-+91-9937148622 |

prerana_bgr@rediffmail.com |

  Monday 16th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ରାଜନୀତି

ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

28-Aug-2024



ଭୁବନେଶ୍ୱର (ବିଶ୍ୱରଞ୍ଜନ ବିଶ୍ଵାଳ): ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌‌ଘାଟନ କରିବେ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ବିଧାୟକ ଏବଂ ନେତୃବୃନ୍ଦ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ନବାଗତ ବିଧାୟକମାନଙ୍କୁ ବିଷଦ ସୂଚନା ଦେବେ।

ଏ ସମ୍ପର୍କରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ ବିଜେଡିର ବରିଷ୍ଠ ବିଧାୟକ ଡଃ ଅରୁଣ କୁମାର ସାହୁ କହିଛନ୍ତି, ଜଣେ ବିଧାୟକ ଭାବେ କେମିତି କାର୍ଯ୍ୟ କରିବାକୁ ହୁଏ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରକ୍ରିୟା, ଗୃହର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନେ ପ୍ରଶିକ୍ଷଣ ନେବେ। କେମିତି ଜଣେ ପ୍ରଭାବଶାଳୀ ଓ ଦକ୍ଷ ବିଧାୟକ ହେବେ ବୋଲି ଏକ ବିଷୟବସ୍ତୁ ରଖାଯାଇଛି। ସେହିପରି ପ୍ରାଇଭେଟ ମେମ୍ବର ବିଲ, ବିଶେଷାଧିକାର ପ୍ରସ୍ତାବ ତାହା ଉପରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ୮ଥର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶିକ୍ଷଣ ଦେବେ। ବିଧାନସଭାରେ ଶୂନ୍ୟକାଳ, ପ୍ରଶ୍ନକାଳ, ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣ ନୋଟିସ୍‌‌ ଭଳି ଜରୁରୀ ପ୍ରକ୍ରିୟା ସମ୍ପର୍କରେ ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା ବିଧାୟକମାନଙ୍କୁ ସୂଚନା ଦେବେ। ଅପରପକ୍ଷେ ଜନସ୍ୱାର୍ଥ 

ସମ୍ବଳିତ ପ୍ରସଙ୍ଗ କିପରି ଉତ୍‌‌ଥାପନ କରାଯିବ ସେ ସମ୍ପର୍କରେ ବରିଷ୍ଠ ନେତା ଡଃ ସନ୍ତୃପ୍ତ ମିଶ୍ର ପ୍ରଶିକ୍ଷଣ ଦେବେ। ଓଡ଼ିଶା ବିଧାନସଭାର ପୂର୍ବତନ ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ ବିଧାନସଭାର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବିଧାୟକମାନଙ୍କ ମାର୍ଗଦର୍ଶନ କରିବେ। ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟଧାରା ବିଷୟରେ ୬ ଥର ବିଧାୟକ ଥିବା ବିକ୍ରମ କେଶରୀ ଆରୁଖ ପ୍ରଶିକ୍ଷଣ ଦେବେ।ସେହିପରି ବରିଷ୍ଠ ନେତା ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ସଞ୍ଜୟ କୁମାର ଦାସବର୍ମାଙ୍କ ଭଳି ବରିଷ୍ଠ ନେତୃବୃନ୍ଦ ସୂଚନା ଦେବେ। ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣକାରୀ ନୋଟିସ୍‌‌, ମୁଲତବୀ ପ୍ରସ୍ତାବ ବିଷୟରେ କଳିକେଶ ନାରାୟଣ ସିଂଦେଓ କହିବେ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, କ୍ୟାପଟେନ୍‌‌ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଧ୍ରୁବ ଚରଣ ସାହୁ, ମନୋହର ରନ୍ଧାରୀ, ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଧାୟକମାନଙ୍କୁ ସୂଚନା ଦେବେ। ସଂଯୋଜନା କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବେ। ସକାଳ ୧୦ରୁ ଆରମ୍ଭ ହୋଇ ଦିବସ ବ୍ୟାପୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ବିଧାୟକ ଏବଂ ନେତୃବୃନ୍ଦ ସାମିଲ ହେବେ ବୋଲି ଡ଼ ସାହୁ ସୂଚନା ଦେଇଛନ୍ତିସେ ଆହୁରି କହିଥିଲେ ଯେ ବିଧାୟକମାନଙ୍କର ପ୍ରଣିକ୍ଷଣ କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ବିଧାନସଭାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସଭା, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦା ହାନୀ ହେବା ଭଳି ବ୍ୟବସ୍ଥା ହୋଇଥିଲା। ଓଡିଆ ଜାତିର ଅସ୍ମିତା କ୍ଷୂର୍ଣ୍ଣ ହେବା ଭଳି କାର୍ଯ୍ୟ ହୋଇଥିଲା। ବିଧାନସଭାର ପରମ୍ପରା ଭଙ୍ଗ ହୋଇଥିଲା। ତେଣୁ ସେହି କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଉଚିତ ମଣି ନଥିଲା। ସେଥିପାଇଁ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି ବୋଲି ଡଃ ସାହୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like