-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
21-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଶ୍ରୀ ଗୋପାଲାଜୀ ମନ୍ଦିର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି l ଏଥିରେ ସୋନପୁର ବଲାଙ୍ଗିର ବୌଦ୍ଧ ବରଗଡ ଜିଲ୍ଲା ର ନିମ୍ବlର୍କ ସମ୍ପ୍ରଦାୟ ର ଦୁଇ ହଜାର ରୁ ଉର୍ଦ୍ଧ୍ବ ଗୁରୁ ଭାଈ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l ଏହି ଦିବ୍ୟ କାର୍ଯକ୍ରମ ରେ ରାମାନୁଜ ପୂଝାରୀ ସୁନ୍ଦରା କାଣ୍ଡ ପାରାୟଣ ସାଙ୍ଗକୁ ସାମୁହିକ ଗୋପାଳ ସହସ୍ର ନାମ ପାଠ କରାଇଥିଲେ l ପରେ ପରେ ପରମ ପୂଜ୍ୟ ଗୁରୁ ମହାରାଜ ଶ୍ରୀ ବଂଶୀଧର ଦାସ ଜି ଙ୍କୁ ଦିବ୍ୟ ଆସନ ରେ ଆସୀନ କରାଇ ଗୁରୁ ପୂଜନ କାର୍ଯ୍ଯ ସାଙ୍ଗକୁ ସମସ୍ତ ଶ୍ରଦ୍ଧାଳୁ ପୀଠ ପୂଜିତ ବ୍ୟାସ ଦେବ ଭଗଵାନ, ଶ୍ରୀ ଗୋପଲ୍ଜୀ ଠାକୁର ଙ୍କୁ ଦର୍ଶନ ପୂର୍ବକ ବିଭୁକୃପା ଲାଭ କରିଥିଲେ l ଏହି କାର୍ଯ୍ଯ କୁ ଆନନ୍ଦ ପୂଝାରୀ, ଲକ୍ଷ୍ମଣ ପାଣ୍ଡିଆ ସମ୍ପାଦନା କରିଥିବା ବେଳେ ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ବ୍ରଜ ଗୋପାଳ ପୂଝାରୀ, ଦାମୋଦର ନାଏକ, ଗୋପାଳ ପ୍ରଧାନ, ଶିବ ନାରାୟଣ ପୂଝାରୀ ଉତ୍ସବ ପରିଚଳନl ର ମୁଖ୍ୟ ଦାୟିତ୍ୱ ବହନ କରିଥିଲେ l ମନ୍ଦିର ପରିସର ରେ ଶଙ୍କର ମହାପ୍ରଭୁ ଙ୍କ ଠାରେ ରୁଦ୍ରା ଭିଷେକ୍ , ଜଳା ଭିଷେକ୍ ଶିବ ନାରାୟଣ ପୂଝାରୀ ଙ୍କ ଦ୍ଵାରା ଅନୁଷ୍ଟିତ ହୋଇଥିଲା l କର୍ତ୍ତା ଭାବେ ସୂର୍ଯ୍ୟ ନାରାୟଣ ଦାଶ ଓ ତାଙ୍କ ଧର୍ମ ପତ୍ନୀ ଗୁରୁ ପୂଜନ କାର୍ଯ୍ଯ କରିଥିଲେ l ଉକ୍ତ ଦିବ୍ୟ କାର୍ଯ୍ଯ କ୍ରମ ରେ ସାମୁହିକ ବାଳ ଭୋଜନ ଓ ପ୍ରାସାଦ ସେବନ କରଯାଇଥିଲା l ଉକ୍ତ ଦିବ୍ୟ ଗୁରୁ ପୁର୍ଣିମା ରେ ଅନେକ ସାଧୁ ସନ୍ଥ ଯୋଗ ଦାନ କରିବା ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ଓ ଭକ୍ତ ଶ୍ରଦ୍ଧାଳୁ ବିଭୁ କୃପା ଲାଭ କରି ଖୁବ୍ ଉତ୍ସାହିତ ହୋଇ ଥିଲେ l