-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗର ପି.ସି.ପି.ଏନ.ଡି.ଟି. ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା କରିଥିଲେ I ପି.ସି.ପି.ଏନ.ଡି.ଟି. ଆଇନକୁ କଡାକଡି ପାଳନ କରିବା ପାଇଁ ତଦାରଖ କମିଟି ମାଧ୍ୟମରେ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକର ନିୟମିତ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି I ପୁନଶ୍ଚ ଜିଲ୍ଲାରେ ଲିଙ୍ଗ ଅନୁପାତକୁ ବଜାୟ ରଖିବା ପାଇଁ ବିଭିନ୍ନ ବିଭାଗ ର ସମନ୍ୱୟ ରେ ବ୍ୟାପକ ଜନ ସଚେତନତା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା I ସମସ୍ତ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଲ୍ଟ୍ରାସାଉଣ୍ଡ ର ବ୍ୟବସ୍ଥା ହେବ ସେଥିପାଇଁ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଯଥା ଵିଧି ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l କାୟାକଳ୍ପ ପାଇଁ ଶତ ପ୍ରତିଶତ ତଥା ଇନକ୍ୱାସ ସାର୍ଟିଫିକେସନ ପାଇଁ ରାଜ୍ୟରୁ ଦେଇଥିବା ଲକ୍ଷ୍ୟ ଧାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଧାର୍ଯ୍ୟ ଲକ୍ଷ୍ୟ କୁ ହାସଲ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ I ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ , ଉପଜିଲ୍ଲାପାଳ ସୋନପୁର,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ , ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଡ଼ିସିପିଓ , ସାମ୍ବାଦିକ ସ୍ୱାଧୀନ ମେହେର, ଡି.ଆଇ.ପି.ଆର.ଓ, ନିର୍ବାହୀ ଅଧିକାରୀ ପୌର ପରିଷଦ ତଥା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଙ୍କ ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I