-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
21-Jul-2024
- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ପତଞ୍ଜଳି ଯୋଗ ସମିତି , ସୁବର୍ଣ୍ଣପୁର ପକ୍ଷରୁ ଉଦୟ ନଗର ମିଶ୍ର ପ୍ୟାଲେସ ଠାରେ ପବିତ୍ର ଗୁରୁ ପୁର୍ଣିମା ଉତ୍ସବ ପାଳନ ହୋଇ ଯାଇଛି l ଜିଲ୍ଲା ଯୋଗ ସମିତି ଓ ସ୍ୱଚ୍ଛ ଭାରତ ସଂଗଠନ ର ମିଳିତ ସହଯୋଗ ରେ ଅନୁଷ୍ଟିତ ଏହି ଗୁରୁ ପୂର୍ଣ୍ଣିମା କାର୍ଯକ୍ରମ ରେ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀମତୀ ଜ୍ୟୋତିର୍ମୟୀ ମଲ୍ଲିକ, ସମ୍ମାନୀତ ଅତିଥି ଭାବରେ ସୋନପୁର କଲେଜ ପ୍ରଧ୍ୟାପିକା ଓ ମହିଳା ଯୋଗ ପ୍ରଶିକ୍ଷିକା ପ୍ରତିମା ରଥ, ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପ୍ରହଲ୍ଲାଦ ମିଶ୍ର ଓ ମୂଖ୍ୟ ବକ୍ତା ଭାବେ ଶିକ୍ଷାବିଦ୍ ପ୍ରଦୀପ ପୁରୋହିତ ଯୋଗ ଦେଈ ପିତା ମାତା, ଗୁରୁ , ଓ ଆମ ରାଷ୍ଟ୍ର ଏ ତିନି ଜଣ ଙ୍କୁ ଆଜି ପୂଜ୍ୟ ପୁଜା ଭାବେ ମନେ ପକେଇବା ଓ ପୁଜା କରିବା ଦିନ ଟିଏ ବୋଲି କହିଥିଲେ l ଚାକିରୀ ଓ ଦୈନନ୍ଦିନ ଜୀବନ ରେ ସମାଜ ପ୍ରତି ଦେଶ ପ୍ରତି ଉତ୍ସର୍ଗୀକୃତ ସେବା ଦେଇଥିବା ତିନି ଜଣ ଗୁରୁ ବା ମହାନ୍ ବ୍ୟକ୍ତି ଅବସର ପ୍ରାପ୍ତ ପୋଲିସ ହାବିଲଦାର ଶ୍ରୀ ଅଶୋକ ହୋତା, ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ରଙ୍କ ମଣି ମିଶ୍ର ଓ କଳା ସଂସ୍କୃତି ଗବେଷକ ନାଟ୍ୟଶ୍ରୀ ଗଦା ଧର ବାରିକ୍ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରଯାଇ ଦୀର୍ଘ ଜୀବନ କାମନା କରା ଯାଇ ଥିଲା l ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ସଭାପତି ଗୋପାଳ ନେଗି ଙ୍କ ସଭାପତିତ୍ବ ରେ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପତଞ୍ଜଳି ଭାରତ ସ୍ବାଭିମାନ ଜିଲ୍ଲା ପ୍ରଭାରୀ ମନୋଜ୍ କୁମର୍ ପଣ୍ଡା, ଯୋଗ ସମିତି ର ଅବାହାକ ସତ୍ୟବାନ୍ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ବେଦ ପ୍ରଚାର ସମିତି ର ଯଜ୍ଞ ପ୍ରଚାରକ ମହାଜନ ଆର୍ୟ ଓ ବେଦ ପ୍ରଚାର ସମିତି ସଭାପତି ପଙ୍କଜ ମେହେର ଙ୍କ ଦ୍ଵାରା ବୈଦିକ ବିଶ୍ବ ଶାନ୍ତି ଯଜ୍ଞ ଅନୁଷ୍ଟିତ ହୋଇଥିଲା l ଏଥିରେ କର୍ତ୍ତା ଭାବେ ଅଧ୍ୟାପକ ପ୍ରସନ୍ନ କର୍ଣ୍ଣ ଦମ୍ପତ୍ତି ପୁଜା କାର୍ଯ୍ଯ କୁ ସମ୍ପନ୍ନ କରିଥିବା ବେଳେ ଜିଲ୍ଲା ର ଯୋଗ ସମିତି ସମ୍ପାଦକ ଶ୍ରିବନ୍ତ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା l ସ୍ୱଚ୍ଛ ଭାରତ ସମାଜ ସେବୀ ଇନ୍ଦୁ ମତି ପୁରୋହିତ, ଗଣେଶ ମିଶ୍ର, ଡ଼ା ସରୋଜ ପଟେଲ, ନାରାୟଣ ରଥ , କାହୁଁ ସାହୁ, ଚରଣ ଦାଶ, ତରଣି ମେହେର ଙ୍କ ସମେତ ଯୋଗ ସମିତି ର ଅକ୍ଷୟ ପାତ୍ର, କୁନାଲ ସାହୁ, ଦୁର୍ଗା ଚରଣ ସାହୁ, ପୂର୍ଣ୍ଣ ଚନ୍ଦ୍ର ଖଣ୍ଡଗିରି ପ୍ରମୁଖ ସମସ୍ତ ସଭ୍ୟ ଯୋଗ ଦେଇଥିଲେ l