-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
12-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ବିଶେଷ ମହତ୍ତ୍ଵ ରହିଛି ! ଶ୍ରାବଣ ମାସ ଭଗବାନ ଶିବଙ୍କର ଅତିପ୍ରିୟ ମାସ ! ଧାର୍ମିକ ମାନ୍ୟତାନୁସାରେ ଏହି ମାସରେ ଭଗବାନ ଶିବଙ୍କ ଅଭିଷେକ କରିବା ଖୁବ ଫଳଦାୟୀ ।
ପ୍ରସିଦ୍ଧ ତଥା ଐତିହାସିକ କେଲିଆ ଶୈବପୀଠରେ ଶ୍ରାବଣ ଚତୁର୍ଥ ସୋମବାରରେ ସକାଳ ୫ ଘଣ୍ଟା ଠାରୁ ମନ୍ଦିରେ ଶିବଙ୍କୁ ଜଳ ଅଭିଷେକ ପାଇଁ ଶିବଭକ୍ତ କାଉଡିଆ ମାନଙ୍କ ଭିଡ଼ ।
ଦିନ୧୦ ଘଣ୍ଟା ସୁଦ୍ଧା କେଲିଆ ଶୈବ ପୀଠରେ ପନ୍ଦର ହଜାର ରୁ ଉର୍ଦ୍ଧ୍ବ ଶିବଭକ୍ତ ଜଳ ଅଭିଷେକ କରିଥିବା ସୂଚନା ମିଳିଛି। ନବରଙ୍ଗପୁର ଜୟ ବାବା ସେବା ଦଳ ତରଫରୁ ଅର୍ଣ୍ଣ ଭୋଗର ବ୍ୟବସ୍ଥା କରାଯାଇ ଥିଲା। ଏହି ଅବସରରେ କେଲିଆ ଠାରେ ଉପସ୍ଥିତି ଥିଲେ କେଲିଆ ମନ୍ଦିର କମିଟି ସଭାପତି ତହସିଲଦାର ହରିଅମ ଭୋଇ, ଉପସଭାପତି ବୀଣା ମାଝୀ, ସମ୍ପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ସଦର୍ଶ ସୁରେନ୍ଦ୍ର ମିଶ୍ର, ସୂର୍ଯ୍ୟ ସୁବୁଦ୍ଧି ପ୍ରମ୍ମୁଖ ।ଡାବୁଗାଁ ବ୍ଲକର ବିଭିନ୍ନ ଶୈବ ପୀଠରେ ମଧ୍ୟ ଜଳଅଭିଷେକ କରିଥିଲେ ଶିବଭକ୍ତ ମାନେ।