-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ବ୍ରହ୍ମପୁର(କୈଳାଶଚନ୍ଦ୍ରଚୌଧୁରୀ): ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ପଞ୍ଚାୟତ ଶରଧାପୁର ଗ୍ରାମର ଏକ କୁକୁଡ଼ା ଫାର୍ମ ନିକଟରୁ ମିନତୀ ସାମଲ ନାମ୍ନୀ ଜଣେ ମହିଳାଙ୍କର ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇ ମାମଲା ନଂ ୭୧୨/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ରୁ ଜଣାପଡିଛି ଯେ ମୃତ ମହିଳା ଜଣଙ୍କ ନିକଟସ୍ଥ ଏକ ସ୍କୁଲରେ ରୋଷେୟା ଭାବେ କାମ କରୁଥିବା ବେଳେ ରାତି ସୁଦ୍ଧା ସେ ଘରକୁ ନଆସିବାରୁ ସ୍ବାମୀ ନିଳାଚଳ ସାମଲ ଓ ପରିବାର ଲୋକେ ଖୋଜାଖୋଜି କରିଥିଲେ ଓ ଶେଷରେ ମିନତୀ ଉକ୍ତ ସ୍ଥାନରେ ପାଇଥିଲେ। ମୃତ ମହିଳାଙ୍କ ଶରୀରେ ବିଭିନ୍ନ ସ୍ଥାନରେ ଦାଗ ଥିବାରୁ ହତ୍ୟା ବୋଲି ସନ୍ଦେହ ସୃଷ୍ଟି ହୋଇଛି। ମୃତ ମହିଳାଙ୍କ ମାଁ ଚନ୍ଦ୍ରମଣି ପ୍ରଧାନ ତାଙ୍କ ଝିଅ କୁ ହତ୍ୟା କରାଯାଇଛି ବୋଲି ଥାନା ରେ ଅଭିଯୋଗ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସଠିକ କଥା ଜଣାପଡିବ ବୋଲି ଥାନା ଅଧିକାରୀ କୁମର ମୁଦୁଲିଙ୍କ ଠାରୁ ପ୍ରକାଶ।