-+91-9937148622 |

prerana_bgr@rediffmail.com |

  Wednesday 30th April 2025 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   (29-Apr-2025)       ||      ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   (29-Apr-2025)       ||      ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି    (29-Apr-2025)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   (29-Apr-2025)       ||      ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   (29-Apr-2025)       ||      ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   (29-Apr-2025)       ||      ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   (29-Apr-2025)       ||      ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   (29-Apr-2025)       ||      ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   (29-Apr-2025)       ||      *ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    (29-Apr-2025)       ||      ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    (29-Apr-2025)       ||      ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ "ପୋଷଣ ପକଵାଡା "   (29-Apr-2025)       ||      "ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁ ମହତ ପରମ୍ପରା   (29-Apr-2025)       ||      ରାସ୍ତା କଡ଼ରୁ ଯୁବକ ର ଶବ ଉଦ୍ଧାର   (29-Apr-2025)       ||      ଅଙ୍କୁଶପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ସ୍ବାମୀ ଭଗବାନ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର   (29-Apr-2025)       ||      ମହାରାଜ ବୀରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ   (29-Apr-2025)       ||      ପରଲୋକରେ ବରିଷ୍ଠ କିରାଣୀ ଅଲେଖ ଚନ୍ଦ୍ର ଦାଶ   (29-Apr-2025)       ||      ଶବ୍ଦରେ ଶବ୍ଦରେ ଶ୍ର୍ରଦ୍ଧାଞ୍ଜଳୀ   (29-Apr-2025)       ||      ଅର୍ଥ ମଞ୍ଜୁରୀ ପରେବି ହେଉନି ଟେଣ୍ଡର; ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ    (29-Apr-2025)       ||     

HOME   ଦେଶ ବିଦେଶ

ବଦଳିବ କି ଜୁନାଗଡ ରାଜନୀତି ସମୀକରଣ !

