-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
14-Aug-2024
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ବୁଧବାର ତ୍ରିରଙ୍ଗା ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l କର୍ଲାମୁଣ୍ଡା ବିଡିଓ ମଣ୍ଟୁ ଖମାରୀ ଙ୍କପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟାଳୟରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ୭ କିମି ଦୂର ରିଷିଡା ବାପୁଜି ହାଇସ୍କୁଲ ପର୍ଯ୍ୟନ୍ତ ପରିକ୍ରମା ହୋଇଥିଲା ।ରିଷିଡା ପହଁଚିବା ପରେ ହାଇସ୍କୁଲ ପରିସରରେ ଏକ ସଭା କାର୍ଯ୍ୟ କରାଯାଇ ୭୮ତମ ସ୍ବାଧୀନତା ଦିବସ ଅବସରରେ ଘରେ ଘରେ ଜାତୀୟ ପତାକା ଲଗାଇ ଜଣେ ସଚେତନ ଭାରତୀୟ ନାଗରିକ ଦାୟିତ୍ୱ ନିର୍ବାହ କରିବାକୁ ବାର୍ତ୍ତା ଦେବା ସହିତ ହର ଘର ତ୍ରିରଙ୍ଗା ନାରା ଦିଆଯାଇଥିଲା।
ଉକ୍ତ ଶୋଭାଯାତ୍ରାରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଉପାଧ୍ୟକ୍ଷା ସୁରେନ୍ଦ୍ର ଭୋଇ,ତହସିଲଦାର ଅରୁଣ ବର୍ଗେ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ,ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ନାଏକ, ମିଶନ ଶକ୍ତି ବିପିସି ବିପିନ ବାରିକ,ପୋଲିସ ଏସଆଇ ଥବୀର ବରିହା, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ନରୋତ୍ତମ ସେଲମା,ଭଜଶ୍ୟାମ ସାହୁ, ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ବିଆରର୍ଟି ପ୍ରଦୀପ କୁମାର ବେହେରା, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର ସିଂ,ଏଏଓ କୁମାର ଚିରଞ୍ଜିବି, ବିଜେପି ନେତା ଦୟା ସାହୁ,ଗୋବିନ୍ଦ ସାହୁ,ସଞ୍ଜୟ ଜୈନ,ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ,ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୋଲିସ ପ୍ରଶାସନ,ମିଶନ ଶକ୍ତି କର୍ମୀ ,ଗୋଷ୍ଠୀ ଶିକ୍ଷା ବିଭାଗ, ଏନଜିଓ କର୍ମୀ,ଖବରଦାତା ,ସମାଜସେବୀ ,ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପିଇଓ ବସନ୍ତ ମିଶ୍ର ପରିଚାଳନା କରିଥିଲେ।