-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
12-Aug-2024
କଟକ(ପ୍ରେରଣା ଖବର): ରବିଦ୍ରନାଥ ଠାକୁର ଏକାଧାରାରେ ଜଣେ ସ୍ଵାଧୀନତା ସଂଗ୍ରାମୀ, କବି, ଚିତ୍ରଶିଳ୍ପୀ, ନାଟ୍ୟକାର, କଥା ଶିଳ୍ପୀ ଓ ସମାଜ ସଂସ୍କାରକ ଥିଲେ।କେବଳ ଭାରତ ବର୍ଷରେ ନୁହେଁ ସମଗ୍ର ଏସିଆ ମହାଦେଶର ସେହିଁ ପ୍ରଥମ ସlହିତ୍ୟ ସାଧନା ପାଇଁ ନୋବେଲ ପୁରସ୍କାର ପ୍ରାପ୍ତ କରିଥିଲେ।ପ୍ରଚଣ୍ଡ ସ୍ଵାଭିମାନୀ ହୋଇ ଜlଲିୱାନl ୱାଲl ହତ୍ୟାକାଣ୍ଡ ସମୟରେ ସେ ସେ ପାଇଥିବା ବ୍ଲlକ୍ ହୁଡ୍ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପlଣ୍ଡୁଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ବ କବି ରବୀନ୍ଦରନାଥ ଠାକୁର ଙ୍କ ଶ୍ରଦ୍ଧାଂଜଳି ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ସମାବେଶରେ ନିମନ୍ତ୍ରିତ ହୋଇଥିବା ଅତିଥି ମାନେ ବକ୍ତବ୍ୟ ଦେଇଥିଲେ। ପ୍ରଥମେ ସ୍କୁଲ ର ଅଧ୍ୟକ୍ଷ ଦେବାଶିଷ ଲେଙ୍କା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।।ଉତ୍କଳ ଗ୍ରାମ୍ୟ ସ୍ବରାଜ ର ସଭାପତି ବ୍ରହ୍ମାନନ୍ଦ ମହାନ୍ତି ଙ୍କ ଅଧ୍ୟକ୍ଷତlରେ ଆୟୋଜିତ ହେଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ସମାଜର ଉପସଭାପତି ଜିବନାନଦ ଅଧିକାରୀ ,ମୁଖ୍ୟ ବକ୍ତା ଭାବେ ଲେଖିକା ସ୍ତମ୍ଭକାର ମୀରା ବେଉରା, ବିଷିଷ୍ଟ ଅତିଥିଭାବେ ପଲlଗାୟକ ନାରାୟଣ ମହାରଣା ଓ ସମ୍ମାନିତ ଭାବେ ଭlଗ୍ୟଧର ସ୍ୱାଇଁ, ସାହିତ୍ୟିକ
ଗୌରାଙ୍ଗ ଚରଣ ଦାସ, ଡ. ଜ୍ୟୋତିର୍ମୟୀ ମହାନ୍ତି, ଚରଣଚନ୍ଦ୍ର ଦାସ, ଜୟନ୍ତୀ ବାରିକ,ରlଜ କିଶୋର ସ୍ୱାଇଁ, ଡ. ନୃସିଂହ ଚରଣ ବେହେରା, କଲ୍ୟାଣୀ ନାୟକ, ରବୀନ୍ଦ୍ର କୁମାର ମହାପାତ୍ର,ଦ. ତପନ ଦତ୍ତ, ନିମାଇଁ ଚରଣ ସ୍ୱାଇଁ, ଦିଲୀପ କୁମାର ବାରିକ, ସୁବୋଧ ପରିଡା ଅଞ୍ଜନ କୁମାର, ବଣ୍ଟି ବାବୁ ପ୍ରମୁଖ ଠାକୁରଙ୍କ ସ୍ମୃତି ଚାରଣକରି ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କୁ ସାହସୀ ଓ ଦୃଢ ସଂକଳ୍ପ ହୋଇ ଦେଶ ଓ ସମାଜ ଗଠନରେ ବ୍ରତୀ ହେବାକୁ କହିଥିଲେ।ସାଧନା ମହାନ୍ତି, ଅଙ୍କିତା ବିଶ୍ଵାଳ ବର୍ଷରlଣି ଦାସ, ଶ୍ୱେତପଦ୍ମା ନାୟକ ପ୍ରମୁଖ ମିଳିତ ଜାତୀୟ ସଙ୍ଗିତ ଗାନ କରିଥିଲେ। ମନୋଜ ରାଉତ୍, ରବୀନ୍ଦ୍ର ନାୟକ, ସରୋଜ ପ୍ରସାଦ ବେହେରା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।