-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
20-Jul-2024
ହରଭଙ୍ଗା(ଦେବବ୍ରତ ଦାଶ ଙ୍କ ରିପୋର୍ଟ): ତେଲନଦୀ ବ୍ରିଜ ଉପରେ ଚଳନ୍ତା କାର ରେ ଲାଗିଲା ନିଆଁ । ହୁତ ହୁତ ହୋଇ ଜଳିଗଲା କାର ।। ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ସହଯୋଗୀ । ବ୍ରିଜ ଉପରେ ଯାତାୟତ ଠପ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତେଲ ନଦୀ ବ୍ରିଜ ଉପରେ କାର ରେ ନିଆଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି । ସୂଚନାମୁତାବକ ମନମୁଣ୍ଡା ତେଲ ନଦୀ ବ୍ରିଜ ଉପରେ ଆଜି ସନ୍ଧ୍ୟା ସମୟରେ ହଠାତ ଏକ କାର ଜଳୁଥିବା ଦେଖିବାକୁ ମିଳିଥିଲା । ଉକ୍ତ କାରଟି ମନମୁଣ୍ଡା ପଟୁ ସୋନପୁର ଆଡ଼କୁ ଯାଉଥିବା ବେଳେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା । ଖବର ପାଇ ପୋଲିସ ଓ ସୋନପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ସଟ ସାର୍କିଟ୍ ଜନିତ ଅଗ୍ନିକାଣ୍ଡ ବୋଲି ଅନୁମାନ କରାଯାଏ । ଗାଡ଼ିରେ ନିଆଁ ଲାଗିବା ପରେ ବ୍ରିଜ ଉପରେ ପ୍ରାୟ ଏକ ଘଣ୍ଟା କାଳ ଯାତାୟତ ଠପ ହୋଇଯାଇଥିଲା | ଗାଡ଼ି କେଉଁ ଅଞ୍ଚଳର ଓ ଏହାର ମାଲିକ କିଏ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।