20-Jul-2024



କଳାହାଣ୍ଡି(ପ୍ରେରଣା ଖବର ): କଳାହାଣ୍ଡି ଜିଲ୍ଲା ରାଜନୀତି ସଦାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚା ରେ ରହି ଆସିଛି । କଳାହାଣ୍ଡି ଜିଲ୍ଲା ର ପ୍ରାକ୍ତନ ରାଜଧାନୀ ତଥା ପୁରୁଣା ସହର ଜୁନାଗଡ ରେ ମଧ୍ୟ ରାଜନୀତି ମଧ୍ୟ ସଦାବେଳେ ଚର୍ଚ୍ଚାରେ ରହିଆସିଛି  । ରାଜ୍ୟରେ ବିଗତ ୨୪ ବର୍ଷର ବିଜେଡ଼ି ସରକାର ଗତ ୨୦୨୪ ସାଧାରଣ ନିର୍ବାଚନ ରେ ବଦଳିବା ପରେ ମଧ୍ୟ ଜୁନାଗଡ ରାଜନୀତି ବଦଳି ନଥିବା ବେଳେ ତୃତୀୟ ଥର ପାଇଁ ମଧ୍ୟ ଜୁନାଗଡ ବିଜେଡ଼ି ଦଖଲ ରେ ରହିଛି । 
ସ୍ବାଧୀନତା ପରେ ସବୁବେଳେ କଳାହାଣ୍ଡି ରାଜ ପରିବାର ର ଦବ ଦବା ଥିବା ଜୁନାଗଡ ବିଧାନ ସଭା ଆସନ ୨୦୦୯ ମସିହାରୁ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି । ୧୯୭୭ ମସିହା ପର୍ଯ୍ୟନ୍ତ ରାଜ ପରିବାର ର ସିଧା ସଳଖ ଅକ୍ତିଆର ରେ ରହିଥିବା ଜୁନାଗଡ ବିଧାନସଭା କ୍ଷେତ୍ର ଚାଣକ୍ୟ ନୀତି ବଳରେ ଦୁଇଥର କଂଗ୍ରେସ ହାତକୁ ଯାଇଥିବା ବେଳେ ୧୯୮୫ ରେ ପୁନଃ ରାଜ ପରିବାରକୁ ଫେରିଆସିଥିଲା । ୧୯୮୫ ( ଜନତା ଦଳ )୧୯୯୦ ଓ ୧୯୯୫ (ବିଜେପି) ରେ କଳାହାଣ୍ଡି ରାଜପରିବାରର ସିଧା ସଳଖ ପ୍ରତିନିଧିତ୍ଵ ଥିବା ବେଳେ ୧୯୯୭, ୨୦୦୦,ଓ ୨୦୦୪(ବିଜେପି) ରେ ରାଜପରିବାର ଙ୍କ ମନୋନୀତ ସମର୍ଥକ ଙ୍କ ର ପ୍ରତିନିଧିତ୍ବ ରହିଆସିଛି । ସେହିପରି ୨୦୦୯ ରେ କଂଗ୍ରେସ ଓ ଗତ ୨୦୧୪ ମସିହାରୁ ବିଜେଡ଼ିର ସକ୍ରିୟ ସଂଗଠନ ଆରମ୍ଭ କରି ସମଗ୍ର ଦେଶ ଓ ରାଜ୍ୟରେ ପ୍ରବଳ ମୋଦୀ ହାୱା ସତ୍ବେ ୨୦୧୯ ଓ ୨୦୨୪ ରେ ମଧ୍ୟ ଜୁନାଗଡ ଠାରେ ବିଜେଡ଼ିର ପ୍ରତିନିଧିତ୍ବ ରହିଆସିଛି । 
ଅନ୍ୟ ପକ୍ଷରେ ଦେଶ ଓ ରାଜ୍ୟ ରାଜନୀତିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ସଂଘ) ର ପ୍ରମୁଖ ଭୂମିକା ରହିଆସିଥିବା ବେଳେ ଜୁନାଗଡ ଠାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସାଙ୍ଗକୁ ଆତ୍ମ ଘୋଷିତ ସଂଘୀୟ କାର୍ଯ୍ୟକର୍ତ୍ତା ଥିଳେ ସୁଦ୍ଧା ସେଭଳି ପ୍ରଭାବ ବିସ୍ତାର କରିପାରୁ ନ ଥିବା କୁହାଯାଉଛି । କେବଳ ଶିଶୁ ମନ୍ଦିର ମଧ୍ୟରେ ସୀମିତ ରହୁଥିବା ବେଳେ ଦୁଇ ଜଣ ବ୍ୟବସାୟୀ ହିଁ ଜୁନାଗଡ ସଙ୍ଘକୁ ପରିଚାଳନା କରୁଥିବା କୁହାଯାଉଛି ଦେଶ ମାତୃକା ପାଇଁ ତ୍ୟାଗ ଓ ବଳିଦାନ ଦେବାକୁ ଆଗ୍ରହ ଥିବା କେତେକ ଶିକ୍ଷକ ସାମିଲ ହେଉଥିଲେ ହେଁ ଦୀର୍ଘ ବର୍ଷ ହେବା ପରେ ମଧ୍ୟ ଏହାର ପ୍ରସାର ହେଉଥିବା ଭଳି ଦେଖାଯାଉନହିଁ । ଯେଉମାନେ ଜୁନାଗଡ ମଣ୍ଡଳ ସଂଘ ର ଦାୟିତ୍ବ ରେ ଅଛନ୍ତି ସେମାନେ ନିଜ ପଦକୁ ଜାବୋଡି ରଖିବା ଉଦ୍ଦେଶ୍ୟରେ କେବଳ ନିଜକୁ ଶୁହାଇବା ଭଳି ସମର୍ଥକ ଏବଂ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ଡାକି ଔପଚାରିକ ଭାବେ କାର୍ଯ୍ୟକ୍ରମ ସାରିଦେଉଥିବା ଦେଖାଯାଉଛି । ଯାହା ଫଳରେ ଅନେକେ ସଂଘ ପ୍ରତି ଆକୃଷ୍ଟ ଥିଲେ ହେଁ କାର୍ଯ୍ୟକ୍ରମ ର ସୂଚନା ପାଇ ପାରୁନାହାନ୍ତି । ଚାନ୍ଦା କୁ ଗୁରୁତ୍ବ ଦେଇ ଶିଶୁ ମନ୍ଦିର କମିଟି ଗଠନ କରାଯାଉଥିବା ବେଳେ ବିଗତ ଦଶ ବର୍ଷ ର ହିସାବ ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ଆସିବ ବୋଲି ବହୁ ବୟସ୍କ ସ୍ଵୟମ ସେବକ ନାମ ଗୋପନ ରଖିବା ସର୍ତ୍ତ ରେ ପ୍ରକାଶ କରିଛନ୍ତି । ବିଗତ ୨୦୧୯ ସାଧାରଣ ନିର୍ବାଚନ ବୁଥ  