-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
25-May-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କୁରୁଲ ରାମଜୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକ ଙ୍କ ପୁତ୍ରବଧୂ ଶୁଭଶ୍ରୀ ନାଏକ ଙ୍କ ନିଆଁ ରେ ପୋଡି ଆକସ୍ମିକ ଭାବେ ଗତ ୨୪ତାରିଖ ସକାଳେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ପରପାରିକି ଚାଲିଗଲେ | ଗତ ୨୦୨୦ ଫେବୃଆରୀ ୧୬ ତାରିଖରେ ତାଙ୍କର ବିବାହ ପୋଲିସ ବିଭାଗରେ କାର୍ଯ୍ୟରତ ବିଶ୍ୱଜିତ ଙ୍କ ସହ ହୋଇଥିଲା | ତାଙ୍କର ଏକ ତିନି ବର୍ଷର କନ୍ୟାସନ୍ତାନକୁ ଓ ପରିବାରବର୍ଗକୁ ଛାଡି ଅତି ଅଳ୍ପ ସମୟରେ ସଂସାର ତ୍ୟାଗକରୀ ଛାଡି ଚାଲି ଯିବାର ଖବର ସମସ୍ତଙ୍କୁ ମର୍ମାହତ କରିଛି l ମ୍ରୁତ୍ୟୁ ଖବର ପାଇ ୮୪ଘର ଅଘରିଆ ସମାଜ ର କର୍ମକର୍ତ୍ତା, ଆତ୍ମୀୟ ସ୍ୱଜନ, ପୋଲିସ ବିଭାଗ ର କର୍ମକର୍ତ୍ତା ତଥା ଗ୍ରାମବାସୀ ତାଙ୍କ ଶବାଧାରରେ ପ୍ରାୟ ୫୦୦ରୁ ଉର୍ଧ୍ଵ ଲୋକ ଯୋଗଦେଇ ଥିଲେ l ସନ୍ଧ୍ୟା ୮ ଘଣ୍ଟା ସମୟରେ କୁରୁଲ ଶ୍ମଶାନ ଘାଟ ଠାରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରିଥିଲେ | ଶ୍ୱଶୁର ଦିଗାମ୍ବର ନାଏକ ଦାହ କରିଥିବା ବେଳେ କ୍ରିୟା ସଂସ୍କାରରେ କାକା ଶୁର ଶ୍ଵେତାମ୍ବର ନାଏକ ଓ ପରିବାର,ଜ୍ଞାତି କୁଟୁମ୍ବ ଉପସ୍ଥିତ ରହି ଥିଲେ lଶୁଭଶ୍ରୀ ଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |