-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
28-May-2024
କଣ୍ଟାମାଳ, (ଜୟ କୁମାର ମହାରଣା )
କଣ୍ଟାମାଳ ଫୁଲବାଣୀ ରାସ୍ତାର ବୁଢ଼ୀମାଲ ନିକଟରେ ଜଣେ ଯୁବକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଘଟଣାରେ ପୋଲିସ ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନା ଅନୁସାରେ ଗତ ୧୨ ତାରିଖରେ ଘଣ୍ଟାପଡ଼ା ଥାନା କୁରୁକୂପା ଗ୍ରାମର ଦେବାଷିସ ମହାପାତ୍ର କୌଣସି କାମରେ ଫିରିଙ୍ଗିଆ ଯାଇ ନିଜ ବାଇକ ରେ ଫେରୁଥିବା ସମୟରେ କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ବୁଢୀମାଲ ନିକଟ ବୁଲାନିରେ ଦୁଇ ଜଣ ଦୁର୍ବୃତ୍ତ ଛୁରୀ, ଭଙ୍ଗା କାଚ ବୋତଲ ଆଦି ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଅଟକାଇ ଥିଲେ | ଅଟକିବା ପରେ ଦେବାଶିଷ ନିକଟରୁ ବାଇକ୍, ମୋବାଇଲ ସହ ୭ଶହ ଟଙ୍କା ଚୋରି କରି ପଳାଇ ଥିଲେ | ଏ ନେଇ ଦେବାଶିଷ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ୧୦୦/୨୪ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା | ଉକ୍ତ ଘଟଣାରେ ପୋଲିସ ବଡ଼ଛପାପାଲି ଗ୍ରାମର ଅଭିଯୁକ୍ତ ସାନନ୍ଦ ସାହୁକୁ ଗିରଫ କରିଥିବା ବେଳେ ଚୋରି ମୋଟର ସାଇକେଲ ସହ ଛୁରିକୁ ଜବତ କରିଛି | ଆଜି ସାନନ୍ଦ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି |