-+91-9937148622 |

prerana_bgr@rediffmail.com |

  Thursday 10th July 2025 |

| | | |

R.N.I. Regd No. ODIODI/2010/46693

Breaking News

ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   (09-Jul-2025)       ||      ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   (09-Jul-2025)       ||      ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ    (09-Jul-2025)       ||      ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   (09-Jul-2025)       ||      ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   (09-Jul-2025)       ||      ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   (09-Jul-2025)       ||      *ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   (09-Jul-2025)       ||      ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   (09-Jul-2025)       ||      ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   (09-Jul-2025)       ||      ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   (09-Jul-2025)       ||      "ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    (09-Jul-2025)       ||      ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   (09-Jul-2025)       ||      ବେଙ୍ଗାଳୁରୁ ସହକାର ନଗର ମନ୍ଦିରରେ ନୀଳାଦ୍ରୀ ବିଜେ ଉତ୍ସବ ଆୟୋଜନ                                        (09-Jul-2025)       ||      ଘଣ୍ଟାପଡ଼ା ଥାନାରେ ନୂଆ ସଂଶୋଧିତ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ   (09-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସମଗ୍ରୀ ଜବତ   (08-Jul-2025)       ||      ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ   (08-Jul-2025)       ||      ମନରେଗା ହୋଇଛି ଦିଗହରା: ଶ୍ରମିକ ବଦଳରେ ମେସିନ୍ କରୁଛି କାମ    (08-Jul-2025)       ||      ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ    (08-Jul-2025)       ||      *ସୋନପୁର ରେ ନୀଳାଦ୍ରି ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି*   (08-Jul-2025)       ||     

