-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
12-Jun-2024
ସମ୍ବଲପୁର, ତା ୧୨/୦୬ ( ପ୍ରେରଣା ଖବର ): ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶୀତଳଷଷ୍ଠୀ ଉପଲକ୍ଷେ ସାମାଜିକ ସେବା ଶିବିର ଆୟୋଜନ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କ ତତ୍ତ୍ବାବଧା ଓ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ ଉପସ୍ଥିତରେ ସାମାଜିକ ସେବା ଶବିର ଟାଉନ ହାଇସ୍କୁଲରେ ଅନୁଷ୍ଠିତ ହୋଇଅଛି ।
କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ ଅଫିସର ବିଶ୍ଵାମିତ୍ର ଦୀପ ପରିଚାଳନା କରିଥିଲେ । ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଆସି ଥିବା ଭକ୍ତ, ଶ୍ରଦ୍ଧାଳୁ, ଦର୍ଶକ ତଥା ସାଧାରଣ ଜନତାର ସେବା କାର୍ଯ୍ୟ ପ୍ରାଥମିକ ଚିକିତ୍ସା, ଦହି ପଣି ବଣ୍ଟନ, ଓରସ ପଣି ବଣ୍ଟନ, ଥଣ୍ଡା ପଣି ବଣ୍ଟନ କରିବା ସହ ଅଂଶୁଘାତ ପ୍ରତି ସେଚେତନ କରାଯାଇଛି । ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ନିରନ୍ତର ଭାବରେ ସେବା କାର୍ଯ୍ୟ ଚାଲିଥିଲା । ଟାଉନ ହାଇସ୍କୁଲରୁ ବିଦ୍ୟନାଥ ଛକ, ଗୋଳ ବଜାର ଛକ ପ୍ରଭୁତି ଜନଗହଳି ସ୍ଥାନରେ ଲୋକଙ୍କୁ ଆବଶ୍ୟକ ସ୍ଥଳେ ପ୍ରାଥମିକ ଚିକିତ୍ସା ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱରା ଦିଆଯାଇ ଥିଲା ।
କାର୍ଯ୍ୟକ୍ରମରେ ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀ ତଥା ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ , କାଉନସେଲର , ସ୍କାଉଟ ଓ ଗାଇଡ଼ର କ୍ୟାପଟେନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଶାରିରିକ ଶିକ୍ଷାଧିକାରୀ ଜଗବନ୍ଧୁ ବେହେରା, କାଉନସେଲର ଆନନ୍ଦ ଦଣ୍ଡସେନା, ପଙ୍କଜିନୀ ନାୟକ, ଶିକ୍ଷକ ତ୍ରିବିକ୍ରମ ରଣା, ଭୀମସେନ ବାରିକ, ଲକ୍ଷ୍ମଣ ନାଥ, ପି ସୁଧାନ୍ ସୁ, ରେଡ଼କ୍ରସ କର୍ମୀ ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରମେଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।