-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
13-Jun-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ଏକ ବଣ ଜଙ୍ଗଲ,ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଂଚଳ। ଏଠାକାର ମୁଖ୍ୟ ଜୀବିକା ହେଉଛି ଚାଷ । ଆମ ଜିଲ୍ଲାର ପ୍ରାୟ 80 ପ୍ରତିଶତ ଆଦିବାସୀ ଚାଷ ଉପରେ ନିର୍ଭରଶୀଳ । ଏଠାକାର ମୁଖ୍ୟ ଫିସଲ ଗୁଡିକ ହେଲେ ଧାନ ସାଙ୍ଗକୁ ମକା, ବିରି, କୋଳଥ, କାନ୍ଦୁଳ, ମାଣ୍ଡିଆ ଆଦି ଫସଲ ଚାଷ କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି ।ଚଳିତ ବର୍ଷ ଜମି ପ୍ରସ୍ତୁତ କରି ମୌସୁମୀ କୁ ଅପେକ୍ଷା କରିଛି ଚାଷୀ । ଅଣ ଜଳସେଚିତ ଏହି ଜିଲ୍ଲା ରେ କୃଷକମାନେ ସାଧାରଣତଃ ଖରିପ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିଥାନ୍ତି | ପାଣିପାଗ ବିଭାଗର ସୂଚନା ପ୍ରକାରେ ଓଡିଶା ଛୁଇଁଲାଣି ମୌସୁମୀ କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ମୌସୁମୀ ର ଦେଖା ମିଳୁନି l ପାହାଡିଆ ଜମି ସବୁ ଶୁଖିଲା ପଡିଛି । ଚାଷୀମାନେ ହଳଲଙ୍ଗଳ କରି କ୍ଷେତକୁ ପ୍ରସ୍ତୁତ କରି ରଖିଛନ୍ତି । କେତେକ ଚାଷୀ ଘରେ ପ୍ରସ୍ତୁତ କରୁଥିବା ଗୋମାତାର ଗୋବରରୁ ତିଆରି ଜୈବିକ ଖତକୁ ନେଇ ଜମିରେ ପକାଉଛନ୍ତି।|ବିଭିନ୍ନ କିସମର ବିହନ ସାଙ୍ଗକୁ ରାସାୟନିକ ସାର ଓ କୀଟନାଶକ ସବୁ କିଣି ଘରେ ସାଇତି ରଖିଛନ୍ତିକିଛି ଚାଷୀ ଭାଇ |ବର୍ଷା ହେଲେ ଧାନ ବୁଣିବେ ଓ ତଳି ପକେଇବେ ବୋଲି ବର୍ଷକୁ ଅପେକ୍ଷା କରିଛି ଚାଷୀଭାଇ | *କୃଷି ଭିତ୍ତିକ ପର୍ବ ରଜ ଆସିଲାଣି କିନ୍ତୁ ବର୍ଷାର ଦେଖା ନାହିଁ,ଚିନ୍ତରେ ଚାଷୀକୁଳ???* ମୌସୁମୀ ବର୍ଷା ଆସିଲେ ଚାଷ କାମ ଆରମ୍ବ ହେବ ।ବର୍ତ୍ତମାନ ଭଗବାନଙ୍କ ଭରସାରେ ଅଛନ୍ତି ଚାଷୀ ଭାଇମାନେ।
*ବି:ଦ୍ର'-କୃଷି ଭିତ୍ତିକ ପର୍ବ ରଜ ଆସିଲାଣି କିନ୍ତୁ ବର୍ଷାର ଦେଖା ନାହିଁ,ଚିନ୍ତରେ ଚାଷୀକୁଳ???*