ କକ୍ଷ ରେ ପାଳିତ ହୋଇ ଯାଇଛି।ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ଡ.ସବିତା ଆଚାର୍ଯ୍ୟ,ଅନ୍ୟତମ ସମ୍ମାନିତ ଅତିଥି ପଦ୍ମଶ୍ରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମେହେର,ବିଶ୍ଵ ବିଦ୍ୟାଳୟ ର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ରାଜ କିଶୋର ପାତ୍ର ଯୋଗଦେଇଥିଲେ।ସଭା ଆରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଏବଂ ବେଦମନ୍ତ୍ର ପାଠ କରାଯାଇଥିଲା।ବିଶ୍ଵବିଦ୍ୟାଳୟ ର କୁଳସଚିବ ଶ୍ରୀ ଯୁଧିଷ୍ଟିର ନାୟକ ଯୋଗ ଦେଇ ବାର୍ଷିକ ବିବରଣୀ ପାଠ କରିଥିଲେ।ପରେ ପରେ ଡ.ପ୍ରତାପ କୁମାର ଦାଶ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ପ୍ରଫେସର ଡ.ସବିତା ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନେ କିଭଳି ସମସାମୟିକ ବ୍ୟବସ୍ଥା ପରିବେଶର ଆହ୍ଵାନ କୁ କିପରି ସଫଳ ଭାବେ ମୁକାବିଲା କରି ଆଗକୁ ବଢ଼ିବେ ଏବଂ ଏକ ସଫଳ ଜୀବନ ଯାପନ କରିବେ ସେ ବିଷୟରେ ଆଲୋକପାତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ପଦ୍ମଶ୍ରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମେହେର ତାଙ୍କ ଜୀବନବ୍ୟାପୀ କଳା ସାଧନାର ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିବା ସହ ସାଧନା ଓ ଜ୍ଞାନ ଆହରଣ ଦ୍ଵାରା କିଭଳି ଉନ୍ନତିର ଚରମ ସୋପାନ କୁ ଅତିକ୍ରମ କରିହୁଏ ସେ ସମ୍ପର୍କରେ ଅବଗତ କରାଇ ଥିଲେ।ସଭାର ସଭାପତି ବିଶ୍ଵବିଦ୍ୟାଳୟର କୁଳପତି ମହୋଦୟ ତାଙ୍କ ଅଭିଭାଷଣ ରେ ବିଶ୍ଵବିଦ୍ୟାଳୟର ହୋଇଥିବା ଅଗ୍ରଗତି ଓ ଅନୁଷ୍ଠାନର ସୈକ୍ଷିକ ଓ ସାଂସ୍କୃତିକ ବାତାବରଣ କିପରି ହୋଇପାରିବ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଦିଗଦର୍ଶନ ଦେଇଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ତଥା ଅଧ୍ୟବସାୟୀ ରହିବା ପାଇଁ ପରାମର୍ଶ ଦେଇଥିଲେ।ଅଧିକନ୍ତୁ ସେ ତାଙ୍କ ସମ୍ଭାଷଣ ରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଶିକ୍ଷ୍ୟା ଓ ଗବେଷଣା କୁ ପ୍ରାଧାନ୍ୟ ଦେବା ସପକ୍ଷରେ ତାଙ୍କ ସୁଚିନ୍ତିତ ମତ ପ୍ରଦାନ କରିଥିଲେ।ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼. ରାଜ କିଶୋର ପାତ୍ର ଛାତ୍ର ଛାତ୍ରୀ ଙ୍କ ଜୀବନରେ ଶୃଙ୍ଖଳା ଏବଂ ନିରନ୍ତର ଅଧ୍ୟବସାୟ ର ସୁଫଳ ବିଷୟରେ ସୁଚିନ୍ତିତ ମତ ରଖିଥିଲେ।ଇତ୍ୟ ବସରରେ ବିଶ୍ଵବିଦ୍ୟାଳୟର କୁଳପତି ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ର ବାର୍ଷିକ ପତ୍ରିକା ପ୍ରଜ୍ଞାଜ୍ୟୋତି ଉନ୍ମୋଚନ କରିବା ସହିତ ପଦ୍ମଶ୍ରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମେହେର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଆନୁଷ୍ଠାନିକ ସଭାରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ,ବିଶ୍ଵବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ ମହାବିଦ୍ୟାଳୟ ର ନିମନ୍ତ୍ରିତ ଅଧ୍ୟକ୍ଷ ସମୂହ,ବିଶ୍ଵବିଦ୍ୟାଳୟର ସିଣ୍ଡିକେଟର୍ ସଦସ୍ୟ, ଛାତ୍ର ଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ସଭାକୁ ସଫଲ୍ୟ ମଣ୍ଡିତ କରିଥିଲେ।ସ୍ନାତକୋତ୍ତର ଛାତ୍ର ସୋମ ଓ ଛାତ୍ରୀ ଅଙ୍କିତା ମଞ୍ଚ ପରିଚାଳନା କରିଥିଲେ।ଏତଦ୍ ବ୍ୟତୀତ ଅପରାହ୍ନ ରେ ଅନୁଷ୍ଠାନ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନଙ୍କ ମିଳିତ ଉଦ୍ୟମ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାରପାହାଡ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର   17-Mar-2025
  ଜିଲ୍ଲା  
ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ରାଜନୀତି  
କମସରା ଓ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତର ଚାଷଜମିକୁ ଉଠାଜଳସେଚନ ଯୋଗାଇବା ଦାବି   17-Mar-2025
  ଜିଲ୍ଲା  
ବେଆଇନ ଗୃହ ନିର୍ମାଣ କରି ରାସ୍ତା ଅବରୋଧ ପ୍ରତିବାଦରେ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   17-Mar-2025
  ରାଜ୍ୟ  
ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ   17-Mar-2025
  ଜିଲ୍ଲା  
ବକଟି ରେ ଧନୁଯାତ୍ରା ମହୋତ୍ସବ   17-Mar-2025
  ଜିଲ୍ଲା  
ପୁଟପୁଟିଗଡ ୱାଚ ଟାୱାର ଓ ବନ୍ଧପାଲି ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ   17-Mar-2025
  ଜିଲ୍ଲା  
କୃଷକ ମାନଙ୍କ ଫସଲର ଉଚିତ ମୂଲ୍ୟ ନ ମିଳିବା କାରଣରୁ କୃଷକ ଦାଦନ ଖଟି ଯାଉଛି:-ରାକେଶ ଟିକାୟତ   17-Mar-2025
  ଜିଲ୍ଲା  
ଜୁନିଅର୍ ରେଡକ୍ରସ କାଉନସିଲର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ   17-Mar-2025
  ଜିଲ୍ଲା  
*କୋଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ସ୍ୱଚ୍ଛତା ପକ୍ଷ ପାଳିତ*   17-Mar-2025
  ଜିଲ୍ଲା  
୮ ଦିନ ହେଲା ଛୁଟିରେ ସ୍ବାସ୍ଥ୍ୟ ମିଶନ କର୍ମଚାରୀ *ଜିଲ୍ଲାରେ ସ୍ୱାସ୍ଥ୍ୟସେବପ୍ରଭାବିତ*   17-Mar-2025

You Might Also Like