-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
20-Jul-2024
- ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ନବ ନିର୍ମାଣ କୃଷକ ସଂଗଠନ ଓ ଜିଲ୍ଲା ମିଳିତ କୃଷକ ସଂଗଠନ ତରଫରୁ ୮ ଦଫା ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିିକିତ୍ସା ଧିକାରୀଙ୍କ କାର୍ଯ୍ୟାଳୟ ଘେରlଉ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ କୁଶପୁତ୍ତଳିକା ଦାହ କରା ଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସହିତ ସମସ୍ତ ଛୋଟ ବଡ଼ ଚିକିତ୍ସାଳୟ ରେ ଡାକ୍ତର ଓ କର୍ମଚାରୀ ଅଭାବ , ଚିକିତ୍ସା ରେ ଅବହେଳା , ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ର ଅଭାବ, ଡାକ୍ତର ଓ ନର୍ସଙ୍କ ଖରାପ ବ୍ୟବହାର ,ସରକାରୀ ଡାକ୍ତର ଖାନା ରୁ ରୋଗୀ ଙ୍କୁ ଘୋରୋଇ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ , ପିଇବା ପାଣି ର ଅଭାବ , ଟଏଲେଟ୍ ଓ ଡାକ୍ତର ଖାନା ସଫା ନ ରଖିବା , ଜଗୁଆଳି ଥାଇ ମଧ୍ୟ ଡାକ୍ତର ଖାନା ପରିସର ରୁ ଗାଡ଼ି ଚୋରି ହେବା , ଦୀର୍ଘ ସମୟ ଧରି ଡାକ୍ତର ଖନା ରେ ବିଦ୍ୟୁତ୍ ସେବା ବନ୍ଦ ରହିବା ଆଦି ଦାବି ର ପ୍ରତିବାଦ ନେଇ ବିକ୍ଷୋଭ ପ୍ରଦର୍ଶନ ସହ ସି ଡି ଏମ ଓ ଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ର ମହିଳା ନେତ୍ରୀ ସୋନାଲି ବିଶି ଙ୍କ ନେତୃତ୍ୱ ରେ ସହର ମଧ୍ୟ ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖ ରୁ ଶତାଧିକ କୃଷକ ଓ ଯୁବକ ମାନେ ଶୋଭାଯାତ୍ରା ରେ ବାହାରି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆସି ଧାରଣା ଦେବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବୈକୁଣ୍ଠ ଶତପଥୀ , ରାମ ନାରାୟଣ ବ୍ରହ୍ମା, ସୁଶିଲ କୁମାର , ପ୍ରଭାତ ମିଶ୍ର , ତରୁଣ ସାହୁ, ଶ୍ରୀକାନ୍ତ ସାହୁ, କିରଟି ପ୍ରଧାନ , ସୁନିଲ ବାବୁ ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ l ଏଠି ପ୍ରଶ୍ନ ଉଠେ ଯେ ୧୧୦ କୋଟି ବ୍ୟୟ ରେ ବିଗତ ସରକାର ଙ୍କ ଦ୍ଵାରା ନିର୍ମିତ ଓ ରାଜ୍ୟ ର ଏକ ନମ୍ବର ମୋଡେଲ ହସ୍ପିଟାଲ ଭାବେ 5T ସଚିବ ପାଣ୍ଡିଆନ୍ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଦ୍ଵାରା ଏକ ଭବ୍ୟ ଉତ୍ସବ ରେ ଘୋଷିତ ଏଇ ମୋଡେଲ ହସ୍ପିଟାଲ କଣ ଏତେ ଅବହେଳିତ l ଏଇ ନୂତନ ମେଡିକାଲ ନିର୍ମାଣ ର ମାନ ପରୀକ୍ଷା ନିରୀକ୍ଷା ହେବା ସହ କୋଟି କୋଟି ଟଙ୍କା ରେ କିଣା ଯାଇଥିବା ଚିକିତ୍ସା ଉପକରଣ ଉପରେ ତୁରନ୍ତ ତଦନ୍ତ ଦାବୀ କରିଛନ୍ତି ବୁଦ୍ଧିଜୀବୀ l