-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
21-Jul-2024
ବରଗଡ଼(ପବିତ୍ର ମେହେର): ଜୈବ ବିବିଧତାର ସୁରକ୍ଷା ତଥା ଜଳବାୟୁଗତ ଭାରସାମ୍ୟ ରକ୍ଷା କରିବା ସହିତ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାକୁ ହେଲେ ବ୍ୟାପକ ଭାବରେ ବନୀକରଣ କରିବାକୁ ହେବ। ଏହି ଆଭିମୁଖ୍ୟ ନେଇ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଜିରାତରା ପ୍ରାଥମିକ ବିଦ୍ୟାଳୟରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯମୁନା ଭୁଏଙ୍କ
ସଂଯୋଜନା କ୍ରମେ ପରିବେଶ ସଚେତନତା ମଞ୍ଚ, ଭଟଲି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଦୟାନିଧି ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜନ କଲ୍ୟାଣସେବା ଟ୍ରଷ୍ଟ ବରଗଡ଼ର ସଭାପତି ମୁକୁନ୍ଦ ଦାଶ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତାକୁ ସମସ୍ତେ ଉପଲବଧି କରିବା
ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପରିବେଶବିତ୍ ସଞ୍ଜୟ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ " ମାଁ ପାଇଁ ଗଛଟିଏ " କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଲେମ୍ବୁ, ଆମ୍ବ, ପଣସ, ଅଁଳା, କୁସୁମ, କରଞ୍ଜ, ଅମୃତଭଣ୍ଡା ଆଦି ୫୦ଟି ଚାରା ରୋପଣ କରାଯାଇଥିଲା।ପ୍ରକୃତିବନ୍ଧୁ ଚନ୍ଦ୍ରକାନ୍ତ ସାହୁ, ଆଶ୍ରମ ବିଦ୍ୟାଳୟ ଗୋପାଳପୁରର ପ୍ରଧାନ ଶିକ୍ଷକ ପ୍ରକୃତି ପ୍ରେମୀ ଉଚ୍ଛବ ଭୁଏ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭୋଜରାଜ ମଲ୍ଲିକ, ପଞ୍ଚବଟୀ ବନ ସୁରକ୍ଷା ସମିତି ବେଲବାହାଲିର ସଂପାଦକ ଖତୁ ବିଶ୍ବାଳ,କୈଳାସ ଚନ୍ଦ୍ର ନାଗ, ରାମ ବିଶି, ଧନପତି ବୁଡେକ, ଆନନ୍ଦ ବାରିକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଉଚ୍ଛବ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।