-+91-9937148622 |

prerana_bgr@rediffmail.com |

  Wednesday 30th April 2025 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   (29-Apr-2025)       ||      ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   (29-Apr-2025)       ||      ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି    (29-Apr-2025)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   (29-Apr-2025)       ||      ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   (29-Apr-2025)       ||      ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   (29-Apr-2025)       ||      ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   (29-Apr-2025)       ||      ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   (29-Apr-2025)       ||      ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   (29-Apr-2025)       ||      *ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    (29-Apr-2025)       ||      ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    (29-Apr-2025)       ||      ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ "ପୋଷଣ ପକଵାଡା "   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁ ମହତ ପରମ୍ପରା   (29-Apr-2025)       ||      ରାସ୍ତା କଡ଼ରୁ ଯୁବକ ର ଶବ ଉଦ୍ଧାର   (29-Apr-2025)       ||      ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ସ୍ବାମୀ ଭଗବାନ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର   (29-Apr-2025)       ||      ମହାରାଜ ବୀରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ   (29-Apr-2025)       ||      ପରଲୋକରେ ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ   (29-Apr-2025)       ||      ଶବ୍ଦରେ ଶବ୍ଦରେ ଶ୍ର୍ରଦ୍ଧାଞ୍ଜଳୀ   (29-Apr-2025)       ||      ଅର୍ଥ ମଞ୍ଜୁରୀ ପରେବି ହେଉନି ଟେଣ୍ଡର; ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ    (29-Apr-2025)       ||     

HOME   ମହାନଗର

ବିଶ୍ୱର ଉତ୍ତମ ସହର ମଧ୍ୟରେ ଭୁବନେଶ୍ୱର: ପାଇଲଟିଂ କରିବ ୟୁଏନ୍ ହାବିଟାଟ୍ ଦକ୍ଷିଣ ଏସିଆର ଏକମାତ୍ର ସହର ଭାବେ ୟୁଏନ୍ ହାବିଟାଟ୍ ତାଲିକାରେ ସାମିଲ

25-Jul-2024



ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ସହାୟତାରେ ୟୁଏନ୍ ହାବିଟାଟର ୨ ଦିନିଆ କର୍ମଶାଳା ବୁଧବାର ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମେୟର ସୁଲୋଚନା ଦାସ, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାର, ୟୁଏନ୍ ହାବିଟାଟର ଇନକ୍ଲୁସିଭ ସିଟି ପ୍ଲାନିଂ ଏକ୍ସପର୍ଟ ପାରୁଲ ଶର୍ମା ମଂଚାସୀନ ଥିଲେ।ବିଏମ୍‌ସି ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳାରେ ଗୁଣାତ୍ମକ ଜୀବନ ଧାରଣ ପ୍ରଣାଳୀ ଉପରେ ଚର୍ଚ୍ଚା ହୋଇଥିଲା। ଏହି କର୍ମଶାଳାରେ ବିଭିନ୍ନ ବିଭାଗର ୪୦ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ୟୁଏନ୍ ହାବିଟାଟ୍ ପକ୍ଷରୁ ସମଗ୍ର ବିଶ୍ୱରେ ୧୧ଟି ସହରକୁ ଚୟନ କରାଯାଇଛି। ସମଗ୍ର ସାଉଥ ଏସିଆ ମହାଦେଶରେ ଭୁବନେଶ୍ୱର ହେଉଛି ଏକମାତ୍ର ସହର, ଯାହାକୁ ୟୁଏନ୍ ହାବିଟାଟ୍ ପାଇଲଟ ସହର ଭାବେ ଚୟନ କରିଛି।ଏହି କର୍ମଶାଳାରେ ଭୁବନେଶ୍ୱରବାସୀଙ୍କ ଜୀବନ ଧାରଣର ଗୁଣାତ୍ମକ ମାନ କିପରି ବୃଦ୍ଧି ପାଇବ, ସେ ସଂପର୍କରେ କର୍ମଶାଳାରେ ଯୋଗଦେଇଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍ମାନେ ସେମାନଙ୍କର ମତାମତ ଦେଇଛନ୍ତି। ଆସନ୍ତାକାଲି ସେଗୁଡ଼ିକର କାର୍ଯ୍ୟକାରିତା ଏବଂ ଉପକାରିତା ସଂପର୍କରେ ଆଲୋଚନା କରାଯିବ। ସହରୀ ଜୀବନ ଧାରଣର ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ୟୁଏନ୍ ହାବିଟାଟ୍ ଗୁରୁତ୍ୱାରୋପ କରିଛନ୍ତି ଏବଂ ପ୍ରାଥମିକତା ଭିତିରେ କାର୍ଯ୍ୟ କରୁଛନ୍ତି। ଏହି କାର୍ଯକ୍ରମରେ ସରକାରଙ୍କ ପ୍ରତିନିଧି, ଶିକ୍ଷାବିତ୍, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ୱତନ୍ତ୍ର ଆଗ୍ରହ ଥିବା ଗୋଷ୍ଠୀ ଏବଂ ବ୍ୟବସାୟୀଙ୍କ ସହଯୋଗରେ ଲୋକ କୈନ୍ଦ୍ରିକ ଉନ୍ନତି, ଉନ୍ନୟନ ଏବଂ ଜୀବନ ଧାରଣର ଗୁଣାତ୍ମକ ମାନ ମୂଲ୍ୟାଙ୍କନ, ତଦନୁଯାୟୀ ଲକ୍ଷ୍ୟ ହାସଲ କରିବାକୁ କି ପ୍ରକାର ପଦକ୍ଷେପ ନିଆଯିବ, ସେ ସଂପର୍କରେ ଅନୁଧ୍ୟାନ କରାଯିବ।

ସମଗ୍ର ବିଶ୍ୱର ୧୧ଟି ସହରକୁ ଚୟନ କରାଯାଇଥିବା ବେଳେ ସାଉଥ ଏସିଆର ଏକମାତ୍ର ସହର ଭୁବନେଶ୍ୱରକୁ ପାଇଲଟ୍ ସହର ଭାବେ ଗ୍ରହଣ କରି ଗୁଣାତ୍ମକ ଜୀବନ ଧାରଣର ମାନ ମୂଲ୍ୟାଙ୍କନ କରିବା ନିମନ୍ତେ ସର୍ଭେ କାମ ଆରମ୍ଭ ହୋଇଛି। ଭୁବନେଶ୍ୱରବାସୀଙ୍କର ଗୁଣାତ୍ମକ ଜୀବନ ଧାରଣ ମାନ ବୃଦ୍ଧି ନିମନ୍ତେ ଏହି ସର୍ଭେ ବେଶ ସହାୟକ ହେବ। ଏହାଦ୍ୱାରା ଭୁବନେଶ୍ୱରର ନାଗରିକମାନଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଭୁବନେଶ୍ୱରର ସ୍ଥାନ କେଉଁଠି, ତାହା ମଧ୍ୟ ସ୍ପଷ୍ଟ ହେବା ସହ ସେଥିପାଇଁ କଣ କରିବାକୁ ସେ ସଂପର୍କରେ ଆଲୋଚନା ହୋଇଥିଲା। ୧୧ଟି ସହରରୁ ଗୁଣାତ୍ମକ ଜୀବନ ଧାରଣ ସଂପର୍କରେ ବିଭିନ୍ନ ସୋପାନରେ ମିଳିଥିବା ତଥ୍ୟକୁ ଭିତିକରି ୟୁଏନ୍ ହାବିଟାଟ୍ ଚୂଡାନ୍ତ ଖସଡା ପ୍ରସ୍ତୁତ କରିବ ଏବଂ ସେହି ଖସଡା ଅନୁସାରେ କାମ କରିବ।

୯ଟି ପାରାମିଟରକୁ ନେଇ ବିଭିନ୍ନ ଉପାୟରେ ସର୍ଭେ କରାଯାଉଛି। ଏହା ୬ରୁ ୧୨ ମାସ ପର୍ଯ୍ୟନ୍ତ ଚାଲିବ। ଡାଟା ଆନାଲିସିସ୍, ଗୋଷ୍ଠୀ ଏବଂ ଆର୍ଥିକ ବିକାଶ, ଜିଆଇଏସ୍, ଜନସ୍ୱାସ୍ଥ୍ୟ, ଦକ୍ଷତା ଅନୁଧ୍ୟାନ ବା ଷ୍ଟ୍ରାଟେଜିକ୍ ପ୍ଲାନିଂ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, କର୍ମଶାଳା ଏବଂ ଅନଲାଇନ ଓ ପ୍ରତ୍ୟକ୍ଷ ତଥ୍ୟର ଆଦାନ ପ୍ରଦାନ ଆଦି କରାଯିବ। ଆଂଚଳିକ ଏବଂ ବିଶ୍ୱସ୍ତରୀୟ ସୂଚକାଙ୍କକୁ ନେଇ ଏକ ନୂତନ ଖସଡା ପ୍ରସ୍ତୁତ କରାଯିବ। ଚୂଡାନ୍ତ ଖସଡାକୁ ଭିତିକରି ସହରୀ ଗୁଣାତ୍ମକ ଜୀବନ ଧାରଣ ପଦ୍ଧତିର ମାନ ନିର୍ଦ୍ଧାରଣ କରାଯିବ ବୋଲି ୟୁଏନ୍ ହାବିଟାଟ ପକ୍ଷରୁ କୁହାଯାଇଛି। ଏହି କର୍ମଶାଳାରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ କୁମାର ସାହୁ, ଆଇଏମ୍‌ଡିର ନିର୍ଦେଶକ ଡକ୍ଟର ମନୋରମା ମହାନ୍ତି, ଜନ ସଂଖ୍ୟା ଯୁଗ୍ମ ସଚିବ ହେମନ୍ତ କୁମାର ସିଂ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶାଶ୍ୱତ କୁମାର ମହାନ୍ତି, ଇକୋନମିକ୍ ଆଣ୍ଡ୍ ଷ୍ଟାଟିଷ୍ଟିକ୍ସର ସହକାରୀ  ନିର୍ଦେଶକ ଏସ୍. ଏମ୍ ପଣ୍ଡା, ବିଏମ୍ସିର ବରିଷ୍ଠ ଅଧିକାରୀ, ନାସନାଲ ସାମ୍ପଲ ସର୍ଭେ, ବାଣିଜ୍ୟ ଓ ପରିବହନ, ଓକାକ୍, ବିଡିଏ, ଉକ୍ରଳ ବିଶ୍ୱବିଦ୍ୟାଳୟ, କିଟ୍, ଜାଭିୟର ବିଶ୍ୱବିଦ୍ୟାଳୟ, ୟୁନିସେଫ, ପ୍ରମୁଖ ୪୦ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ପାଇଲଟ୍ ଷ୍ଟଡିର ନୋଡାଲ ଅଫିସର ତଥା ବିଏମ୍‌ସି ସହକାରୀ କମିସନର ଏନ୍. ଗଣେଶ ବାବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   29-Apr-2025
  ଜିଲ୍ଲା  
ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   29-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି   29-Apr-2025
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   29-Apr-2025
  ଜିଲ୍ଲା  
ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   29-Apr-2025
  ଜିଲ୍ଲା  
ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   29-Apr-2025
  ଜିଲ୍ଲା  
ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   29-Apr-2025
  ଜିଲ୍ଲା  
ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   29-Apr-2025
  ଜିଲ୍ଲା  
ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   29-Apr-2025
  ଜିଲ୍ଲା  
*ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   29-Apr-2025
  ଜିଲ୍ଲା  
"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    29-Apr-2025
  ଜିଲ୍ଲା  
ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    29-Apr-2025

You Might Also Like