-+91-9937148622 |

prerana_bgr@rediffmail.com |

  Thursday 23rd January 2025 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (23-Jan-2025)       ||      ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    (23-Jan-2025)       ||      *ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   (23-Jan-2025)       ||      *ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   (23-Jan-2025)       ||      ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   (23-Jan-2025)       ||      ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   (23-Jan-2025)       ||      ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   (23-Jan-2025)       ||      *ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   (23-Jan-2025)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   (23-Jan-2025)       ||      ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   (23-Jan-2025)       ||      ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   (23-Jan-2025)       ||      ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   (23-Jan-2025)       ||      ଲୋୟର ସୁକତେଲ ବୁଡି ଅଂଚଳ ସଂଗ୍ରାମ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (23-Jan-2025)       ||      ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ,,,,,,, ଶିଶୁର ପ୍ରଗତି ପାଇଁ ଜନନୀର ଭୂମିକା ଅନନ୍ୟ   (23-Jan-2025)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର   (23-Jan-2025)       ||      କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ପରଲୋକ   (23-Jan-2025)       ||      ଅଖିଳ ଭାରତୀୟ ଗୋଣ୍ଡ ୱାନା ଗୋଣ୍ଡ ମହା ସଭା ତରଫରୁ ବିରସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳନ   (23-Jan-2025)       ||      ପୋଲିସ ମହା ନିର୍ଦ୍ଧେଶକ ୱାଏ ବି ଖୁରାନିଆ ନୂଆପଡ଼ା ରେ ସାମ୍ବାଦିକ ସମ୍ମିଳନୀ,   (23-Jan-2025)       ||      *ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ରେ ମେଗା ରକ୍ତ ଦାନ ଶିବିର*-- *ସୁବାସ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ରେ ୪୫ ୟୁନିଟ ରକ୍ତ ସଂଗ୍ରହ*-   (23-Jan-2025)       ||      ମଧ୍ୟାହ୍ନ ଭୋଜନ ରେ ପୋକ, ସୋୟାବିନ ତରକାରୀ ରେ ବାହାରିଲା ପୋକ l ଭୋଜନ ବଦଳରେ ଜଳଖିଆ ଖାଇଲେ ଛାତ୍ରଛାତ୍ରୀ l   (23-Jan-2025)       ||     

HOME   ଦେଶ ବିଦେଶ

ସାହିତ୍ୟ ଏକାଡେମୀର ପୁସ୍ତକ ଆଲୋଚନା, ଗୌରହରି ଦାସଙ୍କ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ଏକ ସାର୍ଥକ ସୃଷ୍ଟି: କୃଷ୍ଣା ଭଟ୍ଟାଚାର୍ଯ୍ୟ

