-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର: ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ

20-Aug-2024



ବଲାଙ୍ଗୀର(ପ୍ରେରଣା ଖବର): ଗତ ୧୯ ତାରିଖ ରକ୍ଷାବନ୍ଧନ ଦିନ ସାମ୍ବାଦିକ ଭବନରେ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ବିଶିଷ୍ଟ କବି, ଗୀତିକାର, ନାଟ୍ଯକାର ଓ ଲେଖକ କୃଷ୍ଣଚନ୍ଦ୍ର ବାରିକଙ୍କର ଦୁଇଟି କୋଶଳୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।

ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ସର୍ବପ୍ରଥମେ ଦିବଂଗତ କୋଶଳ ଗୌରବ ବିଶିଷ୍ଟ କବି ରାମଭକ୍ତ ଫରିକାର ଓ ସଦ୍ୟତମ କୋଶଳୀ କବି ତଥା ଗବେଷକ ନିମେଇଁ ଚରଣ ପାଣିଗ୍ରାହୀଙ୍କ ଅମରଆତ୍ମାର ସଦ୍ ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବଲାଙ୍ଗୀର ନଗରପାଳ ଶ୍ରୀମତୀ ଲିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଶଳୀ ନାଟକ ' ସଉତେନ୍

ଓ କୋଶଳୀ ଗଳ୍ପ ସଂକଳନ 'ନୀଏ' ପୁସ୍ତକଦୁଇଟିର ଶୁଭ ଉନ୍ମୋଚନ କରିଥିଲେ । ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଭାବରେ ନାଟ୍ଯଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ନାଟକ ସମ୍ପର୍କରେ ନିଜର ସାରଗର୍ଭକ ଅଭିଭାଷଣ ରଖିଥିଲେ l ଅଧ୍ୟାପକ ନବୀନ ବିଶ୍ବବନ୍ଧୁ, ପରିଷଦର ଉପ-ସଭାପତି ତଥା ' ପଞ୍ଚମ ' ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ମୁରଲୀଧାରୀ ପତି, ପରିଷଦର ସମ୍ପାଦକ କପିଳେଶ୍ବର ଖମାରୀ ଓ ଲେଖକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ । କବି ଓ ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ନିମନ୍ତିତ ଅତିଥି ଓ ବକ୍ତାମାନେ ଶ୍ରୀ ବାରିକଙ୍କର ଲେଖକୀୟ ଜୀବନ ଓ ସର୍ଜନାର ଆଲୋଚନାରେ ଭୂୟସୀ ପ୍ରଶଂସା କରିଥିଲେ । ଲେଖକ ଓ ତାଙ୍କର ପ୍ରକାଶିକା ପତ୍ନୀ କଣ୍ଠଶିଳ୍ପୀ ଉଷାରାଣୀ ବାରିକ ସେମାନଙ୍କର ଅଭିମତ ପ୍ରକାଶ କରିଥିଲେ । କବି ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବନଛୋର ଲେଖକଦମ୍ପତିଙ୍କର ଜୀବନ ଓ ସାରସ୍ବତ ସର୍ଜନା ସମ୍ପର୍କରେ ଏକ ସରସ ଆଲୋଚନା କରିଥିଲେ । କବୟତ୍ରୀ ସବିତା ମହରା ମଧ୍ୟ ଲେଖକଙ୍କ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ତଥା ଗାଳ୍ପିକ ମଳୟ ମିଶ୍ର କହିଥିଲେ ଯେ, ସମସ୍ତଙ୍କର କାହାଣୀକୁ ଗଳ୍ପ କରିବାର କଳାକାରିଗରୀ ନଥାଏ ଓ ବନ୍ଧୁ କୃଷ୍ଣ ଚନ୍ଦ୍ର ବାରିକ ଏହି ପୁସ୍ତକଟିରେ କୋଶଳୀ କଥାନୀକୁ ଗଳ୍ପରେ ପରିଣତ କରିବାର ଦକ୍ଷତା ପ୍ରତିପାଦନ କରିଛନ୍ତି ଓ ସମ୍ଭବତଃ ଏଭଳି ଉତ୍ତରଣ ପ୍ରଥମ । ସେ ମଧ୍ୟ ଲେଖକଙ୍କ ସହ ତାଙ୍କର ଆବାଲ୍ଯରୁ ନିବିଡ ବନ୍ଧୁତା ତଥା ନାଟକୀୟ ସର୍ଜନା ସମ୍ପର୍କରେ ଆଲୋଚନା କରିଥିଲେ । କବି, ଗବେଷକ ଓ ଅଧ୍ୟାପକ ନବୀନ ବିଶ୍ବବନ୍ଧୁ ପୁସ୍ତକର ଏକ ସୁନ୍ଦର ତଥ୍ୟପୂର୍ଣ୍ଣ ସମୀକ୍ଷାତ୍ମକ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ପତି  'ସଉତେନ୍' ନାଟକଟିକୁ ଫିଲ୍ମ କରିବାର ସୂଚନା ଦେଇଥିଲେ । ମୁଖ୍ୟଅତିଥି ଆମ ଭାଷା , ଗଳ୍ପ ବା ସାରସ୍ବତ ରଚନାରେ ସମାଜର ବିଭିନ୍ନ ଦିଗର ପ୍ରତିଫଳନ ସମାଜକୁ ଉତ୍ତମ ଦିଗ୍ ଦର୍ଶନ ଦେଇଥାଏ ବୋଲି ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଥିଲେ । ସମ୍ପାଦକ ଶ୍ରୀ ଖମାରୀ ସମ୍ପାଦକୀୟ ବିବରଣୀ ପଠନ କରିଥିଲାବେଳେ ପରିଷଦର

କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ପ୍ରାରମ୍ଭିକ ସ୍ବାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦର ସହସମ୍ପାଦକ 'ପ୍ରେରଣା' ର ସମ୍ପାଦକ ଏଡଭୋକେଟ ରଘୁନନ୍ଦନ ସିଂହ,  ଶେଷରେ ଧନ୍ୟବାଦ ଦେଇଥିଲେ । ସହରର ମାନ୍ୟଗଣ୍ୟ ସାହିତ୍ୟପ୍ରେମୀ , କବି, କବୟତ୍ରୀ, ଲେଖକ ଲେଖିକା , ସାମ୍ବାଦିକ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତୀ ଓ ଅନୁରାଗୀ ବହୁଶ୍ରୋତା ଏହି ଉତ୍ସବରେ ଯୋଗଦେଇଥିଲେ । ଅସୁସ୍ଥତା ଯୋଗୁଁ ଅନ୍ୟତମ ସମ୍ମାନିତ ମୁଖ୍ୟବକ୍ତା ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଆସିବାର ସମ୍ମତି ଦେଇଥିଲେ ହେଁ, ଆକସ୍ମିକ ଗୁରୁତର ହୋଇ ପଡିବାରୁ ଆସିପାରି ନଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026

You Might Also Like