HOME   ଅପରାଧ

ଓଡ଼ିଶାବାସୀଙ୍କୁ ବିଜେପି ନେତା ପୁରନ୍ଦର ମିଶ୍ରଙ୍କର ଧନ୍ୟବାଦ ପ୍ରଦାନ

07-Jun-2024



ରାୟପୁର/ଭୁବନେଶ୍ୱର(ପ୍ରେରଣା ଖବର ): ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଏକ ବିବୃତିରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇଥିବାରୁ ଓଡ଼ିଶାର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଓଡ଼ିଶାର ମୂଳବାସିନ୍ଦା ଏବଂ ଛତିଶଗଡ଼ର ୩୫ଲକ୍ଷ ଓଡ଼ିଆ ଅଧିବାସୀଙ୍କୁ ନେଇ ଗଠିତ ସମଗ୍ର ଓଡ଼ିଆ ସମାଜର ଅଧ୍ୟକ୍ଷ ଶ୍ରୀ ମିଶ୍ର, ପ୍ରଥମଥର ପାଇଁ ରାଜ୍ୟରେ ବିଜେପିର ଏକାକୀ ଭାବେ ସରକାର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଓଡ଼ିଶାବାସୀଙ୍କୁ ଭବ୍ୟ ବଧାଇ ଜଣାଇଛନ୍ତି।ଲୋକସଭା ନିର୍ବାଚନରେ ଜୟଯୁକ୍ତ ହୋଇଥିବା ରାଜ୍ୟର ୨୦ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହାତମୁଠାକୁ ଟାଣ କରିବା ଏବଂ ତୃତୀୟ ଥର ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ଆସୀନ କରିବା ଦିଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ମିଶ୍ର ଆଶା ପ୍ରକଟ କରିଛନ୍ତି। ବିଧାନସଭାରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଭୂମିରେ ବିଜେପି ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରିବାକୁ ଯାଉଥିବାରୁ, ଓଡ଼ିଶାରେ ସୁବର୍ଣ୍ଣଯୁଗର ଅୟମାରମ୍ଭ ହେବାକୁ ଯାଉଥିବା ଶ୍ରୀ ମିଶ୍ର ଘୋଷଣା କରିଛନ୍ତି। ରାଜ୍ୟର ନୂଆ ବିଜେପି ସରକାର ଛତିଶଗଡ଼ ଭଳି ଓଡ଼ିଶାକୁ ବିକାଶର ଶୀର୍ଷ ସ୍ଥାନରେ ପହୁଁଞ୍ଚାଇବା ସାଙ୍ଗକୁ ଅତିକମରେ ୧୫ବର୍ଷ କାଳ ଶାସନ କରିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ୧୦ ତାରିଖରେ ଭୁବନେଶ୍ୱରର ଜନତା ମୈଦାନରେ ଶପଥ ନେବାକୁ ଯାଉଥିବା ନୂତନ ମୁଖ୍ୟମନ୍ତ୍ରୀ ଜଣେ ଖାଣ୍ଟି ଓଡ଼ିଆ ହେବା ସହିତ ଓଡ଼ିଆ ଭାଷା, ସଂସ୍କୃତି, ସ୍ୱାଭିମାନ, ଐତିହ୍ୟ ଓ ପରମ୍ପରାର ଟେକ ରଖିବା ପାଇଁ ସଦାସର୍ବଦା ତତ୍ପର ରହିବେ ବୋଲି ଶ୍ରୀ ମିଶ୍ର ସୁଚାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମିଶ୍ର, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ଓ ଅନ୍ୟାନ୍ୟ ତୁଙ୍ଗ ନେତୃବର୍ଗଙ୍କ ସହିତ ମିଶି ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ଘମାଘୋଟ ପ୍ରଚାର କରିଥିଲେ। ବ୍ୟକ୍ତିଗତ ଭାବେ ପୁରନ୍ଦର ମିଶ୍ର ଓଡ଼ିଶାରେ ଏକମାସ ଧରି ରହି ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ, ଭୁବନେଶ୍ୱର, ପୁରୀ, ଭଦ୍ରକ ଏବଂ କେନ୍ଦ୍ରାପଡା ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବିଭିନ୍ନ ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ଜନସଭା, ବିଜୟ ସଂକଳ୍ପ ସମାବେଶ,ପଥପ୍ରାନ୍ତ ବୈଠକ,ରୋଡ଼ଶୋ, ଶୋଭାଯାତ୍ରା,ପଦଯାତ୍ରା ଏବଂ ଘରକୁ ଘର ଜନସମ୍ପର୍କ ଅଭିଯାନରେ ଅଂଶ ଗ୍ରହଣ କରି ଦଳର ପ୍ରଚାରର ମଙ୍ଗକୁ ଧରିଥିବାର ସୂଚନା ମିଳିଥିଲା। ସେ ପ୍ରଚାର କରିଥିବା ପ୍ରାୟ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ସ୍ଥାନରେ ବିଜେପିର ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଥିବା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ରାଜ୍ୟର ସଚେତନ ଭୋଟଦାତାମାନେ ତାଙ୍କର ନିବେଦନକୁ ରକ୍ଷା କରି ଓଡ଼ିଆ ସଭ୍ୟତା, ସଂସ୍କାର ଓ ଅସ୍ମିତାର ଘୋର ବିରୋଧୀ,ସାଧାରଣ ଲୋକଙ୍କର ଅହିତକାରୀ ଏବଂ ଭ୍ରଷ୍ଟାଚାରୀ ପଟ୍ଟନାୟକ-ପାଣ୍ଡିଆନ ଯୋଡ଼ି ସରକାରକୁ ଶାସନରୁ ହଟାଇଥିବାରୁ, ଶ୍ରୀ ମିଶ୍ର ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ ଶୁଣାଣି ରେ ମାସ ବାୟୋଫୁଏଲ  କମ୍ପାନୀ ବନ୍ଦ ନାରା ରେ କମ୍ପିଲା ଶିବିର6   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରା ର ଅନ୍ତିମ ଦିବସରେ ଜୁଆଡ଼ି କୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ବାହୁଡା଼ ରଥଯାତ୍ରାର ଅନ୍ତିମ ଦିବସରେ ଜୁଆଡ଼ିକୁ କାବୁ କଲେ ଅନନ୍ତ ବାବୁ   09-Jul-2025
  ଜିଲ୍ଲା  
ଅବ୍ୟବସ୍ଥା ଘେରରେ ଧରଣୀମାଳ ଉଚ୍ଚ ବିଦ୍ୟାଳୟ, ପ୍ରଶାସନର ଦୃଷ୍ଟି କେବେ ?   09-Jul-2025
  ଜିଲ୍ଲା  
ରଥଚକ ତଳେ ଚାପି ହୋଇ ତରଭା ଏନ୍ଏସି ଉପାଧ୍ୟକ୍ଷ ଗୁରୁତର*   09-Jul-2025
  ଜିଲ୍ଲା  
ମ୍ୟାଲେରିଆ ଓ ଡ଼ାଇରିଆ ନିରାକରଣ ପାଇଁ ସରପଞ୍ଚ ଙ୍କ ଦ୍ୱାରା ସଚେତନତା ବୈଠକ   09-Jul-2025
  ଜିଲ୍ଲା  
*ଡାବୁଗାଁ ରେ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରା,ବିରୋଧୀ ଦଳଙ୍କ ସମର୍ଥନ*   09-Jul-2025
  ଜିଲ୍ଲା  
ମନରେଗା ଦୁର୍ନୀତି କୁ ଚାପି ଦେବା ପାଇଁ ପ୍ରୟାସ ଜାରି   09-Jul-2025
  ଜିଲ୍ଲା  
ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ଆକ୍ରମଣ, କଣ୍ଟାବାଞ୍ଜି ଥାନାରେ ଅଭିଯୁକ୍ତ ଅଟକ   09-Jul-2025
  ଜିଲ୍ଲା  
ପଣ୍ଡ୍ରିଜୋର କେନ୍ଦୁପତ୍ର ଫଡ଼ି ରୁ ଲକ୍ଷାଧିକ ଟଙ୍କାର ପତ୍ର ଚୋରୀ; କଣ୍ଟାବାଞ୍ଜି ରେ ହେଲା ଠାବ   09-Jul-2025
  ଜିଲ୍ଲା  
"ଝରିଆଲ ପଞ୍ଚାୟତ ମାହା ଦୁର୍ନୀତି": ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ; ବଙ୍ଗୋମୁଣ୍ଡା ବ୍ଳକ ପ୍ରଶାସନ ଦ୍ବାରସ୍ଥ ପଞ୍ଚାୟତବାସୀ,କାର୍ଯ୍ଯ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଦାବୀ    09-Jul-2025
  ଜିଲ୍ଲା  
ବରୀରେ ବନ୍ୟା ଜଳ, ରତାଳଙ୍ଗରେ ଘାଇ ଆଶଙ୍କା   09-Jul-2025

You Might Also Like