-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଏସପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନା ପୋଲିସ ଓ ଏସ ଡି ପିଓ ଏକ ଟିମ ଗଠନ କରି ବେଆଇନ ଗୋ ଚାଲାଣ ଉପରେ ଚଢ଼ାଉ କରିଛନ୍ତି
ନବରଙ୍ଗପୁର ସହର ନିକଟ ଚୁଟିଆଗୁଡା ଗାଁ ନିକଟ ପଡ଼ିଆରେ ୩ ଟି ଟ୍ରକ ଓ ଗୋଟିଏ ପିକ ଅପ ଗାଡ଼ିରେ ରାଜ୍ୟ ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମାଡି ବସିଲା ପୋଲିସ । ଚଢ଼ାଉ ସମୟରେ ଟ୍ରକରେ ଦୁଇ ଥାକ କରି ମଇଁଷି ଚଢା ଯାଇଥିଲା । ମୋଟ 3ଟି ଟ୍ରକ ଗୋଟିଏ ପିକ ଅପ ରେ ଗାଈ ଓ ମଇଁଷି ଉଠାଇବା ପାଇଁ ଶ୍ରମିକ ମାନେ ଉଦ୍ୟମ କରୁଥିଲେ । ଏହି ସମୟରେ ହଠାତ ପୋଲିସ ଟିମ ଚଢ଼ାଉ କରିଥିଲା । ଚଢ଼ାଉ ପରେ ଜଣା ପଡିଥିଲା ଯେ, ୬୦ ମଇଁଷି ଓ ୫୦ ଗାଈ ରହିଛନ୍ତି ।ଏହି ଗାଈ ଗୁଡିକ ପାପଡାହାଣ୍ଡି ବ୍ଲକ ବରଦେଇ ଗ୍ରାମରେ ରଖା ଯାଇ ଚୋରା ଚାଲାଣ କରାଯାଏ ସବୁ ସୋମବାର ରାତ୍ରି ରେ ।ବ୍ୟବସାୟୀ କହିବା ଅନୁଯାୟୀ ଡାବୁଗାଁ ହାଟରୁ ଗାଈ ଚଳାଇ ଆଣି ଅନ୍ୟ ହାଟକୁ ନେବାକୁ ଥିଲା ବୋଲି ପୋଲିସକୁ କହିଥିଲେ । ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛିଯେ ଗୋ ଚାଲାଣ କରିବା ପୂର୍ବରୁ ପଶୁ ସମ୍ପଦ ବିଭାଗର ଅନୁମତି ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ । ଏହି ଅନୁମତି ବ୍ୟବସାୟୀଙ୍କ ନିକଟରେ ନଥିଲା। ଅନ୍ୟ ପକ୍ଷରେ ଗାଈ ଗୋରୁଙ୍କୁ ଚଳାଇ ଆଣିବା ପୂର୍ବରୁ ଖାଦ୍ୟ ଓ ପାଣି ଦେବା ସହିତ ସ୍ଥାନେ ସ୍ଥାନେ ବିଶ୍ରାମ ମଧ୍ୟ ଦେବା ଆବଶ୍ୟକ ତାହା ମଧ୍ୟ ଗୋ ଚାଲାଣ ସମୟରେ ନିୟମ ପାଳନ କରାଯାଉନାହିଁ । ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଲାଇଛି । ଟ୍ରକ ଗୁଡିକୁ ପୋଲିସ ଜବତ କରି ଥାନାକୁ ନେଇଛି । ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ୫ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । । ଗାଈ ଓ ମଇଁଷି ଗୁଡିକୁ ପଡ଼ିଆରେହିଁ ରଖାଯାଇଛି । ପୋଲିସ ଜଗି ରହିଛି । ବିଭିନ୍ନ ଗୋଶାଳା ସହିତ ପୋଲିସ ସମ୍ପର୍କରେ ରହିଛି । ତେବେ ଚଢ଼ାଉରେ ଏସ ଡି ପିଓ କୃଷ୍ଣ ଚନ୍ଦ୍ର ଭତ୍ରା, ଥାନା ଅଧିକାରୀ ସମ୍ବିତ ବେହେରା, ଏସଆଇ ସବୀର ଅହମ୍ମଦ, ଏଏସଆଇ ପି.କଚିମ, ତୁଳସିରାମ ପୂଜାରୀ, କନେଷ୍ଟେବଲ ଅନୀଲ।ପୃଷ୍ଟି ସମେତ ପୋଲିସ ଏପିଆର ଫୋର୍ସ ଉପସ୍ଥିତ ଥିଲେ