-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
25-Aug-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ସୋନପୁର ସହରର ବରିଷ୍ଠ ନାଗରିକ ଶିବରାମ ସାହୁ ଏବେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସୁବର୍ଣ୍ଣପୁର ପୈ।ରପରିଷଦ ପାଇଁ ନୋମିନି ନିଯୁକ୍ତ ହୋଇଛନ୍ତି। ଶ୍ରୀ ସାହୁ ଜଣେ ସୁସଂଗଠକ, କଳା ସଂସ୍କୃତି ସାହିତ୍ୟପ୍ରେମୀ ଭାବରେ ଜିଲ୍ଲାରେ ବେଶ ଜଣାଶୁଣା ଥିବାବେଳେ ସେ ଏକ ଲମ୍ବା ସମୟ ଧରି ସହରର ମର୍ଯ୍ୟାଦାଜନକ ଅନୁଷ୍ଠାନ ଚନ୍ଦ୍ରଶେଖର ପାଠାଗାର ଓ ମହାନଦୀ ସାହିତ୍ୟ ସଂସଦର ସଂପାଦକ, ସଭାପତି ରହି ଆସିଛନ୍ତି l ଗତ ନିର୍ବାଚନରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ବାଚନ ଏଜେଣ୍ଟ ଓ ପରାମର୍ଶ ଦାତା ଭାବରେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ସୋନପୁର ପୈ।ରପରିଷଦରେ ତାଙ୍କର ଚାକିରୀକାଳରେ ଜନସୂଚନା ଅଧିକାରୀ ତଥା ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ଜନସାଧାରଣଙ୍କ ମଧ୍ୟରେ ବହୁତ ବିଶ୍ଵାସଭାଜନ ହୋଇ ପାରିଛନ୍ତି l ବର୍ତ୍ତମାନ ତାଙ୍କୁ ପୈ।ର ପରିଷଦରେ ସାଂସଦଙ୍କ ପ୍ରତିନିଧି ଭାବରେ କାମ କରିବାପାଇଁ ସୁଯୋଗ ମିଳିଥିବାରୁ ତାଙ୍କୁ ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l