-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
ବିନିକା ତ.୧୦/୭ (ପ୍ରେରଣା ଖବର): ଦଶମ ଶ୍ରେଣୀ ପିଲାଏ ମାଟ୍ରିକ ପାସ କରିବା ପରେ ସ୍କୁଲ ଆସିଲେ, ସାର୍ଟିଫିକେଟ ନେଲେ, ସ୍କୁଲ ଦିନର ଅନୁଭୂତି ବାଣ୍ଟିଲେ । ଛାତ୍ର ଜୀବନ ନିଆରା, ଶିକ୍ଷକ ଙ୍କ ଆକଟ ରେ ପାଠ ପଢିବା, ସାଙ୍ଗ ମାନଙ୍କ ସହିତ ଖାଲି ସମୟରେ ମଉଜ ମସ୍ତି କରିବା କଥା ସବୁ ବିଷୟରେ ସ୍ମୃତି ଚାରଣ କଲେ ।ଆଗାମୀ ଦିନରେ ଭଲ ମଣିଷ ହୋଇ ନିଜ ସ୍କୁଲ, ଗାଁ ଓ ଦେଶର ସମ୍ମାନ ବଢାଇବେ ବୋଲି ସିଂହିଯୁବା ହାଇସ୍କୁଲ ରେ ଆୟୋଜିତ ହୋଇଥିବା ସାର୍ଟିଫିକେଟ ବଣ୍ଟନର ଭବ୍ୟ ଉତ୍ସବରେ ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଛନ୍ତି । ଉକ୍ତ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଅଧ୍ୟକ୍ଷତା କରିଥିଲେ । କମିଟି ସଦସ୍ୟ ପବିତ୍ର ଶର୍ମା, ଅତିଥିଶିକ୍ଷକ ପଞ୍ଚାନନ ପଣ୍ଡା, ପଦ୍ମନାଭ ମହାଣା ଛାତ୍ରଛାତ୍ରୀ ମାନଙ୍କୁ
ଉଦବୋଧନ ଦେଇଥିଲେ।
ମ୍ୟାଟ୍ରିକ ପାସ ଆଉଟ ଛାତ୍ରଛାତ୍ରୀ ଅଚ୍ୟୁତ ସାହୁ, ଜଗବନ୍ଧୁ କୁମ୍ଭାର, ରୁଦ୍ର ପ୍ରତାପ ଘୁଷୁରୀ, ସୁନୀତା ପଳିତା, ଦେବସ୍ମିତା ପାଳିତା ଓ ପ୍ରାଚିମୟୀ ବିଶ୍ଵାଳ ପ୍ରମୁଖ ନିଜସ୍ୱ ଅନୁଭୂତି କହିଥିଲେ।
କାର୍ଯ୍ୟକ୍ରମ କୁ ଅତିଥି ଶିକ୍ଷକ ପ୍ରେମାରଜ୍ ପତି ସଂଯୋଜନା କରିଥିବା ବେଳେ କୁଞ୍ଜବିହାରୀ ପଣ୍ଡା, ସଦାନନ୍ଦ ପାଢୀ, ବିଜୟ ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।