-+91-9937148622 |

prerana_bgr@rediffmail.com |

  Monday 12th May 2025 |

| | | |

R.N.I. Regd No. ODIODI/2010/46693

Breaking News

ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    (12-May-2025)       ||      ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   (12-May-2025)       ||      ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   (12-May-2025)       ||      କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   (12-May-2025)       ||      ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   (12-May-2025)       ||      ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   (12-May-2025)       ||      ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   (12-May-2025)       ||      ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   (12-May-2025)       ||      ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି    (12-May-2025)       ||      ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   (12-May-2025)       ||      ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   (11-May-2025)       ||      ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   (11-May-2025)       ||      ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ   (11-May-2025)       ||      ନୃସିଂହଚତୁର୍ଦ୍ଦଶୀ ରେ ଲକ୍ଷେ ବେଳପତ୍ର ସମର୍ପଣ ସହ ପୂଜା   (11-May-2025)       ||      ମାଟ୍ରିକ୍ ଏ–୧ରେ କୃତକାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା   (11-May-2025)       ||      ସୋନପୁର ଠାରେ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର   (11-May-2025)       ||      ସାହିତ୍ଯ ପତ୍ରିକା ଉଚ୍ଚାଙ୍ଗ ସାହିତ୍ଯର ସ୍ବର "ସ୍ରୋତସ୍ବତୀ"  ର ଖରା ସଂଖ୍ୟା  ଲୋକାର୍ପିତ    (11-May-2025)       ||      ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ରଚନା ପକ୍ଷରୁ ବାର୍ଷିକୋତ୍ସବ; ସାରସ୍ଵତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ରେ ଭାଗନେଲେ ବହୁ କବି ଓ ସାହିତ୍ୟପ୍ରେମୀ    (11-May-2025)       ||      ୫କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜାଇ ସହ ମେକ୍ସ ପିକ୍ଅପ ଜବତ,ଆସାମୀ ଫେରାର   (11-May-2025)       ||      ଦୁର୍ନୀତିର ଖଜୁରୀଗଛ ସମବାୟ ବିଭାଗ: ମଞ୍ଜି ପୋତି ବଢାଇଥାନ୍ତି ମନ୍ତ୍ରୀ ଓ ଅଧିକାରୀ; କର୍ମଚାରୀଙ୍କ ନିଯୁକ୍ତିଠାରୁ ମିଥ୍ୟାଧାନକିଣା , କମିଟି ଓ ଚାଷୀଶୋଷଣର ରାକେଟ୍    (11-May-2025)       ||     

HOME   ରାଜନୀତି

ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

28-Aug-2024



ଭୁବନେଶ୍ୱର (ବିଶ୍ୱରଞ୍ଜନ ବିଶ୍ଵାଳ): ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌‌ଘାଟନ କରିବେ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ବିଧାୟକ ଏବଂ ନେତୃବୃନ୍ଦ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ନବାଗତ ବିଧାୟକମାନଙ୍କୁ ବିଷଦ ସୂଚନା ଦେବେ।

ଏ ସମ୍ପର୍କରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ ବିଜେଡିର ବରିଷ୍ଠ ବିଧାୟକ ଡଃ ଅରୁଣ କୁମାର ସାହୁ କହିଛନ୍ତି, ଜଣେ ବିଧାୟକ ଭାବେ କେମିତି କାର୍ଯ୍ୟ କରିବାକୁ ହୁଏ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରକ୍ରିୟା, ଗୃହର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନେ ପ୍ରଶିକ୍ଷଣ ନେବେ। କେମିତି ଜଣେ ପ୍ରଭାବଶାଳୀ ଓ ଦକ୍ଷ ବିଧାୟକ ହେବେ ବୋଲି ଏକ ବିଷୟବସ୍ତୁ ରଖାଯାଇଛି। ସେହିପରି ପ୍ରାଇଭେଟ ମେମ୍ବର ବିଲ, ବିଶେଷାଧିକାର ପ୍ରସ୍ତାବ ତାହା ଉପରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ୮ଥର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶିକ୍ଷଣ ଦେବେ। ବିଧାନସଭାରେ ଶୂନ୍ୟକାଳ, ପ୍ରଶ୍ନକାଳ, ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣ ନୋଟିସ୍‌‌ ଭଳି ଜରୁରୀ ପ୍ରକ୍ରିୟା ସମ୍ପର୍କରେ ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା ବିଧାୟକମାନଙ୍କୁ ସୂଚନା ଦେବେ। ଅପରପକ୍ଷେ ଜନସ୍ୱାର୍ଥ 

ସମ୍ବଳିତ ପ୍ରସଙ୍ଗ କିପରି ଉତ୍‌‌ଥାପନ କରାଯିବ ସେ ସମ୍ପର୍କରେ ବରିଷ୍ଠ ନେତା ଡଃ ସନ୍ତୃପ୍ତ ମିଶ୍ର ପ୍ରଶିକ୍ଷଣ ଦେବେ। ଓଡ଼ିଶା ବିଧାନସଭାର ପୂର୍ବତନ ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ ବିଧାନସଭାର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବିଧାୟକମାନଙ୍କ ମାର୍ଗଦର୍ଶନ କରିବେ। ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟଧାରା ବିଷୟରେ ୬ ଥର ବିଧାୟକ ଥିବା ବିକ୍ରମ କେଶରୀ ଆରୁଖ ପ୍ରଶିକ୍ଷଣ ଦେବେ।ସେହିପରି ବରିଷ୍ଠ ନେତା ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ସଞ୍ଜୟ କୁମାର ଦାସବର୍ମାଙ୍କ ଭଳି ବରିଷ୍ଠ ନେତୃବୃନ୍ଦ ସୂଚନା ଦେବେ। ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣକାରୀ ନୋଟିସ୍‌‌, ମୁଲତବୀ ପ୍ରସ୍ତାବ ବିଷୟରେ କଳିକେଶ ନାରାୟଣ ସିଂଦେଓ କହିବେ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, କ୍ୟାପଟେନ୍‌‌ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଧ୍ରୁବ ଚରଣ ସାହୁ, ମନୋହର ରନ୍ଧାରୀ, ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଧାୟକମାନଙ୍କୁ ସୂଚନା ଦେବେ। ସଂଯୋଜନା କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବେ। ସକାଳ ୧୦ରୁ ଆରମ୍ଭ ହୋଇ ଦିବସ ବ୍ୟାପୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ବିଧାୟକ ଏବଂ ନେତୃବୃନ୍ଦ ସାମିଲ ହେବେ ବୋଲି ଡ଼ ସାହୁ ସୂଚନା ଦେଇଛନ୍ତିସେ ଆହୁରି କହିଥିଲେ ଯେ ବିଧାୟକମାନଙ୍କର ପ୍ରଣିକ୍ଷଣ କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ବିଧାନସଭାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସଭା, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦା ହାନୀ ହେବା ଭଳି ବ୍ୟବସ୍ଥା ହୋଇଥିଲା। ଓଡିଆ ଜାତିର ଅସ୍ମିତା କ୍ଷୂର୍ଣ୍ଣ ହେବା ଭଳି କାର୍ଯ୍ୟ ହୋଇଥିଲା। ବିଧାନସଭାର ପରମ୍ପରା ଭଙ୍ଗ ହୋଇଥିଲା। ତେଣୁ ସେହି କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଉଚିତ ମଣି ନଥିଲା। ସେଥିପାଇଁ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି ବୋଲି ଡଃ ସାହୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାତୃ ଦିବସ ପାଳିତ    12-May-2025
  ଜିଲ୍ଲା  
ଗୋଚର ଜମିରେବେଆଇନ ଭାବେ ଗଚ୍ଛିତ   12-May-2025
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ଅଘରିଆ ସମାଜ ଟ୍ରଷ୍ଟ   12-May-2025
  ଜିଲ୍ଲା  
କଷାଗୁମୁଡା ଠାରେ ଅଭିଭୁକ୍ତ କୋରାପୁଟ ଜିଲ୍ଲା ମଗଧା ଗୈାଡ ସମାଜର ବ୍ଳକ କମିଟି ଗଠନ   12-May-2025
  ଜିଲ୍ଲା  
ଖପ୍ରାଖୋଳ ବ୍ଲକ କୁମ୍ଭାର ସମାଜର ହରିଶଙ୍କର ମେଳାରେ ଅନ୍ନସେବା   12-May-2025
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବିକା ଦିବସ ପାଳିତ   12-May-2025
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ମଦନମୋହନ ମିଶ୍ରଙ୍କ ପରଲୋକରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   12-May-2025
  ଜିଲ୍ଲା  
ଚୋରା ଗଞ୍ଜେଇ କାରବାରର ଚେର ଲମ୍ବିଛି ଉତ୍ତରପ୍ରଦେଶରୁ ସମ୍ବଲପୁର-ଛତିଶଗଡ   12-May-2025
  ଜିଲ୍ଲା  
ବୋଡ଼େନ ପାତାଳ ଗଙ୍ଗାରେ ବୈଶାଖ ମେଳା ପାଇଁ ଜୋର୍ ଦାର ପ୍ରସ୍ତୁତି   12-May-2025
  ଜିଲ୍ଲା  
ପିଲା ଗୁରୁଙ୍କ କଥା ମାନିଲେ ସଫଳତା ପାଇପାରିବେ   12-May-2025
  ଜିଲ୍ଲା  
ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଟୋପ ଉଚ୍ଚ ବିଦ୍ୟାଳୟ ର ଗାଇଡ ଛାତ୍ରୀ   11-May-2025
  ଜିଲ୍ଲା  
ମାନିଗାଁ ନିକଟରେ ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ମୃତ   11-May-2025

You Might Also Like