-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
14-Aug-2024
ବରଗଡ଼/ଗାଇସିଲେଟ(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଅଧିନରେ ଯାଉଥିବା କଠଉମାଲ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଏଠାରେ ପ୍ରସ୍ତାବିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମାନ୍ୟବର ବିଜେପୁର ବିଧାୟକ ଜମିଦାର ସନତ କୁମାର ଗଡତୀୟାଙ୍କ କରକମଳରେ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ବିଧାୟକ ଶ୍ରୀଯୁକ୍ତ ଗଡତୀୟାଙ୍କୁ ଗ୍ରାମବାସୀ ତଥା ଆୟୁର୍ବେଦ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାକ୍ତରଖାନା ନିର୍ମାଣ ପାଇଁ ଗ୍ରାମରେ ସରକାରୀ ଜମି ନମିଳିବାରୁ ଗ୍ରାମାଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟ ସେବା ସୁଚାରୁରୂପେ କିଭଳି ପାଇପାରିବେ ଏହାକୁ ଦୃଦୟଙ୍ଗମ କରି କଠଉମାଲର ଶ୍ରୀମତୀ ଉମା ପାଣ୍ଡେ ୧୬ ଡିସିମିଲ ଭୂମି ଦାନ ସୂତ୍ରରେ ପ୍ରଦାନ କରିଥିଲେ। ଏକ୍ରମରେ ଭୂମି ଦାତା ଶ୍ରୀମତୀ ପାଣ୍ଡେଙ୍କୁ ଚିକିତ୍ସାଳୟ ପକ୍ଷରୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।ସମ୍ମାନୀତ ଅତିଥି ଭାବେ ବରଗଡ଼ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡା.ଲକ୍ଷ୍ମୀପ୍ରୀୟା ବେହେରା, ଜିଲ୍ଲାପରିଷଦ ସଦସ୍ୟା ଗାଇସିଲେଟ ଶ୍ରୀମତୀ ଝରଣା ପାଣିଗ୍ରାହୀ ଏବଂ ସ୍ଥାନୀୟ ଡାକ୍ତରଖାନାରେ କାର୍ଯ୍ୟରତ ଆୟୁର୍ବେଦ ଚିକିତ୍ସାଧିକାରୀ ଡ଼ା. ଟିକେଶ୍ୱର ନାଏକ ଯୋଗଦାନ କରିଥିଲେ। ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା କୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ଏଭଳି ମହତ ଯୋଜନା କୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ।