-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
21-Jul-2024
ବୋଡ଼େନ (ରାମନାଥ ପଣ୍ଡା )
ବେଳେ ବେଳେ ବ୍ଲାକ ଦରରେ ବା ବିନା ବିଲିଂରେ ଖତ ସାର ବିକ୍ରି ହୁଏ ପୁଣି ବିକ୍ରେତା ପାଖରେ ଅନ୍ୟ ଉପାୟରେ ଖତ ସାର ବା ବିହନ ମହଜୁଦ ରହିଥାଏ ।ବିଭିନ୍ନ ଉପାୟ ମାଧ୍ୟମରେ ଉଭୟ ସରକାର ଓ ଚାଷୀଙ୍କୁ ସାର ବିକ୍ରେତା ଠକି ଥାଆନ୍ତି ବୋଲି ଗୋଷ୍ଠୀ କୃଷି ଅଧିକାରୀ ଦୁଖୀରାମ ଟୁଡୁ ଓ ତହସିଲଦାର ସରିତା ଗୁପ୍ତାଙ୍କ ମିଳିତ ତତ୍ତ୍ଵାବଧାନ ତଥା ସହକାରୀ କୃଷି ଅଧିକାରୀ ସରୋଜ ମିର୍ଦ୍ଧାଙ୍କ ସହଯୋଗକ୍ରମେ ବୋଡ଼େନ ବ୍ଲକର ବୋଡ଼େନ, କର୍ଲାକୋଟ , ଡମଝର,ପଳସଦା ଓ ଲିଟିସର୍ଗି ପଞ୍ଚାୟତର ବିଭିନ୍ନ ସାର ଦୋକାନ ଗୁଡ଼ିକ ଯାଞ୍ଚ କରାଯାଇଛି । ସାର ବିକ୍ରେତା ମାନଙ୍କ ପାଖକୁ ଯାଇ ସମସ୍ତ କାଗଜ ପତ୍ର ଓ ଗୋଦାମ ଗୃହ ତଦନ୍ତ କରିଥିଲେ । ବୋଡେନ ବ୍ଲକର ସାତ ଜଣ ସାର ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି । ଚାଷୀ ମାନଙ୍କ ସୁବିଚାର ପାଇଁ ସୂଚନା ପ୍ରଦାନ କରିଛନ୍ତି ।ପୁଣି ଯେଉଁ ଚାଷୀ ମାନେ ସରକାରୀ ଧାନ ବିହନ କିଣି ବୁଣିଲା ପରେ ଗଜା ବାହାରିନ ଥିଲା , ଯେଉଁ ମାନେ ବିଲ ରଖି ଲିଖିତ ଅଭିଯୋଗ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଅବଗତ ମଧ୍ୟ କରିଛି କୃଷି ବିଭାଗ । ଯାଞ୍ଚ ସମୟରେ ବ୍ଲକ କୃଷି ଅଧିକାରୀ ଓ ତହସିଲଦାର ବିକ୍ରେତା ଙ୍କୁ ସିଧା ସିଧା କହି ଦେଇଛନ୍ତି କି ଆଗାମୀ ଦିନରେ କଡା କଡା ଯାଞ୍ଚ ହେବ ବୋଲି ।