-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
21-Jul-2024
ନବରଙ୍ଗପୁର :-(ମିହିର ଶଙ୍କର ପାତ୍ର,)ପରକ୍ରିୟା ପ୍ରୀତିରେ ପଡ଼ି ଜଣେ ବିବାହିତ ମହିଳା ପ୍ରେମିକ ସହ ଫେରାର ହେଇ ଯାଇଛି।ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଜବାଗୁଡା ପଞ୍ଚାୟତ ସନ୍ଦୀଡଙ୍ଗରୀ ଗ୍ରାମରେ। ସୂଚନାଯୋଗ୍ୟ ଫାଗନୁ ରାମ ମିର୍ଗାନ ଆଜିକୁ ପ୍ରାୟ ୧୦ ବର୍ଷ ହେବ ସବିତା ସୁନାକୁ ବିବାହ କରିଥିଲେ। ତାଙ୍କର କୈାଣସି ସନ୍ତାନ ନାହଁ। ପ୍ରତିଦିନ ଭଳି ଫାଗନୁ ରାମ ମିର୍ଗାନ ବୁଧବାର ଦିନ ନିଜ ଚାଷ ଜମିକୁ ଚାଷ କରି ଦିନ ୧୨ଘଣ୍ଟ ସମୟ ରେ ଘରକୁ ଫେରିଥିଲେ। ଆଉ ନିଜ ସ୍ତ୍ରୀକୁ ଘରେ ନ ପାଇ ସେ ପାଖ ପଡିଶା ଘରକୁ ଯାଇ ଖୋଜାଖୋଜି କରିଥିଲେ। ପରେ କୈାଣସି ସୂତ୍ରରୁ ଜାଣିବାକୁ ପାଇଲେ ଯେ ତାଙ୍କ ଗ୍ରାମର ଖଗପତି ଭତ୍ରା ସହ ତାଙ୍କ ସ୍ତ୍ରୀ ସବିତା ସୁନା ଗୋଟିଏ ସ୍କୁଟିରେ କେଉଁ ଆଡେ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ଓ ତାର ପ୍ରେମିକକୁ କିଛି ବ୍ୟକ୍ତି ଓଡ଼ିଶା ଓ ଛତିଶଗଡ଼ ବୋଡ଼ର୍ କୋଳାହଳ ଗ୍ରାମ ନିକଟରେ ଦେଖି ଥିଲେ । ଏବିଷୟରେ ଜାଣିବା ପରେ ସେ ସ୍ତ୍ରୀକୁ ଖଜିବାକୁ ଓଡ଼ିଶା ବୋଡ଼ର୍ କୋଳାହଳ କୁ ଯାଇଥିଲେ। ହେଲେ ସେଠାରେ ଗୋଟିଏ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ରେ ଦେଖି ଯାଣିଲା ଯେ ତାଙ୍କ ସ୍ତ୍ରୀ ଓ ଖଗପତି ଭତ୍ରା ଏକ ସ୍କୁଟିରେ ବସି ଛତିଶଗଡ଼ ରାଜ୍ୟ କୁ ଚାଲିଯାଇଛନ୍ତି। ଏବିଷୟରେ ଜାଣିବା ପରେ ଫଗନୁ ରାମ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା କୁ ଆସିଥିଲେ।