-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
21-Jul-2024
ପୁଇଁନ୍ତଳା(ପ୍ରେରଣା ଖବର) ଆଜି ପୁଇଁନ୍ତଳା ବ୍ଲକ ବନ୍ଧପଡା ଠାରେ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ଚିତ୍ତରଂଜନ ମିଶ୍ର ଯୋଗ ଦେଇ ସ୍ମୃତି ପରିଷଦର ସଭ୍ୟ ସଖ୍ୟା ବୃଦ୍ଧି ଓ ଏହାକୁ ଆହୁରି ସଂଗଠିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଆସନ୍ତା ଦିନରେ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ତରଫରୁ ହେବାକୁ ଥିବା ବାର୍ଷିକୋତ୍ସବ ଓ ସ୍ମରଣିକା ପ୍ରକାଶନ ଉପରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବରେ ବ୍ରଜ କୃଷ୍ଣ ମିଶ୍ର ଯୋଗ ଦେଇଥିଲେ । ବୈଦ୍ୟ ଶିରୋମଣୀ ଝସକେତନ ଗୁରୁ ଙ୍କ ସଂଯୋଜନା ଓ ବିକାଶ ଭେଲି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅମ୍ବରିଶ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
ସଭାରେ ସ୍ମୃତି ପରିଷଦର ସଭାପତି କବି ନବକିଶୋର ବେହେରା ମଂଚାସୀନ ରହି ସ୍ମୃତି ପରିଷଦର ବିଭିନ୍ନ ଜନହିତକର କାମ ଉପରେ ସୂଚନା ଦେଇଥିଲେ । ଏହି ଅବସରରେ ରକ୍ତଦାତା ତଥା ସମାଜସେବୀ ସଂଜୟ ମହାକୁଡଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ରଂଜନ ପାଣିଗ୍ରାହୀ, ପ୍ରଭାତ ମିଶ୍ର, ସାନ୍ତନୁ ପୂଜାହାରୀ, ମଧୁସୂଦନ ଦାଶ, ବୀରେନ୍ଦ୍ର ଗଡୁଆ, ପ୍ରେରଣା ର ସଂପାଦକ ରଘୁ ନନ୍ଦନ ସିଂହ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ଦୁର୍ବାଦଳ ଘିବେଲା ଧନ୍ୟବାଦ ଅର୍ପଣ କରିଥିଲେ ।