-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
21-Jul-2024
ନୂଆପଡ଼ା( ରାମନାଥ ପଣ୍ଡା ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଡରାମାଲ ଗ୍ରାମର ନମିତା ସାହୁ ନାମକ ଜଣେ ମହିଳା ଉଦନ୍ତୀ ନଦୀରେ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ ନଦୀର ମୁଖ୍ୟ ସ୍ରୋତରେ ପଡ଼ି ଭାସି ଯାଉଥିବା ବେଳେ ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲେ। ଜମିରେ କୃଷି କାର୍ଯ୍ୟ କରୁଥିବା କୃଷକ ମାନେ ସିନାପାଲି ଅଗ୍ନି ଶମ ବିଭାଗକୁ ସୂଚନା ଦେବା ପରେ କିଛି ସମୟ ମଧ୍ୟରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଗାଧୋଉଥିବା ନଦୀ ଘାଟରୁ କିଛି କିଲୋମିଟର ଦୂରରେ ଅନେକ ପରିଶ୍ରମ ପରେ ମହିଳାଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି।ମହିଳାଙ୍କୁ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି।
୧୯୯୦ ମସିହାରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା ତା'ପରେ ନଦୀକୂଳ ମାନଙ୍କରେ ପଥର ବନ୍ଧା ଯାଇଛି ଯଦ୍ୱାରା କୂଳର ମାଟି କ୍ଷୟ ହେଉନାହିଁ ।ଠିକ୍ ସେହି ଭଳି ୧୯୭୯ ମସିହାରେ ବଢ଼ି ଯୋଗୁଁ ସିନାପାଲି ସ୍ଥିତ କାପସି ଗ୍ରାମ ଜଳମଗ୍ନ ହେବା ସହ ସିନାପାଲି ଗ୍ରାମର ଲୋକ ଭୟଭୀତ ହୋଇ ଉଠି ଥିଲେ । ଉଦନ୍ତୀ ନଦୀରେ ପାଣିର ସ୍ରୋତ ହଠାତ୍ ବଢ଼ିଥାଏ ତେଣୁ ଗାଧୋଇବା ସମୟରେ ସଚେତନତା ଅବଲମ୍ବନ କରିବା ଜରୁରୀ ଅଟେ ।