କମିଟି କଥା ବୁଝିବାକୁ କେତେକ ତଥା କଥିତ ସଚ୍ଚୋଟ କାର୍ଯ୍ୟକର୍ତ୍ତା ଦାୟିତ୍ବ ନେଇଥିବା ବେଳେ ସଠିକ ଭାବେ ବୁଝା ଯାଇ ନ ଥିବା ସେତେବେଳେ ଚର୍ଚା ହୋଇଥିଲା । ଏପରିକି ବିଗତ ଦିନରେ ଜୁନାଗଡ ଠାରେ ହୋଇଥିବା ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଅତି ସ୍ୱଳ୍ପ ସଂଖ୍ୟକ ଲୋକ ଯୋଗ ଦେଇଥିବା ରୁ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ । ସଂଘର ନୀତି ଆଦର୍ଶ ର ସହିତ ଦେଶ ମାତୃକା ପାଇଁ ତ୍ୟାଗ ତପସ୍ୟା ଓ ବଳିଦାନ ଦେବାକୁ ସ୍ଵୟମ ସେବକ ମାନେ ସର୍ବଦା ତତ୍ପର ଥିବା ବେଳେ କାର୍ଯ୍ୟକର୍ତ୍ତା ମାନଙ୍କ ସଂକୀର୍ଣ୍ଣତା ଯୋଗୁ କଳେବର ବୃଦ୍ଧି ହୋଇପାରୁ ନ ଥିବା ଦେଖା ଯାଉଛି । ସେହିପରି ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ସହ ସମ୍ପର୍କ ଥିବା ବେଳେ ସେମାନେ ଦଳୀୟ ରଣନୀତିକୁ ନେଇ ଅନ୍ୟମାନେ ସଫଳ ହେଉଥିବା ବେଳେ ବିଜେପି ବେକ ଫୁଟ ରେ ରହୁଥିବା କୁହାଯାଉଛି । ଜୁନାଗଡ ଠାରେ ଥିବା କାର୍ଯ୍ୟକର୍ତ୍ତା ମାନେ କେବଳ ନିଜ ମନ ମୁତାବକ ଲୋକଙ୍କୁ ସୂଚନା ଦେଉଥିବା ବେଳେ ଅନ୍ୟ ମାନଙ୍କୁ ପୂରାଇ ଦେଉ ନ ଥିବା କୁହାଯାଉଛି । ଏତେ ବର୍ଷ ହେଲା ଶାଖା ଚାଲିଥିବା କୁହାଯାଉଛି, ବରିଷ୍ଠ କାର୍ଯ୍ୟକର୍ତ୍ତା ଥିବାର କୁହାଯାଉଛି କିନ୍ତୁ ସ୍ଵୟମ ସେବକ ସଂଖ୍ୟା ବଢାଇ ପାରୁ ନ ଥିବା ବେଳେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟଧାରା ପ୍ରତି ପ୍ରଶ୍ନବାଛି ସୃଷ୍ଟି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟରେ ବ୍ରହ୍ମାସ୍ତ୍ର ୩.୦ ସଫଳତା ସହିତ ସମାପ୍ତ   29-Apr-2025
  ଜିଲ୍ଲା  
ଉଦୀୟମାନ ସୁଭଦ୍ରା ସ୍ବାବଲମ୍ବୀ ମହିଳା ଶିକ୍ଷାନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯକ୍ରମ   29-Apr-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି   29-Apr-2025
  ଜିଲ୍ଲା  
ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ   29-Apr-2025
  ଜିଲ୍ଲା  
ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ   29-Apr-2025
  ଜିଲ୍ଲା  
ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର   29-Apr-2025
  ଜିଲ୍ଲା  
ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୁଲ୍ୟ -ରେ ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ପରିକ୍ରମା   29-Apr-2025
  ଜିଲ୍ଲା  
ପୂର୍ତ୍ତମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ   29-Apr-2025
  ଜିଲ୍ଲା  
ଦୁଷ୍ଟ ଶକ୍ତିର ସଂହାର କର୍ତ୍ତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ପାଳନ   29-Apr-2025
  ଜିଲ୍ଲା  
*ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା*-   29-Apr-2025
  ଜିଲ୍ଲା  
"ଗାୟତ୍ରୀ ଯଜ୍ଞ" ମାଧ୍ୟମରେ ଜନ୍ମଦିବସ ପାଳନ" ଏକ ସୁମହତ ପରମ୍ପରା    29-Apr-2025
  ଜିଲ୍ଲା  
ଢେଙ୍କାନାଳ: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                    29-Apr-2025

You Might Also Like