29-May-2024



କୋଲକାତା(ପ୍ରେରଣା ଖବର ): କେନ୍ଦ୍ର ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟ, କୋଲକାତା ପ୍ରେକ୍ଷାଳୟରେ ଏକ ପୁସ୍ତକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଆଲୋଚକ ଭାବେ ଯୋଗ ଦେଇ ବଙ୍ଗଳାରେ ଅନୂଦିତ ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଚାରିଟି  ପୁସ୍ତକ ସମ୍ପର୍କରେ ଚର୍ଚ୍ଚା କରିଥିଲେ ବିଶିଷ୍ଟ ଅନୁବାଦିକା ପ୍ରଫେସର କୃଷ୍ଣା ଭଟ୍ଟାଚାର୍ଯ୍ୟ ଏବଂ ଶ୍ୟାମଳ ଭଟ୍ଟାଚାର୍ଯ୍ୟ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତାର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ଡକ୍ଟର ଗୌରହରି ଦାସଙ୍କ ଏକାଡେମୀ ପୁରସ୍କାରପ୍ରାପ୍ତ ମୂଳ ଓଡ଼ିଆ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ର ବଙ୍ଗଳା ଅନୁବାଦ ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ପୂର୍ବକ ପ୍ରଫେସର ଭଟ୍ଟାଚାର୍ଯ୍ୟ କହିଥିଲେ ଯେ, ସଂକଳନର ଗଳ୍ପଗୁଡ଼ିକରେ ସାମ୍ପ୍ରତିକ ସମାଜର ନିଛକ ପ୍ରତିଛବି ରହିଛି। ଏହା ଏକ ସାର୍ଥକ ସୃଷ୍ଟି। ମୁଖ୍ୟତଃ ନାରୀ ଚରିତ୍ରମାନଙ୍କର କଥା କହିବାବେଳେ ଲେଖକଙ୍କର ବର୍ଣ୍ଣନା ଖୁବ୍ ଜୀବନ୍ତ ଓ ମର୍ମସ୍ପର୍ଶୀ ହୋଇଛି। ଗଳ୍ପଗୁଡ଼ିକ ପଢ଼ିବା ବେଳେ ପାଠକକୁ ଲାଗିବ ଯେମିତି କି ସେ ତାହାର ଆଖପାଖରେ ସେମାନଙ୍କୁ ଦେଖିଛି। ଡକ୍ଟର ଦାସଙ୍କ ଏକାଧିକ ଗଳ୍ପରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ହେତୁ କିଭଳି ନାରୀ ନିର୍ଯାତିତ ହେଉଛି ତାହାର କାହାଣୀ ଉପସ୍ଥାପିତ ହୋଇଛି। ଆଉ କେତେକ ଗଳ୍ପରେ ଅସାଧୁ ଏବଂ ଲୋଭୀ ମଣିଷର ନଗ୍ନ ଚରିତ୍ରକୁ ପଦାରେ ପକାଇଛନ୍ତି ଗାଳ୍ପିକ। ସଂକଳନର ଷୋହଳଟି ଗଳ୍ପ ସଂପର୍କରେ ମାର୍ମିକ ଭାବରେ ଆଲୋଚନା କରିଥିଲେ ପ୍ରଫେସର ଭଟ୍ଟାଚାର୍ଯ୍ୟ। ସୂଚନାଯୋଗ୍ୟ ଯେ ୨୦୧୨ ମସିହାରେ ଗଳ୍ପ ସଙ୍କଳନ ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଡକ୍ଟର ଦାସ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ତିନିଟି ବଙ୍ଗଳା ଅନୁବାଦ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ ବିଶିଷ୍ଟ ଅନୁବାଦକ ଶ୍ୟାମଳ ଭଟ୍ଟାଚାର୍ଯ୍ୟ। ସେଗୁଡ଼ିକ ହେଉଛି ବେଦ ରାହୀଙ୍କ ଡୋଗ୍ରୀ ଗଳ୍ପ ସଙ୍କଳନ ‘ଆୟ ରେ’, ଓମ ଗୋସ୍ୱାମୀଙ୍କ ଡୋଗ୍ରୀ ସଙ୍କଳନ ‘ସୋନାର ପକ୍ଷୀ’ ଏବଂ ମୋହନ ଭଣ୍ଡାରୀଙ୍କ ପଞ୍ଜାବୀ ଗଳ୍ପ ସଙ୍କଳନ ‘କୁମାରୀ ହରିନୀର ଚୋଖ’। ଶେଷରେ ଆଲୋଚକଦ୍ୱୟ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଙ୍ଗଳା ଭାଷାର ବହୁ ଲେଖକ ଏବଂ ଅନୁବାଦକ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   23-Jan-2025
ଜିଲ୍ଲା ଓକିଲ ସଂଘ ଏକାଦଶ ଓ ଜୁଡିସିଆଲ ଏକାଦଶ    23-Jan-2025
  ଜିଲ୍ଲା  
*ମହର୍ଷି ବାଲ୍ମୀକି ପ୍ଲେ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ*   23-Jan-2025
  ଜିଲ୍ଲା  
*ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସହକାରୀ ଶିକ୍ଷକ ସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ*   23-Jan-2025
  ଜିଲ୍ଲା  
ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ   23-Jan-2025
  ଜିଲ୍ଲା  
ଶତାୟୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ପରଲୋକ   23-Jan-2025
  ଜିଲ୍ଲା  
ଶିଶୁ ଓ ମହିଳା ବିକାଶ ସୋସାଇଟିର ତରଫରୁ ସଫେଇ ଓ ପାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ   23-Jan-2025
  ଜିଲ୍ଲା  
*ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ବି ପୁଲ ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ*-   23-Jan-2025
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ   23-Jan-2025
  ଜିଲ୍ଲା  
ଫୁଟବଲ ଟୁର୍ନାମେଣ୍ଟ ୱାନ ଡେ଼ ମେଚ୍ ଫାଇନାଲ, ମଧ୍ୟପୁର ବିଜୟୀ   23-Jan-2025
  ଜିଲ୍ଲା  
ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ   23-Jan-2025
  ଜିଲ୍ଲା  
ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମରଶରୀର ଗାଁକୁ ଫେରିଲା   23-Jan-2025

You Might Also Like